ଜାନୁଆରୀ ୫ ତାରିଖ ୨୦୧୯ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବାରିପଦା ରେ ଭାସଣ ଦେଇଥିଲେ । ନିଜ ଭାସଣ ପ୍ରାରମ୍ଭରେ ଓଡିଆରେ କହି ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲେ । ଭାସଣ ପାଇଁ ନରେନ୍ଦ୍ର ମୋଦୀ ବହୁତ ପରିଚିତ ସାରା ଭାରତ ବର୍ଷରେ, ନିଜ ଭାସଣରେ ସେ ଜନତା କୁ ପ୍ରତିସୃତି ଦେଇଥିଲେ କି, ସେ ୪୫୦୦ କୋଟି ସରକାରୀ ଯୋଜନା ପାଇଁ ଦେବେ । ଏହି ପ୍ରତିସୃତି, ଏମିତି ସମୟ ରେ ଆସିଛି ଯେଉଁ  ସମୟରେ ବିଜେପି ସରକାର ମଧ୍ୟପ୍ରଦେଶ, ରାଜସ୍ଥାନ, ଓ ଛତିସଗଡ଼ ରେ ପରାଜୟ ର ସମ୍ମୁଖୀନ ହେବାକୁ ପଢିଛି ।

ଦ୍ବିତୀୟତଃ ୨୦୧୯ ର ନିର୍ବାଚନ ନିକଟ ଭବିଷ୍ୟତରେ ଅଛି, ଏହି ପରିପ୍ରେଖିରେ ମୋଦିଙ୍କ  ଭାସଣକୁ  ସିଧା ସିଧା ନବା ମୁର୍ଖାମୀର  ପରିଚୟ ହବ । ଯଦି ମୋଦୀ ଆମ ଓଡିଶା କୁ ନେଇ ଏତେ ପ୍ରେମୀ ତଥା ଓଡିଶା ର ଭଲ ପାଇଁ ଚିନ୍ତା କରୁଥିଲେ, ତା’ହେଲେ ୨୦୧୨ ରୁ ତାଙ୍କର ସରକାର ରହିଛି , ସେ କାହିଁକି  ଓଡିଶା କୁ ନେଇ ଏମିତି ନିତି ତଥା ସହଯୋଗ ଦେଲେ ନାହିଁ । ଉତ୍ତର ଟି ସିଧା ସିଧା, ମୋଦୀ ସରକାର ଚାହିଁଥିଲେ ବହୁତ କିଛି କରି ପାରିଥାନ୍ତେ, ହେଲେ କଲେ ନି । ଏବେ ନିର୍ବାଚନରେ ପରାଜୟ ପରିସ୍ଥିତି ରେ ଏମିତି ଫେକୀ(ଠକି) ଚାଲିଛନ୍ତି , ହେଲେ ଜନତା ବି ସେତେ ମୁର୍ଖ ନୁହଁ ।

ମୋଦୀ ନିଜ ଭାସଣରେ କଂଗ୍ରେସ ସରକାର କୁ ଚୋର କହିଥିଲେ । ଏଥିରେ କୋଣସି ମତଭେଦ ନାହି ଯେ କଂଗ୍ରେସ ସରକାର ଭଲ ଭାବରେ ଶାସନ କରିନଥିଲେ, ହେଲେ ବିଜେପି ସରକାର ଜନତାକୁ ବଡ ବଡ ଭାସଣ ଦେଇ ସରକାର ବନେଇ ଥିଲା । ତାର ଶାସନ କିପରି ରହିଛି ତାହା ବି ମୂଲ୍ୟାୟନ ହେବା ଜରୁରୀ ।

