BSP Election Campaign 2019
Photo Credit: Vimal Varun (Facebook)

ଆଜି ବହୁଜନ ସମାଜ ପାର୍ଟି ମୁଖ୍ୟ ଶ୍ରୀ ମାୟାବତୀ ଓଡିଶା ର ରାଜଧାନୀ ଭୁବନେଶ୍ୱର ରେ ଓଡିଶା ର ମତଦାତା ଙ୍କୁ ସମ୍ବୋଧନ କରିଥିଲେ I ଏହି ସମ୍ବୋଧନ ରେ ସାମିଲ ହେଇଥିଲେ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିୟ ଯିଏ ଏହି ଓଡିଶା ବିଧାନସଭା ନିର୍ବାଚନ ରେ ଜୟପୁର ରୁ ନିଜର ପ୍ରାଥୀପତ୍ର ଦାଖଲ କରିଛନ୍ତି I ତା ସହିତ ସାମିଲ ହେଇଥିଲେ ନୂଆ ଯୁବ ନେତା ଜିତୁ ଯାକେଶିକା, ଯିଏ ବିସମକଟକ ବିଧାନସଭାରୁ ଲଢ଼ୁଛନ୍ତି I ଅଖୟ କୁମାର ମଲ୍ଲିକ (ସାମାଜିକ ନ୍ୟାୟ ଅଭିୟାନ ତରଫରୁ) ମଧ୍ୟ ଏହି ସମ୍ବୋଧନ ରେ ଯୋଗ ଦେଇଥିଲେ I ଏ ମାନଙ୍କ ବ୍ୟତୀତ ବହୁଜନ ସମାଜ ପାର୍ଟି ତରଫରୁ ଉଠୁଥିବା ସମସ୍ତ ବିଧ୍ୟାୟକ ପ୍ରାଥୀ ଆଉ ପାର୍ଟି କୁ ସହଯୋଗ କରୁଥିବା ମତଦାତା ବିପୁଳ ପରିମାଣ ରେ ପ୍ରାୟ ଲକ୍ଷେ ରୁ ଉର୍ଧ୍ଵ ସାମିଲ ହେଇଥିଲେ ଏହି ସମ୍ବୋଧନ ରେ I

Photo Credit: Vimal Varun (Facebook)

ମାୟାବତୀ ଯେତେବେଳେ ବି ନିଜର ମତଦାତା ଙ୍କ ପାଖଙ୍କୁ ଆସନ୍ତି ସେତେବେଳେ ସମସ୍ତ ମତଦାତା ଙ୍କ ମନରେ ଖୁଶି ର ଲହରୀ ଖେଳି ଯାଏ I ଠିକ ଏହା ହିଁ ଦେଖିବାକୁ ମିଳିଥିଲା ଆଜିର ଭୁବନେଶ୍ୱର ସମ୍ବୋଧନ ରେ, ଲକ୍ଷ ରୁ ଉର୍ଧ୍ଵ ଲୋକ ମାୟାବତୀ ଙ୍କୁ ଦେଖିବା କୁ ଆସିଥିଲେ, ଆଉ ତାଙ୍କର ଦୁଇପଦ କଥା ମଧ୍ୟ ଶୁଣିବା ପାଇଁ ବହୁତ ସମୟରୁ ଅପେକ୍ଷା କରିଥିଲେ I ମତଦାତା ଙ୍କୁ କିଛି କଷ୍ଟ ନ ହେବ ସେଥିପାଇଁ ଆୟୋଜକ ମାନେ ବହୁତ ସୁବିଧା ଯୋଗେଇ ଦେଇଥିଲେ I ଏହି ସମ୍ବୋଧନ ଭୁବନେଶ୍ୱର ରେ ହେଇଥିଲେ ମଧ୍ୟ ଗାଁ ଗାଁ ରୁ ବିପୁଳ ପରିମାଣ ରେ ଲୋକେ ଯୋଗଦେଇଥିଲେ I

