ଘର୍ ବନାଲା ବାଏର୍ ବନାଲା

ରାଏଜ୍ କଳା ସେ ଦେଉଲେ

କୁଷ୍ଟ ମହନ ଗହଟିଆ ନା ଶୁନି

ଲୋକ ଥର୍ ଥରୁ ଥିଲେ ।

****

ବଢଲା ଗହଟିଆର୍ ରାଜ୍  

ଲୋକ୍ ମାନ୍ କୁ ହୀନ୍ ମାନ୍ କଲା

ମନ୍ ଇଚ୍ଛା ତାର୍ ଅତ୍ୟାଚାର୍ କଲା  

କରିଦେଲା ସତ୍ୟାନାସ୍ ।

****

ଧନ୍ ଜନ୍ କେ ହଡପ୍ କଲା

ଗଣା ପୂଜାରୀ କେ ଗୁଲାମ୍  

ଶିର୍ସିରି ସବକର୍ ଅଟି ଯାଇଥିଲା

ସବ୍ କେ କଲା ହଏରାନ୍ ।  

 ****

ଡମ୍ ଲୋକ୍ କେ ଦେଖିନାଇ ଶୁଇଲା

ଅଗ୍ ଧୁରୁ ଦେଖି ଘିନଉ ଥିଲା

ବାଟ୍ କେ ଘାଟ୍ କେ ମନା କଲା

କେନେ ନାଇ ଥିଲା ଠାନ୍,

ସବୁ ଦିନିଆ ସେ ଛି ଥୁ ଥୁ

ସତେ କେଡେ ହିନୀ ମାନ୍ ।  

****

କୁଲି ଭୁତି କରି ଡମ୍ ପଡ଼ାର୍ ଲୋକ

ଖଟୁ ଥିଲେ ଦିନ୍ ରାତ୍  

ଖଟ୍ ଲା ଭୁତି ବି ଦେବାର ଲାଗି ଗହଟିଆ

କରୁଥିଲା କେତେ ହୀନସ୍ତା ।

****

ସୋର୍ ପଡ଼୍ ସି ମୋର୍ ବୁଡାଦାର୍ କଥା

କେଭେ ନାଇ ପାରେ ଭୁଲି

ମା କେ ତାର୍ ଗହଟିଆ ବୁଡା

ପିଟି ଥିଲା ଗାହାର୍ ଖୁଲି ।

****

ମଠିଆ ଧରି ଯାଇଥିଲା ଆନି

ବାଗ୍ ମୁଡାର୍ ପାନି 

ଫିର୍ ଲା ବେଲ୍ କେ ବାମନ୍ ଖେଟାବା  

ନାଇ ଥିଲା ସେ ଜାନି ।

****

ଚୁଟିର୍ ବାଲ୍ କେ ଧରି କରି ମା କେ

କେଡେ ହୀନମାନ୍ କଲା

ତେତେଲ୍ କଡା ତି ପିଟି ପିଟି କରି

ଛାଲ୍ ଛଡେଇ ଦେଲା ।

****

ଦାରି ଡମେନ୍ ହୀନସ୍ ତିଏନ୍  

ଏତେ ସାହସ୍ ତର୍ ହେଲା

ଜମି କେ ମୋର୍ ମାରା କରି ଦେଲୁ

ଇଜତ୍ ମହତ୍ ସବୁ ଗଲା ।

****

ଦେଖୁ ଥିଲେ ଗାହାର୍ ଲୋକ୍ ଡୁଗ୍ ଡୁଗ୍

କିଏ ନାଇ କଲା ଚୁ

ସୁସ୍ କୁରେଇ ସୁସ୍ କୁରେଇ କାନ୍ଦୁ ଥିଲା ମା

ପସ୍ତେକର୍ ମାଡ଼୍ ଖାଇ

ରଡ଼୍ ଯାଏନି ପିଟଲା ପଛ୍ କେ

ବାମନ୍ ବୁଡା ହେଲା ଛୁ ।

****

ଡମ୍ ବୁଡା ଘର କେ ଆଏଲା

ମାଇଝୀର୍ ଦୁଖ୍ ସୁନ୍ ଲା

କିଛି ନାଇ କରି ପାର୍ ଲା ଆରୁ

ରାଗର ମାଡ଼େ ମୁଡ ପିଟି ପିଟି

ଛଟ୍ ପଟି ଛଟ୍ ପଟି ମଲା ।

****

ରମାକାନ୍ତ ନାଏକ କଳାହାଣ୍ଡି ର ଜୁନାଗଡ଼ ସ୍ଥିତ ଏକ ଛୋଟ ଗାଁ ଅମ୍ବଦୁଲା ରୁ ଆସନ୍ତି ଏବଂ ସେ ବର୍ତ୍ତମାନ ମୁମ୍ବାଇ ସ୍ଥିତ ଟାଟା ସାମାଜିକ ବିଜ୍ଞାନ ଶିକ୍ଷାନୁଷ୍ଠାନ ରେ ପି.ଏଚ୍.ଡି. ଅଧ୍ୟୟନ କରୁଅଛନ୍ତି।