ଓଡିଶା ଯେତେବେଳେ ପଶ୍ଚିମ ବଙ୍ଗର ଅଧିନରେ ଏକ ଅଭିନ୍ନ ଅଙ୍ଗ ହୋଇକୀ ଥିଲା, ସେତେବେଳେ ଓଡିଶାର ପୁରୀ, କଟକ, ଭଳିଆ ସହରରେ ରହୁଥିବା ଲୋକେ ସମସ୍ୟାର ସମ୍ମୁଖିନ ହୋଇଥିଲେ। ଏହି ସମସ୍ୟା ମଧ୍ୟରେ ଭାଷାଗତ ଭେଦଭାବ ମୁଖ୍ୟ ଥିଲା। ଓଡିଆ ମାନଙ୍କ ମଧ୍ୟରେ ଗୋଟିଏ ସମସ୍ୟା ଦେଖିବାକୁ ମିଳିଥିଲା ଯେ ଓଡିଶାର ବିଭିନ୍ନ ଅଂଚଳରେ ବଙ୍ଗର ଉଚ୍ଚ ଜାତିର ଲୋକମାନେ ସବୁ ସରକାରୀ ଚାକିରୀ, ଶିକ୍ଷା ତଥା ଅନ୍ୟାନ୍ୟ ଜାଗାରେ ତାଙ୍କର ଆଧିପତ୍ୟ ବଜାୟ ରଖୁଥିଲେ। ଏହା ବିରୋଧରେ ଓଡିଶା ବାସୀ ଚିନ୍ତା କଲେ ଯେ ସେମାନେ ବଙ୍ଗ ପ୍ରେଦେଶରେ ରହିଲେ ସେମାନନ୍କର କୌଣସୀ ଉନ୍ନତି ହୋଇପାରିବ ନାହିଁ, ତଥା ଚାକିରୀ ପାଇପାରିବେ ନି, ନିଜ ଭାଷା, ସଂସ୍କୃତିକୁ ବନ୍ଚେଇ ରଖି ପାରିବେନି। ଏହା ବିରୁଦ୍ଧରେ ଓଡିଶା ବାସୀ ଆନ୍ଦୋଳନ କରିଥିଲେ । ପୁର୍ବ ଓଡିଶାର ଲୋକଙ୍କଠୁ ଆରମ୍ଭ କରି ପଶ୍ଚିମ ତଥା ଦକ୍ଷିଣ ଓଡିଶାର ଲୋକେ ଏହି ଆନ୍ଦୋଳନରେ ଯୋଗ ଦେଇ ଓଡିଶାକୁ ଏକ ସ୍ବତନ୍ତ୍ର ରାଜ୍ୟରେ ପରିଣତ କରିଥିଲେ। ଏପ୍ରିଲ୍ ୧, ୧୯୩୬ ମସିହାରେ ଓଡିଶା ଗୋଟେ ସ୍ବତନ୍ତ୍ର ରାଜ୍ୟର ଆଖ୍ୟା ପାଇପାରି ଥିଲା।
ଏହି ଦିନକୁ ଓଡିଶାରେ ଉତ୍କଳ ଦିବସ ନାମରେ ପାଳିତ କରାଯାଉ ଅଛି। ହେଲେ ଆମ୍ଭେ ଚିନ୍ତା ବି କରି ନାହୁଁ ଯେ ଉତ୍କଳଟା ଅଥବା କଳିଂଗ କୋଉ ଜାଗାକୁ ଦର୍ଶାଯାଇ ଅଛି? କ’ଣ ଏହା ସାରା ଓଡିଶାର ଭୌଗଳିକ ଖେତ୍ରକୁ ଦର୍ଶେଇ ପାରେ ? ଅତୀତରେ କଳିଂଗ ଓ ଉତ୍କଳର ଅର୍ଥ କେବଳ ଓଡିଶାର ପୁର୍ବ ଅଂଚଳକୁ ହିଁ ଇଂଗିତ କରୁଥିଲା, ସେଇଥିପାଇଁ କଳିଙ୍ଗ କେବେବି ସାରା ଓଡିଶାକୁ ପ୍ରତିପାଦନ କରିପାରି ନାହିଁ କିମ୍ବା ଆଗାମୀ ଭବିଷ୍ୟତରେ ମଧ୍ୟ କରିପାରିବାର ସମ୍ଭାବନା ନାହିଁ । ଯେଉଁ ଅଂଚଳ ମାନେ ବର୍ତମାନ୍ ପଶ୍ଚିମ ତଥା ଦଖିଣ ଓଡିଶା ନାମରେ ପରିଚିତ ଅଟେ, ତାହା ପ୍ରାଚୀନ ଇତିହାସରେ କୋଶଳ ନାମରେ ନାମିତ ହୋଇଥିଲା। ସେଇଥିପାଇଁ ଉତ୍କଳ ଦିବସ ପାଳନ କରିବା ତଥା ତାହାକୁ ମାନିବା କେବେବି ସାରା ଓଡିଶା ବାସିଂକୁ ସୁହାଇବ ନାହି।
