ଜାନୁଆରୀ ୫ ତାରିଖ ୨୦୧୯ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବାରିପଦା ରେ ଭାସଣ ଦେଇଥିଲେ । ନିଜ ଭାସଣ ପ୍ରାରମ୍ଭରେ ଓଡିଆରେ କହି ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲେ । ଭାସଣ ପାଇଁ ନରେନ୍ଦ୍ର ମୋଦୀ ବହୁତ ପରିଚିତ ସାରା ଭାରତ ବର୍ଷରେ, ନିଜ ଭାସଣରେ ସେ ଜନତା କୁ ପ୍ରତିସୃତି ଦେଇଥିଲେ କି, ସେ ୪୫୦୦ କୋଟି ସରକାରୀ ଯୋଜନା ପାଇଁ ଦେବେ । ଏହି ପ୍ରତିସୃତି, ଏମିତି ସମୟ ରେ ଆସିଛି ଯେଉଁ ସମୟରେ ବିଜେପି ସରକାର ମଧ୍ୟପ୍ରଦେଶ, ରାଜସ୍ଥାନ, ଓ ଛତିସଗଡ଼ ରେ ପରାଜୟ ର ସମ୍ମୁଖୀନ ହେବାକୁ ପଢିଛି ।
ଦ୍ବିତୀୟତଃ ୨୦୧୯ ର ନିର୍ବାଚନ ନିକଟ ଭବିଷ୍ୟତରେ ଅଛି, ଏହି ପରିପ୍ରେଖିରେ ମୋଦିଙ୍କ ଭାସଣକୁ ସିଧା ସିଧା ନବା ମୁର୍ଖାମୀର ପରିଚୟ ହବ । ଯଦି ମୋଦୀ ଆମ ଓଡିଶା କୁ ନେଇ ଏତେ ପ୍ରେମୀ ତଥା ଓଡିଶା ର ଭଲ ପାଇଁ ଚିନ୍ତା କରୁଥିଲେ, ତା’ହେଲେ ୨୦୧୨ ରୁ ତାଙ୍କର ସରକାର ରହିଛି , ସେ କାହିଁକି ଓଡିଶା କୁ ନେଇ ଏମିତି ନିତି ତଥା ସହଯୋଗ ଦେଲେ ନାହିଁ । ଉତ୍ତର ଟି ସିଧା ସିଧା, ମୋଦୀ ସରକାର ଚାହିଁଥିଲେ ବହୁତ କିଛି କରି ପାରିଥାନ୍ତେ, ହେଲେ କଲେ ନି । ଏବେ ନିର୍ବାଚନରେ ପରାଜୟ ପରିସ୍ଥିତି ରେ ଏମିତି ଫେକୀ(ଠକି) ଚାଲିଛନ୍ତି , ହେଲେ ଜନତା ବି ସେତେ ମୁର୍ଖ ନୁହଁ ।
ମୋଦୀ ନିଜ ଭାସଣରେ କଂଗ୍ରେସ ସରକାର କୁ ଚୋର କହିଥିଲେ । ଏଥିରେ କୋଣସି ମତଭେଦ ନାହି ଯେ କଂଗ୍ରେସ ସରକାର ଭଲ ଭାବରେ ଶାସନ କରିନଥିଲେ, ହେଲେ ବିଜେପି ସରକାର ଜନତାକୁ ବଡ ବଡ ଭାସଣ ଦେଇ ସରକାର ବନେଇ ଥିଲା । ତାର ଶାସନ କିପରି ରହିଛି ତାହା ବି ମୂଲ୍ୟାୟନ ହେବା ଜରୁରୀ ।
