ଧରିତ୍ରୀ ଖବର କାଗଜରେ “ଲିପ୍ସା ପଣ୍ଡା” ନାମକ ଜଣେ ଜୈନିକ ଲେଖିକା ଗୋଟେ ସ୍ତମ୍ଭ ପ୍ରକାଶ କରିଥିଲେ ଯାହାର ଶୀର୍ଷକ ଥିଲା,”ମୁଁ ହିନ୍ଦୁ,କିନ୍ତୁ ଆତଙ୍କବାଦୀ ନୁହେଁ।ଏହି ସ୍ତମ୍ବଟିରେ ସେ ସମ୍ପୂର୍ଣ୍ଣ ଭାବେ ମୁସଲମାନ ସମ୍ପ୍ରଦାୟକୁ ଦୋଷ ଦେଇ ତାଙ୍କୁ ଆତଙ୍କବାଦୀ କହି ତାଶ୍ଚଲ୍ୟ କରିଛନ୍ତି, ଏହି ଲେଖା ମାଧ୍ୟମରେ ସେ ସମାଜରେ ସାମ୍ପ୍ରଦାୟକର ବୀଜ ବୁଣିଛନ୍ତି ଓ ନିଜ ଧର୍ମକୁ ପରକ୍ଷୋରେ ଶ୍ରେଷ୍ଠତ୍ୱ ଦର୍ଶାଇ ଛନ୍ତି।ବୋଧ ହୁଏ ସେ ପ୍ରଥମ ଥରପାଇଁ ଖବର କାଗଜରେ ନିଜର ଲେଖା ପ୍ରକାଶ କରିଛନ୍ତି ଓ ଅତନ୍ତ୍ୟ ଖୁସି ବ୍ୟକ୍ତ କରି ଏହି ସ୍ତମ୍ଭଟିକୁ ନିଜ ସାମାଜିକ ଗଣମାଧ୍ୟମ ଫେସବୁକରେ ସେୟାର କରିଛନ୍ତି।ମୁଁ ଏହାର ଉଚିତ ଜବାବ ଦେବାରୁ ସେ ମୋ କମେଣ୍ଟକୁ ଡିଲେଟ୍ କରି ମତେ ବ୍ଲକରେ ପକେଇଛନ୍ତି ଓ ମିଥ୍ୟା ପ୍ରଚାର କରିଛନ୍ତି କି କୋଉଠି ତାଙ୍କ ଲେଖାର ଜବାବ ନଦେଇ ଆମେ ତାଙ୍କୁ ବ୍ଲକ ଲିଷ୍ଟରେ ପକେଇଛୁ।ଏଇଥିରୁ ଜଣା ପଡ଼ିଯାଉଛି କି “ଦେହେ ମନ୍ଦାକିନି ରଜ ଲଗାଇ,ଗ୍ରାମ ସୁକରି କି ହୋଇ ପାରିବ ଗାଈ” ଏଭଳି ସାମ୍ପ୍ରଦାୟିକତା ମାନସିକ ଧାରି ଲେଖିକାଙ୍କ ସ୍ତମ୍ଭକୁ ନେଇ ଅଧିକା ସେୟାର କରି ତାଙ୍କୁ ସର୍ବସମ୍ମୁଖରେ ପରିଚତ କରେଇବାର କୌଣସି ଯଥାର୍ଥତା ନାହିଁ।
ବନ୍ଧୁଗଣ…..
ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଓ ଏଠାରେ ପ୍ରତେକ ଜାତି ଧର୍ମର ଲୋକମାନେ ବସବାସ କରନ୍ତି।ଏଠାରେ ବିଶ୍ଵର ସର୍ବ ବୃହତ୍ତମ ଓ ସର୍ବଶ୍ରେଷ୍ଠ ସମ୍ବିଧାନ ପ୍ରଚଳନ ହୋଇ ଆସୁଛି।ଯେଉଁଥିରେ ଦେଶର ପ୍ରତେକ ନାଗରିକଙ୍କୁ ସମାନତା,ସ୍ୱତନ୍ତ୍ରତା,ଭାତୃତ୍ୱ ଓ ସାମାଜିକ ଅଧିକାର ମିଳୁଥିବାର ପରିଲକ୍ଷିତ ହୋଇଛି।ସମ୍ବିଧାନର ଧାରା-୧୪ ଅନୁଯାୟୀ ଆଇନି ସମ୍ମୁଖରେ ସମସ୍ତେ ସମାନ।
ଦେଶରେ ହିନ୍ଦୁ,ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଆଦି ଧର୍ମର ଲୋକମାନେ ବଦବାସ କରିପାରିବେ ଏବଂ କୌଣସି ଧର୍ମକୁ ଆକ୍ଷେପ କରି ସେ ଧର୍ମାଲମ୍ବୀଙ୍କୁ ଅପମାନିତ କରି କହିବା ଏହା ସମ୍ବିଧାନ ବିରୋଧି ଓ ଯିଏ ସମ୍ବିଧାନ ବିରୋଧି ସେ ଦେଶଦ୍ରୋହୀ।
ଯେଉଁମାନେ ଧର୍ମ ନାଁରେ କିମ୍ବା ନିଜ ସ୍ୱାର୍ଥ ପାଇଁ ଆତଙ୍କସୃଷ୍ଟି କରନ୍ତି ସେମାନଙ୍କୁ ଆତଙ୍କବାଦୀ କୁହାଯାଏ,
ଅଧିକା ଆତଙ୍କବାଦି ହିନ୍ଦୁ ଓ ହିନ୍ଧୁସମାଜରେ ଦେଖାଯାଉଛନ୍ତି ଏହାର କାରଣ ଅନେକ ହିନ୍ଦୁ ସଙ୍ଗଠନ ନିଜ ଧର୍ମର ବିସ୍ତାର ପାଇଁ ଅନେକ ଜାତିର ପିଲାଙ୍କୁ ଆଣିକି ଏକାଠି କରନ୍ତି ତାଙ୍କୁ ଅନ୍ଧବିଶ୍ୱାସ,କୁସଂସ୍କାର,ଜାତିବାଦ, ହିଂସାକାଣ୍ଡ, ଅସହିଷ୍ଣୁତା,ଅରାଜଗତା ପରି ଅନେକ କୁଶିକ୍ଷା ଦିଅନ୍ତି।
ଯେଉଁଥିପାଇଁ ସେ ପିଲାମାନେ ଦେଶର ସମ୍ବିଧାନ,ଆଇନିକାନୁନ,ଜାତୀୟ ସଂହନ୍ତି, ପରସ୍ପର ସହଚଳନି ଓ ସର୍ବଧର୍ମ ସଂମ୍ମାନକୁ ମାନନ୍ତିନାହିଁ,କୌଣସି ଧର୍ମର ଗରୀମାକୁ ସଂମ୍ମାନ ଦିଅନ୍ତି ନାହିଁ,ଅନ୍ୟଧର୍ମର ଲୋକଙ୍କ ସହିତ ବାଦ, ବିବାଦ କରନ୍ତି।