Photo Credit: Vimal Varun (Facebook)

ମାୟାବତୀ ଯେମିତି ଆଶିଲେ, ସମସ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା I ସେ ସମସ୍ତଙ୍କୁ ନିଜର ପାର୍ଟି ତରଫରୁ ସ୍ୱାଗତ କଲେ ଆଉ ଆରମ୍ଭ କଲେ ନିଜର ଭାଷଣ I ତାଙ୍କର ଭାଷଣ ବହୁତ ଦିନ ପରେ ନିଜର ପୁରୁଣା ଅନ୍ଦାଜ଼ ପରି ଲାଗିଲା, ସେ ବହୁତ ସମୟ ନିଜ ଲେଖା କୁ ଦେଖି କହନ୍ତି ହେଲେ ଓଡିଶା ରେ ସେ ତାହା କଲେ ନାହିଁ; ନିଜର ପୁରୁଣା ଅନ୍ଦାଜ଼ ରେ ଭାଷଣ ରଖିଲେ, ତାଙ୍କର ଭାଷଣ ଏମିତି ଥିଲା ଯେମିତି କି ଜଣେ ନିଜର ପରିଚୟ ବ୍ୟକ୍ତି ଆମକୁ ରାଜନୀତି ଉପରେ ବୁଝାଉଛନ୍ତି I ସେ ନିଜର ଭଉଣୀ ହିସାବରେ କହିଲେ କି ଆଉ କେତେଦିନ ଆମେ ସମସ୍ତେ ଅଲଗା ଲୋକଙ୍କ ଗୁଳାମି କରିକି ରହିଆସୁଥିମୁ I ସମୟ ଆସିଯାଇଛି କି ରାଜନୀତି ର ଚାବି କୁ ନିଜ ହାତରେ ଧରିବା; ଆମେ ଅନ୍ୟ ଦଳ କୁ ନିଜର ଅଧିକାର କୁ ଭିକ୍ଷ୍ୟା ରୂପରେ ଆଶା କରୁଛୁ କିନ୍ତୁ ଯେତେବେଳେ ଆମର ନିଜର ହାତରେ ସରକାର ଥିବ ତେବେ ଆମକୁ ଅନ୍ୟ କାହାକୁ ଭିକ୍ଷ୍ୟା ମାଗିବା କୁ ପଡିବ ନାହିଁ I ମାୟାବତୀ ଏମିତି ହିଁ ନିଜର ଘର ସଦସ୍ୟ ହିସାବରେ ନିଜର ମତଦାତା ଙ୍କୁ ଚେତେଇ ଦେଇଥିଲେ I ମାୟାବତୀ ବା ବହୁଜନ ସମାଜ ପାର୍ଟି କୁ ଲୋକେ ଏମିତି ହିଁ ଭଲ କହନ୍ତି ନାହିଁ; ଲୋକେ ମାୟାବତୀଙ୍କୁ ନିଜର ଭଉଣୀ ହିସାବରେ ଭାବନ୍ତି ଆଉ ପାର୍ଟି କୁ ନିଜର ଘର ଭାବନ୍ତି I ଏଇଥି ପାଇଁ ଲୋକେ ମାୟାବତୀ ଙ୍କୁ ଚାହାନ୍ତି ପ୍ରଧାନ ମନ୍ତ୍ରୀ କରିବାକୁ; ଯଦି ହେବେ ତା’ହେଲେ ତାହା ହେବ ଭାରତର ଇତିହାସ ଯେ ପ୍ରଥମ ଥର ଜଣେ ଦଳିତ ଝିଅ ହେବ ପ୍ରଧାନ ମନ୍ତୀ; ଯାହା ଏ ପର୍ଯ୍ୟନ୍ତ କଂଗ୍ରେସ, ବିଜେପି ବା ଅନ୍ୟ ମନୁବାଦି ପାର୍ଟି କରେଇ ନାହାନ୍ତି I

