-:ମୁକ୍ତ ଭକତ:-

ହେ ଭକ୍ତ.!
ବିଚିତ୍ର ତୁମେ
ବିଚିତ୍ର ତୁମ ବିଶ୍ବାସ
ଗାଈକୁ ମା’ କହୁଛ
କିନ୍ତୁ କାହିଁକି
ଦେଉନ ପରିଚୟ
ତୁମ ନିରିହ ବାପାର
କହି ଦିଅ ଥରେ
ଗାଈ ପ୍ରକୃତରେ ତୁମ ମାଁ
ନା କରୁଛ ବେପାର.!

ବିସ୍ମିତ ଦେଖି ମୁଁ
ବିଚିତ୍ର ମନ ତୁମର
ଖାଲି ଅଛି ମସ୍ତକ
ନା ଭରିଛ ଗୋବର
ଦେଶଭକ୍ତ ହିନ୍ଦୁ, କିନ୍ତୁ
ମୁସଲମାନ ଧର୍ମ ହିଁ ଯଥେଷ୍ଟ
ଦେଶଦ୍ରୋହୀ ପାଇଁ.!
ନ୍ୟାୟାଲୟ ଉର୍ଦ୍ଧ୍ବରେ
ପ୍ରମାଣ ପତ୍ର ଦେଶଭକ୍ତି ର
ବାଣ୍ଟୁଛ କିମ୍ପାଇଁ..?

ଧରାବନ୍ଧା ତୁମେ
ବନ୍ଧା ସେ ମନ
କଉଠୁ ମିଳେ ଖବର
ସ୍ରୋତ କ’ଣ ତା’ର
ନିରାଧାର ବାର୍ତ୍ତା
କିନ୍ତୁ ତଥାପି
ଉଗ୍ର ତୁମ ଯୁକ୍ତି
କିଏ ବା ଦେବ ତୁମକୁ
ଏ ମାନସିକ
ବନ୍ଧନରୁ ମୁକ୍ତି ।।

ଥରୁଟେ ଛିଡ଼ା ହୁଅ
ମାନବତା ପାଇଁ
ଭେଦଭାବ, ଉଚ୍ଚ ନିଚ
ଭୂଲି ଛନ୍ଦ କପଟ
ସମାନତା ପାଇଁ ;
ଦେଖିବା ସଂସାରକୁ
ଏକ ନୁଆଁ ଆଖିରେ
ମୁଁ ତୁମ ସାଥିରେ
ତୁମେ ମୋ ସାଥିରେ
ତୁମେ ମୋ ସାଥିରେ ।।

~ଚନ୍ଦନ୍,  ଫିଜିକ୍ସ ରେ ସ୍ନାତକ, ରାଜେନ୍ଦ୍ର କଲେଜ

By Jitendra Suna (ଜିତେନ୍ଦ୍ର ସୁନା)

Jitendra Suna is studying at Jawaharlal Nehru University, New Delhi. He is one of the Editorial Board members of Nirveda Odisha. ଜିତେନ୍ଦ୍ର ସୁନା ବର୍ତ୍ତମାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ରେ ସ୍ନାତକ କରୁଛନ୍ତି I