ଏହି ପରି ହିନ୍ଦୁ ଆତଙ୍କବାଦି ପିଲାମାନଙ୍କର ବାପା,ମାଆ,ସହପରିବାର,ବନ୍ଧୁବାନ୍ଧବ ଓ ମୁଖ୍ୟସଦସ୍ୟଙ୍କ ଚରିତ୍ରଠିକ ନଥାଏ ବୋଧହୁଏ? ଏହିପିଲା ମାନେ ଅନ୍ତରର ସହିତ ନିହ ଆତ୍ମୀୟ ସୋଜନ୍ୟଙ୍କୁ ସଂମ୍ମାନ ନଦେଇ ଅନେକ ହିନ୍ଦୁ ସଙ୍ଗଠନରେ ସାମିଲ ହୁଅନ୍ତି ଏବଂ ସେହି ସଙ୍ଗଠନର ଆତଙ୍କି ପରିବେଶର ପାଇ ସେ ପିଲାମାନେ ଆତଙ୍କବାଦୀ ହୋଇ ଯାନ୍ତି।
ଏମିତି ଦେଖିଲେ ହିନ୍ଦୁ ଧର୍ମରେ ଅଧିକା ପରିମାଣରେ ଆତଙ୍କବାଦୀ ଦେଖାଯାନ୍ତି।ବିଶେଷ ଭାବରେ ଦେଶରେ ଏକ ନିଦିଷ୍ଟ ଗୋଷ୍ଠି କ୍ଷମତା କୁ ଆସିଲା ପରେ ଅନ୍ୟଏକ ଗୋଷ୍ଠିକୁ ଈର୍ଷା ପରାୟଣ ହୋଇ ଆତଙ୍କବାଦୀ, ଦେଶଦ୍ରୋହୀ,ପରି ଉପାଧି ଦେଇ ନିଜ ଧର୍ମକୁ ଶ୍ରେଷ୍ଠତ୍ୱ ଦେଖାଇ ହେଉଛି କିଛି ନିଜ ଧର୍ମରେ କେତେଯେ ଅଳିଆ ସେଇଟା ତାଙ୍କୁ ଦେଖା ଯାଉନି।ଏଠାରେ ମୋର ଗୋଟେ କଥା ମନେ ପଡ଼ିଯାଉଛି ଉକ୍ତଳ୍ ଗୌରବ ମଧୁସୂଦନ ଦାସଙ୍କର ଏକ କବିତ ଆଲୋ ସଖୀ ଆପଣା ମହତ୍ୱ ଆପେ ରଖି।ଯଦି ହିନ୍ଦୁ ଧର୍ମର ଆତଙ୍କବାଦୀ କଥା ଆଲୋଚନା କରାଯାଏ ତ ଭାରତ ସ୍ୱାଧୀନ ହେବା ପରଠାରୁ ପ୍ରଥମେ ଆତଙ୍କୀ କାର୍ଯ୍ୟକଳାପ ଏଇ ହିନ୍ଦୁ ଧର୍ମର ଲୋକ ମାନେ ହିଁ କରିଥିଲେ:-
୧.ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ ଆଉ ସେ ହେଉଛନ୍ତି ନାଥୁରାମ୍ ଗଡ଼ଷେ।
୨.ଦେଶର ଗୁପ୍ତତଥ୍ୟ ପାକିସ୍ତାନକୁ ଦେଇ ଗିରଫ ହୋଇଥିବା ଧ୍ରୁବ ସକ୍ସେନା ଜଣେ ହିନ୍ଦୁ ଥିଲା।(ଏ ବ୍ୟକ୍ତି ଏକ ନିଦିଷ୍ଠ ରାଜନୈତିକ ଦଳର ନେତା ଥିଲା)
୩.ମାଧୁରୀ ଶର୍ମା ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଥିଲା ଏ ଜଣେ ହିନ୍ଦୁ ଥିଲା ଏବଂ ଏ ଏକ ନିଦିଷ୍ଠ ରାଜନୈତିକ ଦଳର IT CELLର ମୁଖ୍ୟ ଥିଲା।
୪.ଈଶ୍ୱର ବେହେରା ପାକିସ୍ତାନକୁ DRDOର ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଥିଲା ଏବଂ ସେ ହିନ୍ଦୁ ଧର୍ମର ଥିଲା।