ପ୍ରଥମ ଘୋଟାଲା ପ୍ରାରମ୍ଭ ହେଲା କଳାଧନ କୁ ନେଇ । ସରକାର ବନେଇବା ପୁର୍ବରୁ ବିଜେପି କହିଲା କଳାଧନ ବିଦେଶରୁ ଆଣି ନାଗରିକ ମାନଙ୍କ ମଧ୍ୟରେ ବିତରଣ କରିବ, ଭ୍ରଷ୍ଠାଚାର (କରପ୍ସନ୍)  ବିରୋଧରେ ଲଢେଇ କରିବ, ଦେଶର ପ୍ରଗତି ପାଇଁ କାମ କରିବ । ହେଲେ ଅସଲରେ  କ’ଣ ହେଲା? କଳାଧନ ର ପ୍ରତିସୃତି ଦେଇ ନୋଟ ବନ୍ଦୀ କଲା, ଲୋକମାନେ ଦୀର୍ଘଦିନ ଧରି ସମସ୍ୟା ର ସମ୍ମୁଖିନ ହେଲେ । ତଥାପି ଭ୍ରଷ୍ଠାଚାର ସରିଲା ନାହିଁ । ବିଜୟ ମାଲ୍ୟା  କୋଟି କୋଟି ଟଙ୍କା ବ୍ୟାଙ୍କ ରୁ ନେଇ ବିଦେଶ କୁ ଫେରାର ହେଲା । ସରକାର କୁ ସବୁ ଜଣା ଥିଲା, ହେଲେ ତାକୁ ଭାରତ ରୁ ବିଦେଶ କୁ ପଳେଇବାର ସୁଯୋଗ ଦେଲା । ତଥ୍ୟ ରୁ ଜଣା ପଡିଲା ଯେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବିଜୟ ମାଲ୍ୟା ସହିତ ସାକ୍ଷ୍ୟାତ କରିଥିଲେ ବିଦେଶ ପଳେଇବା ପୁର୍ବରୁ ।

ଦ୍ବିତୀୟ ଘୋଟାଲା ହେଲା କଳା ଧନ ବିଦେଶରୁ ଆଣି ଭାରତୀୟଙ୍କୁ ବିତରଣ କରିବା । ମୋଦୀ ପ୍ରତିସୃତି ଦେଇଥିଲେ ଯେ କଳାଧନ ଆଣିଲେ ପ୍ରତ୍ୟୋକ ନାଗରିକ କୁ ୧୫ ଲକ୍ଷ ମିଳିପାରିବ । ଏ ପର୍ଯ୍ୟନ୍ତ ବିଜେପି ସରକାର ଓ ନରେନ୍ଦ୍ର ମୋଦୀ ଏ ବିଷୟରେ ମୌନ ପାଲଟିଛନ୍ତି । ପ୍ରଶ୍ନ ପଚାରିବାରୁ କହିଲେ ସେ ନିର୍ବଚାନ ଜୁମଲା ଥିଲା । ଏବେ ଓଡିଶା ର ଜନତା କେମିତି ବିଶ୍ୱାସ କରିବ ମୋଦିଙ୍କୁ କି ତାଙ୍କ ପ୍ରତିଶୃତି ଭି ଜୁମଲା ନାହି ବୋଲି ।

ତୃତୀୟ ଘୋଟାଲା, ଯୋଉ ଟା କି ଆଧୁନିକ ଭାରତ ର ସବଠୁ ବଡ ଘୋଟାଲା କୁହାଯାଇପାରେ, ତାହା ହେଲା ରାଫାୟଲ୍ ଡିଲ୍ ଯାହା ଫ୍ରାନ୍ସ୍ ସହିତ ହେଇଥିଲା । ଏହି ଚୁକ୍ତି ଅନୁସାରେ ଫ୍ରାନ୍ସ ଭାରତକୁ ଲଢେଇ କରିବା ଯେଟ୍ ଦେବାର ଥିଲା । ଜନତା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଯୁକ୍ତି  ୫୮,୦୦୦ କୋଟି ର ଥିଲା । ଏହି ଚୁକ୍ତି କୁ ନେଇ କି ଦେଶର ନାଗରିକ କୁ  କିଛି ଜଣା ନ ଥିଲା । ହେଲେ ଧିରେ ଧିରେ ଏହି ସତ୍ୟ ପଦାକୁ ଆସିଥିଲା ଯେ ରାଫାଏଲ୍ ନା ରେ ବଡ ଘୋଟାଲା ଚାଲିଛି ।