ପ୍ରଥମ ଘୋଟାଲା ପ୍ରାରମ୍ଭ ହେଲା କଳାଧନ କୁ ନେଇ । ସରକାର ବନେଇବା ପୁର୍ବରୁ ବିଜେପି କହିଲା କଳାଧନ ବିଦେଶରୁ ଆଣି ନାଗରିକ ମାନଙ୍କ ମଧ୍ୟରେ ବିତରଣ କରିବ, ଭ୍ରଷ୍ଠାଚାର (କରପ୍ସନ୍) ବିରୋଧରେ ଲଢେଇ କରିବ, ଦେଶର ପ୍ରଗତି ପାଇଁ କାମ କରିବ । ହେଲେ ଅସଲରେ କ’ଣ ହେଲା? କଳାଧନ ର ପ୍ରତିସୃତି ଦେଇ ନୋଟ ବନ୍ଦୀ କଲା, ଲୋକମାନେ ଦୀର୍ଘଦିନ ଧରି ସମସ୍ୟା ର ସମ୍ମୁଖିନ ହେଲେ । ତଥାପି ଭ୍ରଷ୍ଠାଚାର ସରିଲା ନାହିଁ । ବିଜୟ ମାଲ୍ୟା କୋଟି କୋଟି ଟଙ୍କା ବ୍ୟାଙ୍କ ରୁ ନେଇ ବିଦେଶ କୁ ଫେରାର ହେଲା । ସରକାର କୁ ସବୁ ଜଣା ଥିଲା, ହେଲେ ତାକୁ ଭାରତ ରୁ ବିଦେଶ କୁ ପଳେଇବାର ସୁଯୋଗ ଦେଲା । ତଥ୍ୟ ରୁ ଜଣା ପଡିଲା ଯେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବିଜୟ ମାଲ୍ୟା ସହିତ ସାକ୍ଷ୍ୟାତ କରିଥିଲେ ବିଦେଶ ପଳେଇବା ପୁର୍ବରୁ ।
ଦ୍ବିତୀୟ ଘୋଟାଲା ହେଲା କଳା ଧନ ବିଦେଶରୁ ଆଣି ଭାରତୀୟଙ୍କୁ ବିତରଣ କରିବା । ମୋଦୀ ପ୍ରତିସୃତି ଦେଇଥିଲେ ଯେ କଳାଧନ ଆଣିଲେ ପ୍ରତ୍ୟୋକ ନାଗରିକ କୁ ୧୫ ଲକ୍ଷ ମିଳିପାରିବ । ଏ ପର୍ଯ୍ୟନ୍ତ ବିଜେପି ସରକାର ଓ ନରେନ୍ଦ୍ର ମୋଦୀ ଏ ବିଷୟରେ ମୌନ ପାଲଟିଛନ୍ତି । ପ୍ରଶ୍ନ ପଚାରିବାରୁ କହିଲେ ସେ ନିର୍ବଚାନ ଜୁମଲା ଥିଲା । ଏବେ ଓଡିଶା ର ଜନତା କେମିତି ବିଶ୍ୱାସ କରିବ ମୋଦିଙ୍କୁ କି ତାଙ୍କ ପ୍ରତିଶୃତି ଭି ଜୁମଲା ନାହି ବୋଲି ।
ତୃତୀୟ ଘୋଟାଲା, ଯୋଉ ଟା କି ଆଧୁନିକ ଭାରତ ର ସବଠୁ ବଡ ଘୋଟାଲା କୁହାଯାଇପାରେ, ତାହା ହେଲା ରାଫାୟଲ୍ ଡିଲ୍ ଯାହା ଫ୍ରାନ୍ସ୍ ସହିତ ହେଇଥିଲା । ଏହି ଚୁକ୍ତି ଅନୁସାରେ ଫ୍ରାନ୍ସ ଭାରତକୁ ଲଢେଇ କରିବା ଯେଟ୍ ଦେବାର ଥିଲା । ଜନତା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଯୁକ୍ତି ୫୮,୦୦୦ କୋଟି ର ଥିଲା । ଏହି ଚୁକ୍ତି କୁ ନେଇ କି ଦେଶର ନାଗରିକ କୁ କିଛି ଜଣା ନ ଥିଲା । ହେଲେ ଧିରେ ଧିରେ ଏହି ସତ୍ୟ ପଦାକୁ ଆସିଥିଲା ଯେ ରାଫାଏଲ୍ ନା ରେ ବଡ ଘୋଟାଲା ଚାଲିଛି ।