୫.ରାହୁଲ୍ ଅଗ୍ରୱାଲ୍ ବ୍ରାହ୍ମୋସ୍ ମିଶାଇଲ୍ ର ତଥ୍ୟ ପାକିସ୍ତାନକୁ ଦେଇ ଗିରଫ ହୋଇଛି ଏ ହିନ୍ଦୁ ଧର୍ମର ଥିଲା।
୬.ଦିଲ୍ଲୀର ରାଜ ରାସ୍ତାରେ ଲୋକଙ୍କ ଗଳାକାଟି ନୃଶଂସଙ୍କ ପରିକା ହତ୍ୟାକାରିବା ପରି ଆତଙ୍କୀତ କାର୍ଯ୍ୟ ଏଇ ହିନ୍ଦୁ ଧର୍ମର ଲୋକମାନେ କରିଥିଲେ ଏବଂ ସେମାନେ ସମସ୍ତେ ହିନ୍ଦୁ ଧର୍ମର ଥିଲେ।
୭.ଗୁଜୁରାଟର ଗଳି କନ୍ଦିରେ ଯେଉଁମାନଙ୍କୁ ମରାଯାଇଥିଲା ଏବଂ ଅଧମରା ଅବସ୍ଥାରେ ଛଡ଼ା ଯାଇଥିଲା ଏଇ ଆତଙ୍କୀ କାର୍ଯ୍ୟକ୍ରମ ହିନ୍ଦୁ ଧର୍ମର ଲୋକ ମାନେ ହିଁ କରିଥିଲେ ଏବଂ ସେମାନେ ସମସ୍ତେ ଏଇ ହିନ୍ଦୁ ଧର୍ମର ହିଁ ଥିଲେ।
୮.ବାବ୍ରି ମହଜିଦ୍ କୁ ଯୋଉମାନେ ସହୀଦ୍ କରେଇଥିଲେ ସେମାନେ ହିନ୍ଦୁ ଧର୍ମର ଥିଲେ ଏବଂ ହିନ୍ଦୁ ଥଲେ।
୯.ଦେଶରେ ପ୍ରତି କ୍ଷଣରେ ଏ ଦେଶରମୂଳନୀବାଶି(SC-ST-OBC-MINORITY) ଜାତି ନାଁରେ ଅତ୍ୟାଚାର କରି ତାଙ୍କ ପ୍ରତି ଯେଉଁ ହିନ ଆତଙ୍କୀ କାର୍ଯ୍ୟ କରୁଛନ୍ତି ସେମାନେ ସବୁ ହିନ୍ଦୁ ଧର୍ମର ଓ ହିନ୍ଦୁ ଲୋକ ମାନେ ହିଁ ଏପରି ଆତଙ୍କବାଦୀ କାର୍ଯ୍ୟ କରୁଛନ୍ତି।
୧୦.LOVE JIHAD, MOB BLICHING, ଗୋ-ସୁରକ୍ଷା ନାଁ ରେ ଦେଶରେ ଯେଉଁ ଆତଙ୍କୀ କାର୍ଯ୍ୟକଳାପ କରୁଛନ୍ତି ସେମାନେ ଏଇ ହିନ୍ଦୁ ଧର୍ମର ଲୋକ ଓ ହିନ୍ଦୁ ମାନେ ହିଁ କରୁଛନ୍ତି।
୧୧.ଜୟ ଶ୍ରୀ ରାମ୍ ନାରା ଦେଇ RSS,VHP, ବଜରଙ୍ଗ ଦଳ ଏବଂ BJP ବେଲା ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ତାହା ଆତଙ୍କୀ କାର୍ଯ୍ୟ କଳାପ ଠାରୁ ବଳି ଯାଉଛି ଏବଂ ଏମାନେ ସବୁ ହିନ୍ଦୁ ଧର୍ମର ଲୋକ।
