ବିଶ୍ବରେ ୧ ମଇ କୁ ସମସ୍ତ ଶ୍ରମିକ, ଶ୍ରମିକ ଦିବସ ବା “ମଇ ଦିନ” ଭାବେ ପାଳନ କରନ୍ତି ଯାହା ଆଜି ଭାରତୀୟ ଶ୍ରମିକ ଆନ୍ଦୋଳନର ଏକ ଅବଦାନ ଭାବେ ଗ୍ରହଣ କରାଯାଏ। ଯଦି ଭାରତୀୟ ଶ୍ରମିକ ଏହି ଦିନ କୁ ପାଳନ କରିବା ଯୋଗ୍ୟ ହୋଇପାରିଛନ୍ତି ତାହେଲେ ଅନେକ ଶ୍ରମିକ ଆନ୍ଦୋଳନ ତଥା ବାବାସାହେବ ଅମ୍ବେଦକରଙ୍କ ଅବଦାନ ଦ୍ଵାରା ସମ୍ଭବ ହୋଇପାରିଛି । ସେ ଆଇନ ଦ୍ୱାରା ଅନେକ ସୁବିଧା ସୁଯୋଗ ଶ୍ରମିକ ମାନଙ୍କୁ ଯୋଗେଇ ଦେଇଛନ୍ତି । ଆଜିର ଦିନରେ ତାଙ୍କ ଅବଦାନକୁ ଅଣଦେଖା କରିବା ଏକ ଲଜ୍ଜା ଜନକ ବିଷୟ ଓ ଅନ୍ୟାୟ ଅଟେ।

ଦେଶରେ ଶ୍ରମିକ ବିଭାଗ ୧୯୩୭ ମସିହା ନଭେମ୍ବର ମାସରେ ସ୍ଥାପନ ହୋଇଥିଲା । ବାବାସାହେବ ଏହି ବିଭାଗର କାର୍ଯ୍ୟଭାର ନିଜ ହାତକୁ ୧୯୪୨ ମସିହା ଜୁଲାଇ ମାସରେ ନେଇଥିଲେ। ଜଳ ଓ ବିଦ୍ୟୁତ୍ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ଅଟେ। ନୂଆନୂଆ ନୀତି ଓ ଯୋଜନା ମାଧ୍ୟମରେ ସେ ଜଳ ଓ ବିଦ୍ୟୁତ୍ କ୍ଷେତ୍ରରେ ଅନେକ କାମ କରିଯାଇଛନ୍ତି । ତାଙ୍କ ନେତୃତ୍ଵରେ ” Central Technical Board ( CTB) ସ୍ଥାପନା ହେଇଥିଲା। ତାହା ଅନେକ ଗବେଷଣା ସହ ବିକାଶ କାମରେ ସାହାଯ୍ୟ କରିଥିଲା ।

ବାବାସାହେବ ଭାରତୀୟ ଶ୍ରମିକଙ୍କ ପାଇଁ ଲଢ଼େଇ କରିଥିଲେ, ସେ ଭାରତୀୟ ଶ୍ରମିକ ଦଳ ଭଳି ରାଜନିତୀକ ଦଳ ଗଠନ କରିଥିଲେ। ତାଙ୍କ ତ୍ୟାଗ ଓ ବଳିଦାନ ବିନା ଶ୍ରମିକଙ୍କ ଜୀବନ ଆଜି ଅନ୍ଧକାର ମୟ ହୁଅନ୍ତା। ତାଙ୍କ ଅବଦାନକୁ ଲୋକ ଲୋଚନ ରେ ଲୁପ୍ତ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର କରିବାରେ ଲାଗିଛନ୍ତି ଏ ଦେଶର ମନୁବାଦୀ ଲୋକମାନେ।

ବାବାସାହେବ ଅମ୍ବେଦକର ଭାରତକୁ ଅନେକ ଅର୍ଥନୈତିକ ସଂକଟରୁ ବନ୍ଚେଇଛନ୍ତି। ଭାରତୀୟ ରିଜବ୍ ବ୍ୟାଂକ ତାଙ୍କ ଅକ୍ଲାନ୍ତ ପରିଶ୍ରମର ଗୋଟିଏ ଉଦାହରଣ ଅଟେ। ତାଙ୍କ ଅବଦାନରେ ଶ୍ରମିକ ମାନଙ୍କ ୧୪ ଘଣ୍ଟା ବଦଳରେ ୮ ଘଣ୍ଟା କାମ କରିବାର ଅଧିକାର ମିଳିଛି। ଯାହା ସେ ନଭେମ୍ବର୍ ୨୭ ତାରିଖ ୧୯୪୨ ରେ ନୁଆ ଦିଲ୍ଲୀରେ ଏକ ବୈଠକରେ ପାରିତ କରିଥିଲେ।

