ଯଦି ମନା କରୁ
ବନ୍ଧ ହୁଡା ବାରି
ଗାଁର ମଶାଣି, ତୁଠ ପୋଖରୀ
ମାରିବି ଚାପୁଡା ଶକ୍ତ
ଥରେ ଯଦି ଆଉ ଅଛୁଆଁ କହୁ
ଜାତି ନାଆଁରେ ଅପମାନ ଦେଉ
ଶଙ୍ଖନଳୀ ମୋଡି
ପିଇଯିବି ତୋର ରକ୍ତ
ମୁଁ ଗାନ୍ଧୀ ବୁଢା ର ହରିଜନ ନୁହେଁ
ବାବାସାହେବ ଙ୍କ ଦଳିତ ।

ସବୁବେଳେ ଭାବୁ ମୋତେ ହୀନିମାନ
କେବେ ଦେଇ ନାହୁଁ ଟିକିଏ ସମ୍ମାନ
ନାଁ ଦେଇକରି ତୁହି ହରିଜନ
ଡାକୁ ଥାଉ ମୋତେ ଜାରଜ ସନ୍ତାନ
ବଞ୍ଚିତ କରି ସବୁ ଅଧିକାର
ଧରାଇଥିଲୁ ତୁ ପାଖଣ୍ଡ ଠାକୁର
ନୀଚ କରିବାକୁ ଲେଖିଥିଲୁ ଶାସ୍ତ୍ର
ବୁଝିଗଲି ତୋର ସବୁ ଷଡଯନ୍ତ୍ର
ବାବାସାହେବ ଙ୍କ ପାଠ ପଢି ଆଜି
ହୋଇ ଯାଇଅଛି ଶିକ୍ଷିତ
ମୁଁ ଗାନ୍ଧୀ ବୁଢା ର ହରିଜନ ନୁହେଁ
ବାବାସାହେବ ଙ୍କ ଦଳିତ ।

ପ୍ରତିବାଦ କଲେ ମୋ ପୂର୍ବପୁରୁଷ
କହିଲୁ ତୁ ତାଙ୍କୁ ଦାନବ ରାକ୍ଷସ
ଚଲାଇ ଦେଇତୁ ନ ଥିଲୁ ରାସ୍ତାରେ
ବାନ୍ଧି ଥିଲୁ ତୁଣ୍ଡି ଝାଡୁ ତୁ ପଛରେ
ବୁଦ୍ଧ ଆମ୍ବେଦକର ବୀର୍ଶା ଭଗବାନ
ତାଙ୍କ ଯୋଗୁଁ ଆଜି ପାଇଗଲି ଜ୍ଞାନ
ଜାଣି ଗଲି ଆଜି ମୋର ଇତିହାସ
ମୁଁ ଏ ଦେଶର ମୂଳନୀବାସୀ
ଭୀମା କୋରେଗାଓଁ ବୀରତ୍ବ କାହାଣୀ
ଶ୍ରେଷ୍ଠ ବୀର ମୁଁ ଯେ ଦେଉଛି ବଖାଣି
ଭଲ ଦଶା ଥିଲେ ହୋଇଯା ସତର୍କ
ନହେଲେ,
ଗୋଡାଇ ମାରିବି ଧରି ଭୀମ ଅସ୍ତ୍ର
କାହାକୁ କରେନି ଭୀତ
ମୁଁ ଗାନ୍ଧୀ ବୁଢା ର ହରିଜନ ନୁହେଁ
ବାବାସାହେବ ଙ୍କ ଦଳିତ ।

ମୋ ମା ଭଉଣୀ ଙ୍କୁ ଅତ୍ୟାଚାର କରୁ
ବର ବେଶେ ଗଲେ ଘୋଡିରୁ ଉତାରୁ
ସହ୍ୟ କରି କରି ତୋର ଉତ୍ପୀଡନ
ହୋଇଛି ମୁଁ ଆଜି ବଜ୍ର କଠିନ
କହିବା ପୂର୍ବରୁ ଭାବିବୁ ଦି ଥର
ମରିବାକୁ ମୋର ନାହିଁ ଡର
ଆଖି ଦେଖାଇଲେ ଆଖି ତାଡିଦେବି
ହାତ ଦେଖାଇଲେ ହାତ କାଟିଦେବି
କରୁଛି ତ୍ରିବାର ସତ୍ୟ
ମୁଁ ଗାନ୍ଧୀ ବୁଢା ର ହରିଜନ ନୁହେଁ
ବାବାସାହେବ ଙ୍କ ଦଳିତ ।

  • ଧିମାନ୍ ଚିତ୍ତରଞ୍ଜନ ଗୌତମ ନାଲକୋନଗର,ଅନୁଗୋଳ, ଏହି [email protected] ଇମେଲ୍ ରେ ତାଂକ ସହିତ ସମ୍ପର୍କ କରାଯାଇପାରିବ।