୧୨.ଗ୍ରହାମଷ୍ଟେନସ୍ ଓ ତାଙ୍କର ଦୁଇ ନିରୀହ ଶିଶୁପୁତ୍ରଙ୍କୁ ଅତି ନିର୍ମମ ଭାବେ ଜାଳି ହତ୍ୟାକାରିଥିବା ଦାରା ସିଂହ ଏଇ ହିନ୍ଦୁ ଧର୍ମର ଆତଙ୍କବାଦୀ ଥିଲା।
୧୩.ଗୁରୁରାଟରେ ମାଆର ଗର୍ଭକୁ ଚିରି ଛୁଆକୁ ଖଣ୍ଡାମୁନରେ ଉପରକୁ ଟେକି ଦେଇ ଜୟ ଶ୍ରୀରାମର ନାରା ଦେଇଥିବା ଲୋକମାନେ ଏଇ ହିନ୍ଦୁ ଧର୍ମର ଆତଙ୍କବାଦୀ ଥିଲେ।
୧୪.କନ୍ଦମାଳ ଦଙ୍ଗା ଓ ଗଣହତ୍ୟା କରିଥିବା ଲୋକମାନେ ଏଇ ହିନ୍ଦୁ ଧର୍ମର ଆତଙ୍କବାଦୀମାନେ ଥିଲେ।
୧୫.ନରେନ୍ଦ୍ର ଦାଭାଲକର,ଗୋବିନ୍ଦ ପାନସାରେ,ଏମ୍ ଏସ୍ କାଲବୁର୍ଗୀ ଓ ଗୋୖରୀ ଲଙ୍କେଶଙ୍କୁ ହତ୍ୟାକାରି ଏଇ ହିନ୍ଦୁ ଧର୍ମର ଆତଙ୍କବାଦୀ ଥିଲେ।
ଏହିପରି ଅନେକ ଆତଂକକାର୍ଯ୍ୟର ଉଦାହରଣ ଅଛି ଯେଉଁଥିରେ କେବଳ ହିନ୍ଦୁ ଧର୍ମର ଆତଙ୍କବାଦୀ ମାନଙ୍କ ଯୋଗୁଁ ହେଇଛି ଏବେ ଏହାକୁ ଅନୁଧ୍ୟାନ କରିଲେ ସମୟ ପାଇବ ନାହିଁ।
ମୁଁ ଏଠାରେ କେବଳ ହିନ୍ଦୁ ଧର୍ମର ଉଦାହରଣ ଦେଇ ହିନ୍ଦୁ ମାନଙ୍କୁ ଆତଙ୍କବାଦୀ ସଯାଉ ନାହିଁ।ମୋର ଏଠି ଏକଥା ଉପସ୍ଥାପନ କରିବାର କାରଣ,”ଆତଙ୍କବାଦୀ କେବଳ ଆତଙ୍କବାଦୀ ହୋଇଥାଏ ଓ ଆତଙ୍କବାଦୀର କୌଣସି ଧର୍ମ ନଥାଏ।ଆତଙ୍କବାଦୀ କେବଳ ନିରୀହ ଜନସାଧାରଣଙ୍କୁ ମରିଥାଏ ଓ ସମଗ୍ରମାନବ ସମାଜର ଶତ୍ରୁ ହୋଇଥାଏ ଏବଂ ଆତଙ୍କବାଦୀ ଏବେ ଗୋଟେ ଧର୍ମ ହୋଇ ସାରିଛି ଏହା କହିଲେ ଅତୁକ୍ତ ହେବ ନାହିଁ।
ବିଶେଷ କରି ଏଇ କିଛି ଦସନ୍ଧିଧରି ବିଶ୍ଵର ଅନେକ ମୁସଲମାନ ବିରୋଧି ରାଷ୍ଟ୍ର,ଆମେରିକା, ଭାରତ,ଚୀନ, ଇସ୍ରାଏଲ୍, ପରି ଦେଶରେ ସମ୍ପ୍ରଦାୟିକତାକୁ ପ୍ରଧାନ ଦେଇ ବହୁତ ମାତ୍ରାରେ ଧର୍ମ ବିରୋଧୀ ବିଷ ଓଗାଳୁଛନ୍ତି।ବିଶ୍ୱର ଅନେକ ଉଗ୍ରପନ୍ଥି ସଙ୍ଗଠନ(ଆଇ.ଏସ.ଆଇ.ଏସ,ଜୈସ୍-ଇ-ମହଦମଦ୍,ଲକ୍ସଲ-ଇ-ତୋଏବା)କେବଳ ମୁସଲମାନଙ୍କ ଦ୍ଵାରା ଗଠନ ହୋଇଥିବା ଆତଙ୍କବାଦୀ ସଙ୍ଗଠନର ନାଁ ଦେଉଛନ୍ତି।
