ଭୋକରେ ବିକଳ ଗରିବ
ଘର ମୁହାଁ ଦିନ ମଜୁରିଆ
ପି ପି ଇ, ମାକ୍ସ୍, ସେନିଟାଇଜର୍ ମାଗୁଥିବା ଡାକ୍ତର
କିମ୍ବା
ପ୍ରଶ୍ନ ପଚାରୁଥିବା ପତ୍ରକାର
କେହିବି ହେଇପାରେ
ରାଜଦ୍ରୋହର ଶିକାର !

ହାତ, ଗୋଡ଼, ପାଟି, କଲମ
ସବୁକିଛି ବାନ୍ଧିପାରେ ସର୍କାର !

ଦିଲ୍ଲୀ ରାଜରାସ୍ତାର ସେ ଧମକ ହେଇପାରେ ଫୁଲ
“ଗୋଲି ମାରୋ ସାଲୋକୋ”, ହେଇପାରେ
ସେ ଫୁଲଠୁ କୋମଳ !
ଏଥିପାଇଁ ବନ୍ଧନ ଦିଏନି ସର୍କାର
ଏ ଫୁଲରେ ଯେ ସଜା ହୁଏ ରାଜ ଦର୍ବାର !

କିନ୍ତୁ
ସେ ଦର୍ବାର ରୁ ହେଇପାରେ ସୁନ୍ଦର
ହକ୍ ପାଇଁ ଲଢ଼ୁଥିବା ଶ୍ରମିକ
ସତ୍ୟର ଜୟଗାନ କରୁଥିବା ଡାକ୍ତର
କଲମ କୁ ଅସ୍ତ୍ର କରିଥିବା ଯୋଦ୍ଧା
କିମ୍ବା
ଲୋକତନ୍ତ୍ରର ରକ୍ଷା କରୁଥିବା ପତ୍ରକାର

ହେଇପାରେ ସୁନ୍ଦର
ନିଜ ଘରୁ ଖେଦା ଖାଇଥିବା
ତୁମ ପାଇଁ ରାଜଦ୍ରୋହୀ ଦଶହଜାର
ଏବଂ ତାଙ୍କ ଶ୍ୟାମଳ ଡଂଗର

ତୁମ ଲଗେଇଥିବା ନିଆଁରେ
ଆଜି ଝଡ଼ିପଡ଼ୁଛି ପତର
ଆଜି ଶାଗୁଆ ଗଛ ସବୁ ଲାଲ୍ ଦିଶୁଛି
ରକ୍ତରେ ମିଶୁଛି ; ରାଜାର ସ୍ବାର୍ଥ ହିଁ ‘ରାଜଦ୍ରୋହ’.!

ଆଜି ଡଂଗର ଆଖିରେ ଲୁହ
ଆଜି ପଳାଶ ଫୁଲ ବି ବାସେ ମହ ମହ
ଆଜି ବାରମ୍ବାର ଶୁଭୁଛି ବିଦ୍ରୋହ, ବିଦ୍ରୋହ…

ବିଦ୍ରୋହ…!!!

*** *** × *** ***

SayNoToSedition

FundamentalRight #freedom

  • କବି ଚନ୍ଦନ ଅସୁର୍, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ।
One thought on “ରାଷ୍ଟ୍ର ଦ୍ରୋହ”
  1. Heartiest congratulations to you…..mind blowing… well talented..
    Go ahead…

Comments are closed.