ତୁମେ ଜାଣ କି

ଭୀମ ଭୋଇଙ୍କୁ?

ଯିଏ ମୁକ୍ତି ଖୋଜୁଥିଲେ 

ଜାତି କୁ ତ୍ୟାଗୀ, ଏବଂ 

କହୁଥିଲେ, ଜାତି ଖୋଜିଲେ ମୁକ୍ତି ନାହିଁ।

ଯାହାର ବିଚାର- ମାନବିକତା ଏବଂ ଜଗତର ମୁକ୍ତି।

ଯିଏ କହିଛନ୍ତି;

“ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।”

ତୁମେ ଜାଣ କି?

 

ତୁମେ ଜାଣ କି

ଧରତି ଅବା ବିର୍ସା ମୁଣ୍ଡା ଙ୍କୁ?

ଉପନିବେଶ ନିୟମ ଓ ଆଦିବାସୀମାନଙ୍କ ଅଧିକାର ନିମନ୍ତେ

ଯାହାର ଲଢେଇ।

ଯିଏ କହିଛନ୍ତି;

“ଜଳ, ଜଙ୍ଗଲ ଓ ଜମିନ ଆମର”

ଏବଂ

“ଇଏ ଧରତୀ ହମାରା ହେ, ହମ୍ ଇସକେ ରକ୍ଷକ ହେଁ।”

ତୁମେ ଜାଣ କି?

 

ତୁମେ ଜାଣ କି

ମହାତ୍ମା ଜ୍ୟୋତିବା ଫୁଲେ ଙ୍କୁ?

ବେଦକୁ- ନିଃସ୍କ୍ରୀୟ କଳ୍ପନା ଓ

ମିଥ୍ୟା ଚେତନାର ରୂପ

ଯିଏ କହିଛନ୍ତି।

ଯାହାର ସମଗ୍ର ଜୀବନ

ଶିକ୍ଷା ଜରିଆରେ ମହିଳାଙ୍କ ମୁକ୍ତି

ଦୁର୍ଦ୍ଧାନ୍ତ ଜାତି ବ୍ୟବସ୍ଥାରୁ ଅସ୍ପୃଶ୍ୟଙ୍କ ମୁକ୍ତି

ନିମନ୍ତେ ଅତିବାହିତ।

ତୁମେ ଜାଣ କି?

 

ତୁମେ ଜାଣ କି

ମାତା ସାବିତ୍ରୀ ବାଈ ଙ୍କୁ?

ଭାରତର ପ୍ରଥମ ମହିଳା ଶିକ୍ଷାବିତ୍।

ଜାଗୃତି ଓ ଶିକ୍ଷିତ ସହ 

ପରମ୍ପରାର ଧ୍ଵଂସ ହିଁ ମୁକ୍ତି 

ଯିଏ କହିଛନ୍ତି।

ଯିଏ ଆଧୁନିକ ଶିକ୍ଷାର ମାତା।

ଭାରତରେ ଜାତି ଓ ପିତୃସତ୍ତା

ବିରୁଦ୍ଧରେ

ସେ ଏକ କୃସେଡର୍।

ତୁମେ ଜାଣ କି?

 

ତୁମେ ଜାଣ କି

ଫତିମା ସେଇଖ୍ ଙ୍କୁ?

ଭାରତରେ ପ୍ରଥମ ମହିଳା

ମୁସଲିମ ଶିକ୍ଷୟତ୍ରୀ

ଏବଂ

ଫୁଲେ ଦମ୍ପତିଙ୍କ ସହକର୍ମୀ।

ଯାହାର ବନ୍ଧୁତା;

ଉଭୟ ଜାତି ଓ ଧର୍ମର ଅନୈତିକତା

ବିରୁଦ୍ଧରେ

ଏକ ଆନ୍ଦୋଳନ ସୃଷ୍ଟି କରିଥିଲା।

ତୁମେ ଜାଣ କି?

 

ତୁମେ ଜାଣ କି

ଆମ୍ବେଦକର ଙ୍କୁ?

ଜାତିର ବିନାଶ ସହ ହିନ୍ଦୁ ଧର୍ମ ଛାଡ଼ିବା,

ମହିଳା ଉନ୍ନତି ଏବଂ

“ଜାତି ହେଉଛି ଶ୍ରମିକଙ୍କ ବିଭାଜନ”

ଯିଏ କହିଛନ୍ତି।

ତୁମେ ଜାଣ କି?

 

ତୁମେ ଜାଣ କି

କାଂଶିରାମ ଙ୍କୁ?

ଆମ୍ବେଦକର ଓ ଫୁଲେଙ୍କ ବିଚାରକୁ ନେଇ

ଯିଏ ଏକ ରାଜନୈତିକ ଦଳ 

ଗଠନ କରିଛନ୍ତି।

ବହୁଜନ ସମାଜ ପାର୍ଟି,

ଯାହାର ଆନ୍ଦୋଳନ 

ସାମାଜିକ ପରିବର୍ତ୍ତନ ହେତୁ।

ତୁମେ ଜାଣ କି?

 

Manoj Bag (Tilesara, Sonepur)

M.A First Year
Language, Literature Media and Culture
English and Foreign Language University Hyderabad