ପ୍ରଶ୍ନ ଉଠେଯେ ଯୋଉ ସ୍ବତନ୍ତ୍ର ରାଜ୍ୟର ଗଠନ ହେଲା ସେହି ରାଜ୍ୟରେ ଅନେକ ଭାଷା, ଜାତି, ଧର୍ମ ର ଲୋକଙ୍କୁ ଜାଗା ତଥା ସମ୍ମାନ ମିଳିଲା କି? ଯୋଉ ଭେଦଭାବ ବିରୁଦ୍ଧରେ ରାଜ୍ୟର ଗଠନ ହେଲା, ସେହି ବଙ୍ଗ ପ୍ରଦେଶର ଭେଦଭାବ ତ ସରିଲା, କିନ୍ତୁ ଓଡିଶା ରାଜ୍ୟ ଭିତରେ ହିଁ ସେହି ପ୍ରକାରର ଭେଦଭାବ ଅନ୍ୟାନ୍ୟ ଭାଷା ଓ ଅଂଚଳର ଲୋକ ମାନଂକ ପ୍ରତି ପୁନଃ ପ୍ରାରମ୍ଭ ହେଲା। ଯେଉଁ ପ୍ରକାରର ବଂଗିୟ ଉଚ୍ଚ ଜାତିର ଲୋକମାନେ ଓଡିଆ ମାନଂକ ଉପରେ ପ୍ରାଦୁର୍ଭାବ ବଜାୟ ରଖିଥିଲେ ତଥା ଚାକିରୀ, ଭାଷା ଓ ସଂସ୍କୃତି ଉପରେ ନିଜର ଅନୁସାଶନରେ ରଖିଥିଲେ ସେହି ପ୍ରକାରର ପ୍ରାଦୁର୍ଭାବ, ଅନୁସଶାନ, ଓ ଭେଦଭାବ ଉଚ୍ଚ ଜାତିର ଓଡିଆମାନେ ବଜାୟ ରଖିଲେ। ଯେଉଁ ଭାବରେ ବଂଗିୟ ବ୍ରାହ୍ମଣ ମାନେ ପ୍ରବର୍ତାଉଥିଲେ ଓଡିଆ ଗୋଟେ ଭାଷା ନୁହଁ, ସେହି ନିତି ଅନୁଯାଇ ଓଡିଆ ଉଚ୍ଚ ଜାତିର ଲୋକମାନେ ସମ୍ବଲପୁରୀ/କୋଶଳୀ, ଦେଶିଆ ତଥା ଅନେକ ଆଦିବାସୀ ଭାଷା ଭଳି ଅନେକ ଆଂଚଳିକଭାଷାକୁ ସ୍ବତନ୍ତ୍ର ଭାଷାର ମାନ୍ୟତା ଦେବାପାଇଁ ଇଛୁକ ନାହାନ୍ତି। ଓଡିଆ ଭାଷାକୁ ସରକାରୀ ଓ ପାଠ୍ୟକ୍ରମର ଭାଷା ରୁପେ ଗ୍ରହଣ କରି ଆଦିବାସୀ, କୋଶଳୀ ଓ ଦେଶିଆ ଭାଷା, ସଂସ୍କୃତିକୁ ନିମ୍ନମାନର ପହିୟା ଦିଆଯାଇଅଛି।
ଏହାର ପ୍ରତିଫଳସ୍ବରୁପ ମାଧ୍ୟମିକ ଶିକ୍ଷାନୁଷ୍ଠାନରୁ ଆରମ୍ଭକରି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ଉଚ୍ଚ ଜାତୀର ଓଡିଆମାନେ ଆୟତ୍ତ କରି ରଖିଲେ। ଯେହେତୁ ଭାଷା ତାଙ୍କ ନିଜର ସେହିମାନେ ହିଁ ଏହାର ଲାଭ ଉଠାଇ ପାରିଲେ, ଆଉ ଯେଉଁମାନଙ୍କ ଭାଷା ଓଡିଆ ନାହିଁ ସେମାନେ ପଛୁଆ ହୋଇ ରହିଗଲେ।
