ଗଲା କିଛି ଦିନ ପୂର୍ବରୁ ଆମେ ଧାରା ୩୭୦ ବାବଦରେ ଅନେକ ଚର୍ଚ୍ଚା ଶୁଣିଥିଲେ, ଆସନ୍ତୁ ଆଜି ଧାରା ୩୪୦ ବାବଦରେ ଜାଣିବା । ବନ୍ଧୁଗଣ ବହୁତ ଚର୍ଚ୍ଚା ହେଲା ଧାରା ୩୭୦ ର, ଏବେ ଚର୍ଚ୍ଚା କରିବା ଧାରା ୩୪୦ ର। ବନ୍ଧୁଗଣ ମନୁଷ୍ୟ ଏବଂ ପଶୁ ମାନଙ୍କ ମଧ୍ୟରେ ଫରକ ଅଛି । ମଣିଷ ମାନେ ଭାବିପାରନ୍ତି , ଚିନ୍ତା କରିପାରନ୍ତି ଏବଂ ପଶୁ ମାନେ ଏହା କରିପାରନ୍ତି ନାହିଁ । ଆମେ କଣ ମଣିଷ ? ଯଦି ଆମେ ମଣିଷ ତେବେ ଆମକୁ ଭାବିବା କଥା, ବିଚାର କରିବା କଥା, ଚିନ୍ତନ କରିବା କଥା । ଯଦି ଆପଣ ଏ ବିଷୟରେ ଭାବି ନାହାନ୍ତି ବା ଚିନ୍ତନ କରି ନାହାନ୍ତି ଚାଲନ୍ତୁ ଏବେ ଏହା କରିବା । ବନ୍ଧୁଗଣ ଅନୁସୂଚିତ ଜାତି (SC) ପାଇଁ ଧାରା ୩୪୧ ଏବଂ ଅନୁସୂଚିତ ଜନଜାତି (ST) ପାଇଁ ଧାରା ୩୪୨ ଏବଂ ଅନ୍ୟାନ୍ୟ ପଛୁଆବର୍ଗ (OBC) ମାନଙ୍କ ପାଇଁ ଧାରା 340 ଆମ ଭାରତର ସମ୍ବିଧାନରେ ରହିଛି । ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ମାନଙ୍କ ପାଇଁ ୧୯୪୯ ରେ ଧାରା ୩୪୧ ଓ ୩୪୨ ର ଆରମ୍ଭ ହେଇଥିଲା ଓ ପରେ ୧୯୫୦ ରେ ସମ୍ବିଧାନ ଲାଗୁ କରାଯାଇଥିଲା ଏବଂ ଏଥିସହିତ SC ଆଉ ST ମାନଙ୍କ ପାଇଁ ପ୍ରତିନିଧିତ୍ଵ ବା ଆରକ୍ଷଣ ର ବ୍ୟବସ୍ଥା ( ଶିକ୍ଷା, ରୋଜଗାର ଓ ପଦୋନ୍ନତି) ରେ କରାଯାଇଥିଲା ।

କିନ୍ତୁ OBC ଙ୍କ ପାଇଁ ଆରକ୍ଷଣ ଲାଗୁ ହେଇନଥିଲା । କାରଣ ଲଣ୍ଡନ ରେ ୧୯୩୨ ରେ ଗୋଲ ଟେବୁଲ ବୈଠକରେ OBC ର କେହି ପ୍ରତିନିଧି ନଥିଲେ (ଯେମିତି କି SC, ST ଙ୍କ ପାଇଁ ବାବା ସାହେବ ଥିଲେ) । ପୁଣି ୧୯୪୬-୧୯୪୯ ରେ ସମ୍ବିଧାନ ଲେଖିଲା ସମୟରେ ବାବା ସାହେବ ଭାବିଲେ SC, ST କୁ ଛାଡିଦେଲେ ଆଉ ଗୋଟିଏ ବଡ ତପ୍କା ଅଛି ଯେଉଁମାନେ କି ଜାତିଗତ ଶୋଷଣର ଶିକାର ହେଉଛନ୍ତି ଏବଂ ଏମାନଙ୍କର ସ୍ଥିତି ମଧ୍ୟ SC, ST ଙ୍କ ଭଳି ଖରାପ ଅଛି ।