ଏ ସବୁ ଆତଙ୍କବାଦୀ ସଙ୍ଗଠନର ମୂଳତ୍ପାତନ କରେଇବା ପାଇଁ ଆମେରିକା ଯେପରି ଆଗ୍ରହ ଦେଖାଇଛି ଏହା ସ୍ୱାଗତ ଯୋଗ୍ୟ କିନ୍ତୁ ଭାରତ ଏହାକୁ ସମ୍ପ୍ରଦାୟିକ ଦୃଷ୍ଟିରେ ଦେଖି ଆମେରିକାକୁ ପ୍ରଶଂସାରେ ପୋତି ପକାଉଛି।
କିଛି କଟର ହିନ୍ଦୁ ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ଦୋଷାରୋପ କରନ୍ତି,ଧର୍ମ ନିରପେକ୍ଷତା ହିଁ ପରୋକ୍ଷରେ ଆତଙ୍କବାଦୀ ଓ ଆତଙ୍କବାଦୀଙ୍କୁ ନିରବ ସମର୍ଥନ କରନ୍ତି।ଭାରତରେ ପରୋକ୍ଷରେ ହିନ୍ଦୁ ଧର୍ମକୁ ବିରୋଧ କରି ମୁସଲମାନ ଧର୍ମ ସପକ୍ଷରେ ଯୁକ୍ତି ବାଢ଼ନ୍ତି କିନ୍ତୁ ଯେତେବେଳେ ମୁସଲମାନ ଆତଙ୍କବାଦୀ ମାନେ ହିଂସାକାଣ୍ଡ କରନ୍ତି ସେତେବେଳେ ଧର୍ମ ନିରପେକ୍ଷ ବାଦୀ ମାନେ ଚୁପ ହୋଇ ରୁହନ୍ତି ଓ ଅପେକ୍ଷା କରିଥାନ୍ତି କେବେ ହିନ୍ଦୁ ମାନେ ହିଂସାକରିବେ ଓ ଆମେ ଏହାକୁ ସମାଲୋଚନା କରିବୁ।ଏଠାରେ ହିନ୍ଦୁ ଚରମ ପନ୍ଥୀମାନେ ଅଭିଯୋଗ କରି କୁହନ୍ତି ଭାରତ ଏକ ହିନ୍ଦୁ ରାଷ୍ଟ୍ର ଓ ଏ ଦେଶରେ ଥିବା ସମ୍ବିଧାନକୁ ବଦଳା ଯାଉ ଏବଂ ଧର୍ମ ନିରପେକ୍ଷତା ଶବ୍ଦକୁ ସମ୍ବିଧାନରୁ ଉଠାଯାଉ।ଆମେରିକା ଯେପରି ଧର୍ମ ନିରପେକ୍ଷତା କୁ ବ୍ୟାନ କରିଛି, ମୁସଲମାନ ମାନଙ୍କୁ ଅଧିକାଂଶରେ ବ୍ୟାନ୍ କରିଛି, ମୁସଲମାନ ସଙ୍ଗଠନକୁ ବ୍ୟାନ କରିଛି ଭାରତରେ ସେପରି କରାଯାଉ ହେଲେ ଅନ୍ଧଭକ୍ତଙ୍କୁ ବୋଧେ ଦେଖାଯାଏ ନାହିଁ,”ଆମେରିକା ହିନ୍ଦୁ ସଙ୍ଗଠନ(ବିଶ୍ବହିନ୍ଦୁ ପରିଷଦ,ବଜରଙ୍ଗ ଦଳ,ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ) ବ୍ୟାନ କରିବା ସହିତ ପୂର୍ବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ବି ବ୍ୟାନ୍ କରିଥିଲା।