ମହିଳା ଶ୍ରମିକଙ୍କ ପାଇଁ ତାଙ୍କ କାର୍ଯ୍ୟ ଅତୁଳନିୟ ଅଟେ। ଉଦାହରଣ ସ୍ବରୁପ “Mines Maternity Benifit” Act, Women labour Welfare Fund, Women and Child labour Protection Act, Maternity Benifit for Women labour and Restoration of Ban on Employment of Women on Underground work in Coal Mines ଇତ୍ୟାଦି ଆଇନ ଓ ନିଅମ ଆଣି ମହିଳା ଶ୍ରମିକ ମାନଙ୍କ ସୁବିଧା ସୁଯୋଗ କାରେଇଥିଲେ। ସ୍ବାସ୍ଥ ବୀମା ଯାହା ଶ୍ରମିକଙ୍କ ପ୍ରଦାନ କରାଯାଏ ତାହା ବାବାସାହେବଙ୍କ ଦ୍ବାରା ହିଁ ସ୍ଥାପନ ହେଇଥିଲା।

Employees State Insurance ମାଧ୍ୟମରେ ସେ ଶ୍ରମିକଙ୍କ ସ୍ବାସ୍ଥ ସମ୍ବନ୍ଧୀୟ ଅନେକ ସୁବିଧା ଯୋଗେଇ ଦେଇଛନ୍ତି। ପୁର୍ବ ଏସିଆରେ ଭାରତ ପ୍ରଥମ ଦେଶ ଯିଏ ଶ୍ରମିକଙ୍କ ଉନ୍ନତି ପାଇଁ ବିମା ଯୋଜନା ପ୍ରାରମ୍ଭ କରିଥିଲା। ଆଜି ଯେଉଁ DA (Dear allowance) and Leave Benifit ମିଳୁଛି ତାହା କେବଳ ବାବାସାହେବଙ୍କ ଦେନ ଅଟେ। ସେ ଶ୍ରମିକଙ୍କ ସମସ୍ୟାକୁ ଦୁର କରିବା ସକାସେ Revision of Scale of Pay ସୁବିଧା କରିଥିଲେ ଯାହା ଆଜି ଶ୍ରମିକଙ୍କ ହସିର ମୁଖ୍ୟ କାରଣ ଅଟେ ।

ବାବାସାହେବଙ୍କ ଅବଦାନ କୋଇଲା ଖଣି ଖନନରେ କାର୍ଯ୍ୟ କରୁଥିବା ଲୋକମାନଙ୍କ, ମହିଳାମାନଙ୍କ ପାଇଁ ମଧ୍ୟ କମ୍ ନୁହେଁ। ଯାହା ଆଜି ଦେଶର ଅର୍ଥନୀତିକୁ ସଦୃଢ଼ କରିବାରେ ଏକ ମୁଖ୍ୟ ଶ୍ରୋତ ପାଲଟିଛି। ଜାନୁଆରୀ ମାସ ୩୧ ତାରିଖ ୧୯୪୪ ମସିହାରେ ସେ Mica Mines Labour Welfare Fund ର ସ୍ଥାପନା କରିଥିଲେ। ଯାହା ଦ୍ବାରା ଶ୍ରମିକ ମାନଙ୍କୁ ଘର, ଜଳ, ଶିକ୍ଷା, ଓ ଅନ୍ୟାନ ସୁବିଧାର ବ୍ୟବସ୍ଥା କରାଇଦେଇଥିଲେ। ଏହା ପରେ ସେ ଗୋଟିଏ ପରାମର୍ଶଦାତା କମିଟି ୧୯୪୪ (Advisory Commitee, 1944) ମସିହାରେ ବି.ପି. ଅଗରକରଙ୍କ ନେତୃତ୍ବରେ ସ୍ଥାପନ କରିଥିଲେ ଯାହା Labour Welfare Fund ଙ୍କୁ ଅନେକ କାମରେ ରେ ସାହାଯ୍ୟ କଲା।