ଯେତେବେଳେ ବାବା ସାହେବ ସମ୍ବିଧାନ ସଭାରେ ଚର୍ଚ୍ଚା ଆରମ୍ଭ କରିଥିଲେ OBC ଙ୍କୁ ମଧ୍ୟ ଆରକ୍ଷଣ ମିଳିବା କଥା ବୋଲି ସେହି ସମୟରେ କିଛି ବ୍ରାହ୍ମଣ ଉଚ୍ଚ ବର୍ଣ୍ଣ ର କହିଲେ SC, ST ଙ୍କର ତ ଠିକ୍ ଅଛି OBC କିଏ ? ଏହି ପ୍ରଶ୍ନ ବାବା ସାହେବଙ୍କୁ କଲେ । ତେବେ ସମ୍ବିଧାନରେ ବାବା ସାହେବ ଗୋଟିଏ କଥା କହିଲେ ଯେଉଁମାନେ SC, ST ନୁହନ୍ତି ଏବଂ ସାମାଜିକ ଓ ଶୌକ୍ଷିକ ଦୃଷ୍ଟି ରୁ ପଛୁଆ ସେମାନେ ହେଲେ OBC । ତେବେ ନିର୍ଦ୍ଧାରିତ ହେଲା ଧାରା ୩୪୦ ଅନୁସାରେ ଏହି ଜାତି ଗୁଡିକର ଜନଗଣନା କରାଯିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଜନସଂଖ୍ୟା ଅନୁପାତ ଅନୁସାରେ ଆରକ୍ଷଣ ଦିଆଯିବ । ହେଲେ ୧୯୫୦ ମସିହା ପରଠାରୁ OBC ର ଜାତି ଆଧାରିତ ଜନଗଣନା ହେଉନାହିଁ ସେଇଥିପାଇଁ OBC ଙ୍କୁ ଆରକ୍ଷଣ ମିଳି ନାହିଁ । ୧୯୯୦ ମସିହାରେ ୬୦% OBC ମାନଙ୍କ ପାଇଁ ୨୭% ଆରକ୍ଷଣ ଲାଗୁ କାରାହେଲା କାହିଁକି ନା OBC ର ଜନଗଣନା ହୋଇନଥିଲା । ଯଦି OBC ମାନଙ୍କର ଜନଗଣନା କରା ହୋଇଥିଲେ ତେବେ ଧାରା ୩୪୦ ଅନୁସାରେ ଆରକ୍ଷଣ ବା ପ୍ରତିନିଧିତ୍ଵ ଦେବାକୁ ପଡିବ। ଦେଶରେ ୫୦% ରୁ ୬୦% IAS, IPS ଅଧିକାରୀ ହୋଇଥାନ୍ତେ, ଯେଉଟା ଆଜି କେବଳ ୪% ଅଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟପାଲିକା ରେ ୫୦% ରୁ ୬୦% ନ୍ୟୟଧିଶ ହୋଇଥାନ୍ତେ ଯେଉଟା ଆଜି କେବଳ ଅଧା ପ୍ରତିଶତ ଅଛନ୍ତି । ପ୍ରତି ବର୍ଷ ହେଉଥିବା ବଜେଟ୍ ରେ ୫୦ ରୁ ୬୦% ବଜେଟ୍ OBC ର ବିକାଶ ପାଇଁ ହୁଅନ୍ତା । OBC ମାନଙ୍କୁ ସବୁ କ୍ଷେତ୍ରରେ ପ୍ରତିନିଧିତ୍ଵ ମିଲିଥାନ୍ତା କିନ୍ତୁ ଏହା ଆଜି ଯାଏ ହୋଇପାରି ନାହିଁ । OBC ର ବିକାଶ ପ୍ରଗତି ତେବେ ଯାଏ ହବନି ଯେଉଁ ପର୍ଯନ୍ତ ଧାରା ୩୪୦ ଅନୁସାରେ ଜନଗଣନା ହେବନାହିଁ । ଯଦି ଜମ୍ମୁ ଓ କଶ୍ମୀର ଲୋକଙ୍କର ପ୍ରଗତି ପାଇଁ ୩୭୦ ହଟିପାରେ ତେବେ ଭାରତ ସାରା OBC ମାନଙ୍କ ପାଇଁ ଅନୁଛେଦ ୩୪୦ କୁ କଣ ପାଇଁ ଲାଗୁ କରାଯାଇ ପାରିବ ନାହିଁ ?

ଏମିତି କାହିଁକି ? କାହିଁକି OBC ଜନଗଣନା ହେବ ନାହିଁ ? OBC ଙ୍କ ଜନଗଣନା ରେ ଅସୁବିଧା କଣ ? କାହାକୁ ଏହି ଜନଗଣନା ରେ ଅସୁବିଧା ହେବ ?

ଦେଶରେ ସମ୍ବିଧାନ ଲାଗୁ ହେବାର ୭୨ ବର୍ଷ ପରେ ବି ଧାରା ୩୪୦ କୁ ସଂପୂର୍ଣ୍ଣ ରୂପେ ଲାଗୁ କରାଯାଉ ନାହିଁ ?

ଏହି ମୁଦ୍ଦା ରେ ଆପଣଙ୍କ ମତ ନିଶ୍ଚୟ ଜଣାନ୍ତୁ ?

2 thoughts on “OBC ଙ୍କ ଜନଗଣନା ଓ ସାମ୍ବିଧାନିକ ଧାରା ୩୪୦! OBC ଙ୍କ ଜନଗଣନା ରେ କାହାକୁ ଅସୁବିଧା?”
  1. It’s purely constitutional and welfare to the majority population of our country
    It should be implemented as soon as possible

  2. ବହୁତ ଭଲ ଭାବରେ ବ୍ୟାଖ୍ୟା କରିଛନ୍ତି କିନ୍ତୁ ଏଇଥି ପାଇଁ ସର୍ଦାର ପଟେଲ ହିଁ ବିରୋଧ କରିଥିଲେ ଓ ସେଥି ପାଇଁ ବାବା ସାହେବ ଆମ୍ବେଦକର ଶ୍ରମ ମନ୍ତ୍ରୀ ପଦ ରୁ ଇସ୍ତଫା ଦେଇ ଥିଲେ ବୋଲି ଲେଖିଲେ ନି ଯାହା ଫଳ ରେ ପଛୁଆ ବର୍ଗ ଙ୍କୁ ଏହି କଟୁ ସତ୍ୟ ଜାଣିବା ପାଇଁ ବଞ୍ଚିତ ହେବେ l

Comments are closed.