ତ ମୋର ଏଠି ଗୋଟେ ପ୍ରଶ୍ନ ଆମେ ଏଠାରେ ମାଣିନେବା ତ ଉକ୍ତ ହିନ୍ଦୁ ସଙ୍ଗଠନ ସହିତ ଆମ ଦେଶର ପ୍ରଧାନମନ୍ତ୍ରୀବି ଆତଙ୍କବାଦୀ ବୋଲି?ତ”ଏଇଠାରୁ ହିଁ ପସ୍ଟ ଆମେରିକା କ’ଣ କରିଲା କ’ଣ ନକରିଲା ସେ ମୁସଲମାନଙ୍କୁ ବିରୋଧ କରୁଲା କି ସମର୍ଥନକରିଲା ଆମର ସେଥିରେ କିଛି ଯାଏ ଆସେ ନାହିଁ।(ସୂତରାଂ ଆମେରିକା ଏବେ ତା ଦେଶରେ ମୁସଲମାନଙ୍କୁ ଧାର୍ମିକ ସ୍ୱାଧୀନତା ଦେଇଛି)।
ଭାରତ କଥା ବିଚାର କରିଲେ ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏଠାରେ ସର୍ବଧର୍ମ ସମାନ ଓ ସଂମ୍ମାନର ଦୃଷ୍ଟି ଗୋଚର ହୁଏ।ପିଲାମାନଙ୍କୁ ଶିକ୍ଷାନୁଷ୍ଠାନ ମାନଙ୍କରେ ସର୍ବଧର୍ମ ସଂସ୍କାର ପାଠ ପଢ଼ା ଯାଏ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାନ୍ତି ବା ଉପଦେଶ ଦିଅନ୍ତି।ଆମ ଦେଶରେ ବିଭିନ୍ନ ଜାତି, ଧର୍ମ, ଭାଷା ପରିଶେଷରେ ଆମେ ଏକ ଓ ଆମେ “ଅନେକ ଫୁଲର ମାଳଟିଏ” ପରି ହୋଇ ରହିଛୁ।ତେଣୁକରି ପ୍ରତିଧର୍ମ ଭିତରେ ଭାଇଚାରା ମଜବୁତ ରଖିବା ନାହିଁ ତ ଦେଶ ଆଗେଇ ପାରିବ ନାହିଁ।
ମୋ ସାନ ଭାଇ ଇଂରାଜୀ ମିଡ଼ିଅମ୍ ସ୍କୁଲରେ ପଢ଼େ,ଯେହେତୁ ସେ ସ୍କୁଲରେ ଧର୍ମ ନିରପେକ୍ଷତା ଉପରେ ଅଧିକ ଧ୍ୟାନ ଦିଆଯାଏ,ସେଠାରେ ସବୁ ଧର୍ମର ପର୍ବପର୍ବାଣୀ ପାଳନ କରାଯାଏ।ସ୍କୁଲରୁ ମେସେଜ ଆସିଥାଏ ପ୍ରଥମ ଥରକ “ଇଦ୍, ପାଳନ କରାଯିବ ଏଥିପାଇଁ ପିଲାମାନଙ୍କ ସହିତ ତାଙ୍କର ଅଭିଭାବକ ବି ଆସିବେ।ପୁଅ ମାନେ ମୁସଲମାନ ବେଶ ପୋଷାକ(ଟୋପି, ପାଇଜାମା) ଝିଅମାନେ ମୁସଲମାନ ବେଶ(ବୁର୍ଖା) ପରିଧ୍ୟାନ କରି ଆସିବେ,ହିନ୍ଦୁ ମୁସଲମାନଙ୍କ ଉପରେ ପ୍ରାଜ୍ୟା ବେସିତ ଏକ ନାଟକ ଦେଖିବେ ଓ ପରସ୍ପରକୁ ଆଲିଙ୍ଗନ କରି ଭାଇ ଚାରା ପର୍ବ ଇଦର ସୁବେଚ୍ଛା ଜଣାଇବେ।ସେଠାକୁ ମୁଁ ମୋ ସାନ ଭାଇ ସାଙ୍ଗେ ଯାଇଥାଏ ଏବଂ ସେଠାରେ ଗୋଟେ ଅଦଭୁତ ଦୃଶ୍ୟ ଦେଖିବା ପାଇଁ ପାଇଲି।