ଉଚ୍ଚ ନ୍ୟାୟାଳୟ, ରାଜ୍ୟର ରାଜଧାନୀ, ଉଚ୍ଚମାନର ଡାକ୍ତର ଖାନା, ଶିକ୍ଷଣ ସଂସ୍ଥାନ, ଅନ୍ୟ ସବୁ ରାଜ୍ୟର ମୁଖ୍ୟ ସଂସ୍ଥାନ ତଥା ସୁବିଧା ସୁଯୋଗ ପୁର୍ବ ଓଡିଶାରେ ହିଁ କେନ୍ଦ୍ରିତ କରିକୀ ରଖାଗଲା। ଫଳସ୍ବରୁପ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା ପଛୁଆ ହୋଇକୀ ରହିଗଲା। ଗୋଟେ ପକ୍ଷରେ ଓଡିଶା ଓ କେନ୍ଦ୍ର ସରକାର ଏହି ଦୁଇ ଜାଗାରେ ଥିବା ଭରପୁର୍ ଖଣିଜ ପଦାର୍ଥର ଶୋଷଣ କଲା ଅନ୍ୟ ପକ୍ଷରେ ଏହି ଜାଗା, ଲୋକ, ଓ ସଂସ୍କୃତିକୁ ପଛୁଆ ବୋଲି ସାରା ବିଶ୍ୱରେ ପ୍ରଚାର କଲା। ପୁର୍ବ ଓଡିଶାର ବିକାଶ ତଥା ଭାରତର ବିକାଶ ଉପରୋକ୍ତ ଦୁହିଁ ଅଂଚଳର ଶୋଷଣର ଉପରାନ୍ତରେ ହିଁ ପର୍ଯବେଶିତ ।
କୋଶଳର ବିକାଶ ସ୍ଥଗୀତ କରି ରଖିବା ଓ ତାକୁ ପଛୁଆ ରଖିବାର ଆଉ ଗୋଟେ ଷଡଯନ୍ତ୍ର ଏହା ଯେ ଏହି ଜାଗାଟି ହେଲା ଦଲିତ ଆଦିବାସୀ ବହୁଳ ଅଂଚଳ। ଏବଂ ପୁର୍ବ ଓଡିଶାରେ ଉଚ୍ଚଜାତିର ସଂଖ୍ୟା ଅଧିକ ରହିଛି। ଯେଉଁ ପ୍ରକାରର ପରିସ୍ଥିତି ଦଲିତ, ଆଦିବାସୀ ଓ ପଛୁଆ ବର୍ଗ ମାନଙ୍କର କୋଶଳ ଅଂଚଳରେ ଅଛି, ସେହି ପ୍ରକାରର ଦୟନୀୟ ପରିସ୍ଥିତି ପୁର୍ବ ଓଡିଶାରେ ମଧ୍ୟ ଅଛି । ରାଜ୍ୟରେ ଛୁଆଁ ଅଛୁଆଁ ଭେଦଭାବ, ଜାତିପ୍ରଥା, ଅସମାନତା, ଏବଂ ଗୋଟିଏ ପ୍ରକାରର ଭାଷା ସଂସ୍କୃତିର ପ୍ରାଦୁର୍ଭାବ ରହିବ ସେତେ ଦିନ ପର୍ଯ୍ୟନ୍ତ ଉତ୍କଳ ଦିବସ କୌଣସୀ ତାତ୍ପର୍ଯ୍ୟ ରହିବ ନାହିଁ ।
ଯଦି ସରକାର ଏହି ଅସମାନତାକୁ ଶୀଘ୍ର ନଷ୍ଟ ନ କରେ ତେବେ ଏହା ହିଁ ଓଡିଶାର ଦୁର୍ଗତିର ପ୍ରଥମ ପାହାଚ ହବ। ଏହି ଭେଦଭାବର ଫଲସ୍ବରୁପ ପଶ୍ଚିମ ଓଡିଶାରେ ଅଲଗା ପ୍ରଦେଶ ଗଠନର ସ୍ବର ମଧ୍ୟ ଶୁଣିବାକୁ ମିଳୁଛି।ଏହି ପ୍ରକ୍ରିୟାକୁ ରୋକିବାର ଏକ ମାତ୍ର ଉପାୟ ହେଉଛି ଜାତି, ଧର୍ମ, ଅଂଚଳ, ଭାଷା ନାମରେ ଯେଉଁ ଭେଦଭାବ, ଅସମାନତା ଲାଗି ରହିଛି ସେଗୁଡିକର ଅତିଶୀଘ୍ର ନିବାରଣ କରାଯାଉ। ଯେଉଁ ଐତିହାସିକ ଅସମ୍ମାନ ଦିଆଯାଇଛି କୋଶଳ (ପଶ୍ଚିମ ଏବଂ ଦକ୍ଷିଣ ଓଡିଶା) ଅଂଚଳର ଲୋକଙ୍କୁ, ତାହାର ଉଚିତ ସମାଧାନ ବାହାର କରି ଇତିହାସରେ ହୋଇଥିବା ଭୁଲ୍ କୁ ସୁଧାରିବା ନିତାନ୍ତ ଜରୁରୀ।