ବ୍ରିଟିଶ ସରକାରଙ୍କ ଅଧିନରେ ସେ ଏକ ଶ୍ରମିକ ମେମ୍ବେର ଭାବେ ଅନେକ ପ୍ରୋଗ୍ରାମ ଦ୍ବାରା ଶ୍ରମିକଙ୍କୁ ଶିକ୍ଷା ଓ ପ୍ରୟୁକ୍ତି ବିଦ୍ୟା କ୍ଷେତ୍ରରେ ତାଲିମ ହାସଲ କରିବା ପାଇଁ କାମ କେରିଥିଲେ। ୧୯୪୨ ରେ ସେ Tripartita Labour Council ସ୍ଥାପନ କରି ଶ୍ରମିକଙ୍କୁ ସମାଜିକ ସୁରକ୍ଷା ଓ ସମ୍ମାନ ପାଇବା ଯୋଗ୍ୟ କରିଥିଲେ। ଏହା ଦ୍ବାରା ଶ୍ରମିକଙ୍କ ଆନ୍ଦୋଳନକୁ ଏକ ନୁଆ ଦିଗ ମିଳିଥିଲା। ଆଜି ମଧ୍ୟ ଏହା କଳକାରଖାନା ଜନିତ ସମସ୍ୟାକୁ ସମାଧାନ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରେ। ଆଜି ଯଦି ଅନେକ ସରକାରୀ କର୍ମଚାରୀ ଦେଶ ବାହାରକୁ ଟ୍ରେନିଂଗ ପାଇଁ ଯାଉଛନ୍ତି ତାହା କେବଳ ବାବାସାହେବଙ୍କ ଦେନ ଅଟେ, ଏହା ଲଜ୍ଜାର ବିଷୟଯେ ଲୋକେ ତାଙ୍କୁ ଭୁଲି ଗଲେଣି।

ଶ୍ରମିକ ବିଷୟ Concurrent List ରେ ସ୍ଥାନ ପାଇଛି, Labour Commissioners, Labour Investigation Committe ଏହି ସବୁ ପାଇଁ ମଧ୍ୟ ବାବାସାହେବଙ୍କ ଯୋଗଦାନ ଅତୁଳନିୟ। ଆଜିର Minimum Wage Act ରୁ ନେଇ Employment Exchange ଯାଏ ଅନେକ କାମ, ସେ କରିଦେଇ ଯାଇଛନ୍ତି। ଆଜି ଯେଉ ଶ୍ରମିକ ମାନେ ବିରୋଧ କରିବାର ଅଧିକାର ପାଇଛନ୍ତି, ତାହା ମଧ୍ୟ ବାବାସାହେବଙ୍କ ଦେନ ଅଟେ। ବାବାସାହେବ ୮ ନଭେମ୍ବର ୧୯୪୩ ରେ Indian Trade Unions (Amendment) Bill ଦ୍ବାରା Trade Union କୁ ଏକ ନୁଆ ଦିଗ ଦେଇ ଥିଲେ।

ଶ୍ରମିକ ତଥା ଶୋଷିତ ବର୍ଗଙ୍କ ଅର୍ଥନୈତିକ ଉନ୍ନତି ପାଇଁ ଏଭଳି ଅନେକ କାର୍ଯ୍ୟକରି ସେ, ଏ ଦେଶର ଶ୍ରମିକ ସମୁଦାୟ ମାନଙ୍କ ଦିଗଦର୍ଶା ସାଜିବା ଉଚିତ। ଆମେ ସମସ୍ତେ ଶ୍ରମିକ, ମହିଳା, ଏବଂ ସମସ୍ତ ଶୋଷିତ ବର୍ଗ ତାଙ୍କୁ କୃତଜ୍ଞତା ଅର୍ପଣ କରିବା ଜରୁରୀ ଅଟେ। ତାଙ୍କ ମହାନ ତ୍ୟାଗ ଓ ବଳିଦାନ ସକାସେ ଆମେ ଆଜି ଶୋଷଣକୁ ବିରୋଧ କରିବାର ଅଧିକାର ପାଇଛୁଁ । ସମସ୍ତେ ତାଙ୍କ ପାଖରେ ରୁଣି ଅଟୁ ।

*ଏହି ଲେଖା ପ୍ରଥମେ ରାଉଣ୍ଡ ଟେବୁଲ ଇଣ୍ଡିଆରେ ଇଂରାଜୀ ରେ ପ୍ରକାଶିତ ହୋଇଥିଲା। ଲେଖକ ପ୍ରଦୀପ ଅତ୍ରି।

  • ଏହି ଲେଖାକୁ ଅଭୟବୀର ବୌଦ୍ଧ ଯେ ବର୍ତ୍ତମାନ କେରଳ ବିଶ୍ୱବିଦ୍ୟାଳୟରେ ସୋଦ୍ଧାର୍ଥୀ, ସେ ଇଂରାଜୀରୁ ଓଡିଆରେ ଅନୁବାଦ କରିଛନ୍ତି।