ଏହି ସରକାର ରେ ଗରିବ, ନାରୀ, ମୁସଲିମ, ଅଦିବାସୀ, ଦଳିତ, ଏବଂ ସାଧାରଣ ଜନତା ସୁରକ୍ଷିତ ନାହାନ୍ତି । ଅଳ୍ପ ସଂଖ୍ୟକ ମାନଙ୍କ ଉପରେ ଅନ୍ୟାୟ ବଢିଚାଲିଛି,  ହେଲେ ପ୍ରାଧାନ ମନ୍ତ୍ରୀ କିଛି କହୁ ନାହାନ୍ତି । ନାରୀ ମାନଙ୍କ ଉପରେ ଅତ୍ୟାଚାର ଓ ହିଂସା ବଢି ଚାଲିଛି । ଦିଲ୍ଲୀ ଯାହା ଭାରତ ର ରାଜଧାନୀ, ସାରା ବିଶ୍ୱରେ  ବଳାତ୍କାର ରାଜଧାନୀ ର ନାରେ ପରିଚିତ ହେଉଅଛି । ଦିଲ୍ଲୀ କୁ ମୋଦୀ ମହିଳା ମାନଙ୍କ  ପାଇଁ ଗୋଟିଏ ସୁରକ୍ଷିତ ଜାଗାରେ ପରିଣତି କରିପାରି ନାହାନ୍ତି । ଆଉ ଓଡିଶାରେ ଆସି ନାରୀ ସୁରକ୍ଷା ର କଥା କହୁଛନ୍ତି, ସେ ଯାହାବି ହଉନା କାହିଁକି, ଓଡିଶାର ଜନତା ମୋଦିର ମିଠା ମିଠା କଥା ତଥା ଛଳନା ର ଶିକାର  ହବା କଥା ନୁହଁ !

ନରେନ୍ଦ୍ର ମୋଦୀ କିଛି ଠକି ପାରିଲେ ନି ଓଡିଶାରେ, ସେଇଥ ପାଇଁ ଦେଶ ଭକ୍ତିର କଥା ପୁଣି ଥରେ ଆଣିଲେ । ମୋଦୀ ତଥା ବିଜେପି ମନେ ରଖିବାର କଥା ଯେ କିଏ ଯଦି ଭାରତ ମାତା କହି ଦେଲେ ଦେଶ ପ୍ରେମୀ ହୋଇ ଜାଏ ତାହା ନୁହଁ, ଦେଶରେ ରହୁ ଥିବା ଲୋକଙ୍କୁ ସମ୍ମାନ, ଅଧିକାର ଓ ଭାଇଚାରା/ଭଉଣୀଚାରା ରେ ହିଁ ଦେଶ ପ୍ରେମ ରହିଛି । ମୋଦୀ ଦେଶ ପ୍ରେମ ନାଁ ରେ ଆହୁରି ଜନତାକୁ ମୁର୍ଖ ବନେଇ ପାରିବେ ନାହିଁ । ମୁଖ୍ୟ ପ୍ରଶ୍ନ ଏବେ ଉଠେ ସତରେ ଏଇ ଦେଶର ଚୋର କିଏ ! ବର୍ତ୍ତମାନ ସମୟ ରେ ଚୋର ଟା କଂଗ୍ରେସ ନା ଚୌକିଦାର ହିଁ ଚୋର । ପ୍ରଶ୍ନ ର ଉତ୍ତର ଜନତା ନିଶ୍ଚୟ ବାହର କରିବେ !   

*Source featured Image: financialexpress.com

By Jitendra Suna (ଜିତେନ୍ଦ୍ର ସୁନା)

Jitendra Suna is studying at Jawaharlal Nehru University, New Delhi. He is one of the Editorial Board members of Nirveda Odisha. ଜିତେନ୍ଦ୍ର ସୁନା ବର୍ତ୍ତମାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ରେ ସ୍ନାତକ କରୁଛନ୍ତି I