ବନ୍ଧୁଗଣ ବହୁତ ଦୁଃଖର ସହିତ କହିବାକୁ ପଡୁଛି ଯେ ବିଜେପି ସରକାର ତଥା ଏହି ଦେଶର ହିନ୍ଦୁବାଦୀ ଶାସନକାରୀ ମାନେ ଉଚ୍ଚଜାତି ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପରେ ବିଲ୍ ଆଣି, ଦୁଇ ସଦନ: ଲୋକସଭା ତଥା ରାଜ୍ୟସଭା ରେ ପାସ କରେଇ ସାରିଲେଣି I ଯେଉଁ ରାଜନୈତିକ ଦଳମାନେ ଅନୁସୁଚିତ ଜାତି, ଜନଜାତି, ତଥା ପଛୁଆ ବର୍ଗର ର ପ୍ରତିନିଧିତ୍ୱ କରୁଥିଲେ, ସେହି ଦଳମାନେ ଆଜି ଏହି ୧୦ ପ୍ରତିଶତ ସଂରକ୍ଷଣକୁ ସ୍ୱୀକାର କରି ନେଇଛନ୍ତି I ଏହି ପରିପ୍ରେକ୍ଷିରେ ଦେଖାଗଲେ କୋଣସି ରାଜନୈତିକ ସଂଗଠନ, ଏହି ଦେଶର ଦଲିତ, ବଂଚିତ ତଥା ନିଷ୍ପେସିତ ସମାଜ ର କଥା କହିବାକୁ ନାରାଜ I ଏମିତି ପରିସ୍ଥିତି ରେ ଅନୁସୁଚିତ ଜାତି, ଜନଜାତି, ତଥା ପଛୁଆ ବର୍ଗର ଲୋକମାନଙ୍କୁ ଆଗକୁ ଆସି ଲଢେଇ କରିବାକୁ ପଡିବ I

ଯେଉଁ ରାଜନୈତିକ ଦଳମାନେ ଆମରି କଥା କହିବାର ଦାବା କରୁଥିଲେ, ସେମାନେ ଆଜି ବିଶ୍ୱାସରେ ବିସଘାତ କରିଛନ୍ତି I ଯେଉଁମାନେ ସଂରକ୍ଷଣ ର ଲାଭ ନେଇ କି ସଂସଦରେ ପହଂଚିଛନ୍ତି, ସେହି ଲୋକମାନେ ଆଜି ନିଜ ଦାଇତ୍ୟ କୁ ଭୁଲି ଯାଇଛନ୍ତି I

ଯେତେବେଳେ, ସାରା ଭାରତ ସଂରକ୍ଷଣ ବିରୋଧ ରେ ବାବାସାହେବ ଙ୍କୁ ଦେଶଦ୍ରୋହି କହୁଥିଲା, ସେତେବେଳେ ବାବାସାହେବ ଲଢେଇ କରିଥିଲେ, ବ୍ରିଟିଶ ତଥା ଏହି ଦେଶର ଉଚ୍ଚଜାତି ଙ୍କ ବିରୋଧରେ ଓ ଆମ ପାଇଁ ସଂରକ୍ଷଣ ର ସୁବିଧା ସମ୍ବିଧାନରେ ଦେଇଥିଲେ I ଏହି ସଂରକ୍ଷଣ ଗୋଟିଏ ଅର୍ଥନୈତିକ ନିବାରଣ ତଥା ଗରିବ ନିର୍ମୁଲନ ଉପାୟ ନ ଥିଲା I ସମ୍ବିଧାନ ନିର୍ମାତାମାନେ ଖୋଲାଖୋଲି ଭାବରେ ଲେଖିଥିଲେ ଯେ ସଂରକ୍ଷଣ ଦେଶରେ ବର୍ଷ ବର୍ଷ ଧରି ଯେଉଁ ସମାଜର ଲୋକମାନଙ୍କ ଉପରେ ଅତ୍ୟାଚାର ହୋଇଛି, ବା ସମାଜର ଲୋକମାନେ ସାମାଜିକ ତଥା ଶିକ୍ଷା ଆଧାରରେ ପଛୁଆ ଏବଂ ଯେଉଁ ସମାଜର କୋଣସି ପ୍ରତିନିଧିତ୍ୟ ନାହିଁ, ଏହା ସେହି ସମାଜ ପାଇଁ ଅଟେ ବୋଲି I ହେଲେ ଆଜି ବିଜେପି ସରକାର ଏହି ସମ୍ବିଧାନକୁ ପରିବର୍ତନ କରିବାକୁ ଯାଉଛି, ଏବଂ ଉଚ୍ଚଜାତି ଲୋକଙ୍କୁ ସଂରକ୍ଷଣ ଦେବାକୁ ବିଲ ପାସ କରିସାରିଲାଣି I ଏହି ବିଲ ସଂରକ୍ଷଣ ବ୍ୟବସ୍ଥା ତଥା ସମ୍ବିଧାନ ଉପରେ କୁଠାରଘାତ ଅଟେ I ଏହି ବିଲ୍ ବାବାସାହେବଙ୍କ ଅପମାନ ଅଟେ I ଏହି ଜାତିବାଦୀ ତଥା ମନୁବାଦୀ ବିଲ୍ କୁ ନେଇ, ସାରା ଭାରତରେ ଆନ୍ଦୋଳନ ହବା ଦରକାର, ହେଲେ ଯେଉଁ ଅଧିକାର କୁ ବାବାସାହେବ ଲଢେଇକରି ଦେଇଥିଲେ, ସେହି ଅଧିକାର ହିନ୍ଦୁବାଦୀ ସମାଜ ଧିରେ ଧିରେ ଆମଠୁ ଛଡେଇ ନେଉଛି I ଯଦି ସମ୍ବିଧାନ ସଂଶୋଧନ ଟା ସଫଳ ହୁଏ ତେବେ ସଂରକ୍ଷଣକୁ ଶେଷ କରିବାରେ ସମୟ ଲାଗିବନି; ଯାହା ଜାତିବାଦୀ ମାନଙ୍କ ଇଛା ପୂର୍ବରୁ ରହିଆସୁଅଛି I

By Jitendra Suna (ଜିତେନ୍ଦ୍ର ସୁନା)

Jitendra Suna is studying at Jawaharlal Nehru University, New Delhi. He is one of the Editorial Board members of Nirveda Odisha. ଜିତେନ୍ଦ୍ର ସୁନା ବର୍ତ୍ତମାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ରେ ସ୍ନାତକ କରୁଛନ୍ତି I