ଏହି ସରକାର ରେ ଗରିବ, ନାରୀ, ମୁସଲିମ, ଅଦିବାସୀ, ଦଳିତ, ଏବଂ ସାଧାରଣ ଜନତା ସୁରକ୍ଷିତ ନାହାନ୍ତି । ଅଳ୍ପ ସଂଖ୍ୟକ ମାନଙ୍କ ଉପରେ ଅନ୍ୟାୟ ବଢିଚାଲିଛି, ହେଲେ ପ୍ରାଧାନ ମନ୍ତ୍ରୀ କିଛି କହୁ ନାହାନ୍ତି । ନାରୀ ମାନଙ୍କ ଉପରେ ଅତ୍ୟାଚାର ଓ ହିଂସା ବଢି ଚାଲିଛି । ଦିଲ୍ଲୀ ଯାହା ଭାରତ ର ରାଜଧାନୀ, ସାରା ବିଶ୍ୱରେ ବଳାତ୍କାର ରାଜଧାନୀ ର ନାରେ ପରିଚିତ ହେଉଅଛି । ଦିଲ୍ଲୀ କୁ ମୋଦୀ ମହିଳା ମାନଙ୍କ ପାଇଁ ଗୋଟିଏ ସୁରକ୍ଷିତ ଜାଗାରେ ପରିଣତି କରିପାରି ନାହାନ୍ତି । ଆଉ ଓଡିଶାରେ ଆସି ନାରୀ ସୁରକ୍ଷା ର କଥା କହୁଛନ୍ତି, ସେ ଯାହାବି ହଉନା କାହିଁକି, ଓଡିଶାର ଜନତା ମୋଦିର ମିଠା ମିଠା କଥା ତଥା ଛଳନା ର ଶିକାର ହବା କଥା ନୁହଁ !
ନରେନ୍ଦ୍ର ମୋଦୀ କିଛି ଠକି ପାରିଲେ ନି ଓଡିଶାରେ, ସେଇଥ ପାଇଁ ଦେଶ ଭକ୍ତିର କଥା ପୁଣି ଥରେ ଆଣିଲେ । ମୋଦୀ ତଥା ବିଜେପି ମନେ ରଖିବାର କଥା ଯେ କିଏ ଯଦି ଭାରତ ମାତା କହି ଦେଲେ ଦେଶ ପ୍ରେମୀ ହୋଇ ଜାଏ ତାହା ନୁହଁ, ଦେଶରେ ରହୁ ଥିବା ଲୋକଙ୍କୁ ସମ୍ମାନ, ଅଧିକାର ଓ ଭାଇଚାରା/ଭଉଣୀଚାରା ରେ ହିଁ ଦେଶ ପ୍ରେମ ରହିଛି । ମୋଦୀ ଦେଶ ପ୍ରେମ ନାଁ ରେ ଆହୁରି ଜନତାକୁ ମୁର୍ଖ ବନେଇ ପାରିବେ ନାହିଁ । ମୁଖ୍ୟ ପ୍ରଶ୍ନ ଏବେ ଉଠେ ସତରେ ଏଇ ଦେଶର ଚୋର କିଏ ! ବର୍ତ୍ତମାନ ସମୟ ରେ ଚୋର ଟା କଂଗ୍ରେସ ନା ଚୌକିଦାର ହିଁ ଚୋର । ପ୍ରଶ୍ନ ର ଉତ୍ତର ଜନତା ନିଶ୍ଚୟ ବାହର କରିବେ !
*Source featured Image: financialexpress.com