ମୋ ପୂର୍ବପୁରୁଷମାନଙ୍କ ମାଟିକୁ
ମୁଁ ନିଜର ଜୀବନ ମଣୁଥିଲି ;
କିନ୍ତୁ ଆଜି ବିଦେଶୀ କରିଦେଲ ମୋତେ
ଖଣ୍ଡେ କାଗଜ ନାହିଁ ବୋଲି…!!

ଭୂମିହୀନ ମୁଁ
ଗରିବ ଅଶିକ୍ଷିତ ମୁଁ
ଶିକ୍ଷାକୁ ବ୍ୟବସାୟ କଲ
ଭୂମି ବଣ୍ଟନ କାହିଁ…?
ନିର୍ଲଜ ତୁମେ ଦସ୍ତାବିଜ ମାଗୁଛ ;
ମୋ ପାଖରେ ଚିରା କାଗଜ ଟେ ନାହିଁ…!

ବାଃ… ବାଃ… ରେ ସରକାର
କରିପାରୁନ ଏକ ଆଧାର କାର୍ଡ଼
ଚାରିଥର କରୁଛ ସଂଶୋଧନ ;
ମାନବତା ର ଉଲଂଘନ କରି
ଧାର୍ମିକ ଭେଦ କରି
ଆଣୁଛ ନୂତନ ବିଧାନ…!
କେବେ ଧର୍ମ ଆଳରେ
କେବେ ସୈନିକ ବଳରେ
ବଦଳି ଦେଉଛ ସମ୍ବିଧାନ.!

ନେଇଯାଅ ଏ ପ୍ରାଣ ;
କିନ୍ତୁ ନାହିଁ କିଛି ଦସ୍ତାବିଜ
କେମିତି କରିବି ପ୍ରମାଣ…?

ଶୁଣ ହେ ପାଠକଗଣ
ଆସନ୍ତା କାଲି ତୁମର ହେବ
ଆଜି ସିନେ ମୋ ପାଳି ;
ତୁମେ ବି ବିଦେଶୀ ହୋଇଯିବ,
ଖଣ୍ଡେ କାଗଜ ନାହିଁ ବୋଲି ।।

~ ଚନ୍ଦନ୍

#noNRC_CAA_NPR
#secularism
#saveCONSTITUTION

One thought on “ଦସ୍ତାବେଜୀ ନାଗରିକ”

Comments are closed.