Photo Credit: Vimal Varun (Facebook)

ମାୟାବତୀ ଉଭୟ କଂଗ୍ରେସ, ବିଜେପି ଓ ବିଜେଡି କୁ ତୀବ୍ର ଆଲୋଚନା କରିଥିଲେ ନିଜର ଭାଷଣ ରୁ I ସେ କହିଥିଲେ କି ଦଳିତ, ଆଦିବାସୀ, ପଛୁଆ ବର୍ଗ, ଗରିବ ଉଚ୍ଚ ଜାତି ଓ ଅନ୍ୟ ଅଳ୍ପ ସଂଖ୍ୟକ ଙ୍କ ଅଧିକାର କୁ ଏହି ଦଳମାନେ ଛଡେଇ ନେଉଅଛନ୍ତି ବୋଲି I ତା ସହିତ ସେ କହିଲେ କି, ଏ ସମସ୍ତେ ଏହିଁ ଶୋଷିତ ବର୍ଗ ଙ୍କୁ ବହୁତ ଅଶୁଵିଧା ରେ ପକାଉଅଛି I ବିଜେପି ଉପରେ କହିଲେ କି ବିଜେପି ଯେତେ ପ୍ରତିଶ୍ରୁତି ଦେଇଥିଲା ତାହା ଏ ପର୍ଯ୍ୟନ୍ତ ପୁରଣ କରି ନାହିଁ ; ପାଠ ପଢା ଯୁବକ ଙ୍କୁ ଚାକିରୀ ମିଳୁନାହିଁ I ସେ କହିଲେ କି ବିଜେପି ରାଫେଲ ମାମଲାରେ ବହୁତ ବଡ ଦୁର୍ନୀତି ବା ଘୋଟଲା କରିଛି ; ବିଜେପି ନିଜର ପ୍ରତିଶ୍ରୁତି ପୁରଣ ନ କରିବାରୁ ଲୋକଙ୍କୁ ବିଜେପି ନୂଆ ମିଥ୍ୟା ପ୍ରତିଶ୍ରୁତି ଦେଉଅଛି ବୋଲି I ସେ କହିଲେ କି ଓଡ଼ିଶାରେ ଶୋଷିତ ବର୍ଗ ଙ୍କ ୮୦ ପ୍ରତିଶତ ରୁ ଉର୍ଧ୍ଵ ଥିଲେ ମଧ୍ୟ ଏହି ବର୍ଗ ସରକାର ଗଢିପାରୁନାହାନ୍ତି ; ଏହା ବହୁତ ଚିନ୍ତା ର ବିଷୟ I ତା’ଛଡା କହିଲେ କି ବିଜେଡି ଏତେ ସମୟ ଶାସନ କରି ମଧ୍ୟ ଓଡିଶା କୁ ଗରିବୀ ରାଜ୍ୟ ରୁ ମୁକ୍ତ କରିପାରୁନାହି, ଏହା ଛଡା ସେ ବହୁତ କିଛି କହିଗଲେ ଯାହା ମତଦାତା ଙ୍କୁ ଚିନ୍ତନ କରିବାକୁ ବାଧ୍ୟ କରିଥିଲା I

Photo Credit: Vimal Varun (Facebook)

ସମୟ ଆସି ଯାଇଅଛ ବିଜେପି, କଂଗ୍ରେସ ଆଉ ବିଜେଡି କୁ ହଟେଇ ବହୁଜନ ସରକାର ଆଣିବାର I ଏହା ସେତେବେଳେ ହେବ, ଯେତେବେଳେ ଆମ ସମାଜର ଲୋକ ନିଜର ଅଧିକାର ଉପରେ ଜାଣି ପାରିବେ ଆଉ ବହୁଜନ ସରକାର କୁ ପୁର୍ଣ ବହୁମତ ଦେବେ I