ଇଦ ପାଇଁ ଆସିଥିବା ପୋଷାକ ସମସ୍ତେ ପରିଧ୍ୟାନ କରି ସାରିବା ପରେ ଜଣେ ପିଲା ମୁସଲମାନଙ୍କର ପାଇଜାମା ଓ ଟୋପି ପିନ୍ଧିବାକୁ ମନାକରୁଛି।
ମୁଁ ସେ ପିଲାକୁ ପଚାରିଲି କ’ଣ ପାଇଁ ପୋଷାକ ପିନ୍ଧିବା ପାଇଁ ମନା କରୁଛ ସବୁ ପିଲାତ ପିନ୍ଧୁଛନ୍ତି ଆଉ ତମେ ପିନ୍ଧିବା ପାଇଁ ମନା କରୁଛ?ସେ ପିଲା ମତେ କହିଲା,ଆମ ଘରେ ମତେ ମନାକରିଥିଲେ।କାରଣ ଆମର ବ୍ରାହ୍ମଣ ପରିବାରର ଏବଂ ମୋ ଜେଜେ ମାଆ ମନାକରିଛନ୍ତି ମୁଁ ପାଶ୍ଚାତ୍ୟ ସଂସ୍କୃତି ପରି ମୁସଲମାନ ସମ୍ପ୍ରଦାୟର କୌଣସି ପର୍ବପର୍ବାଣି ପାଳନ କରି ତାଙ୍କ ବେଶ ପୋଷାକ ପରିଧ୍ୟାନ କରି ପାରିବି ନାହିଁ।ମୁଁ ଏକଥା ଶୁଣି ଭାବିଲି ଆଙ୍କ ପରିବାର ଲୋକଙ୍କ ମନରେ ଯଦି ଏତେ ଭିର୍ଣ୍ଣ ଭାବନା ଅଛି ତ,ଏମାନେ ତାଙ୍କ ପିଲାକୁ ଏପରି ସ୍ଥାନକୁ କାଇଁ ଛାଡ଼ୁଛନ୍ତି?(ପ୍ରାୟ ସବୁ ପଇତା ଧାରି ପରିବାରରେ ଏ ଭାବନା ଦେଖିବାକୁ ମିଳେ)
ଯଦି ପିଲାର ଭବିଷ୍ୟତ ଗଢ଼ିବା ପାଇଁ ଛାଡ଼ୁଛନ୍ତି ତ ସ୍କୁଲର ନିୟମ ପାଳନ କରି ଯଦି ମୁସଲମାନ ବେଶ ଧାରଣ କରିଦିଏ ତ ଏଠି ଧର୍ମ ଚାଲି ଯିବ ଏଇଟା କେଉଁ ପ୍ରକାର ମାନସିକତା?
ତେଣୁକରି ଦେଶରେ ଏପରି ଅନେକ ପରିବାର ଅଛନ୍ତି ଯେଉଁ ମାନେ ସର୍ବଧର୍ମ ସମାନକୁ ସଂମ୍ମାନ ନଜଣାଇ ନିଜ ଧର୍ମକୁ ଶ୍ରେଷ୍ଠ ଦର୍ଶାଇ ଅନ୍ୟଧର୍ମର ବିରୁଦ୍ଧରେ ନିଜ ପିଲା ଆଗରେ ବିଷ ଓଗାଳି କି ନିଜ ପିଲାମାନଙ୍କୁ ମାନସିକ ଦୁର୍ବଳ କରି ପକାନ୍ତି।
ଏଇ କେତୋଟି କଥାକୁ ନେଇ ଆମେ କୌଣସି ଧର୍ମକୁ ହିନ ଚକ୍ଷୁରେ ଦେଖିବା ଏହା ନୈତିକ ବୋଧକୁ ବିରୁଦ୍ଧା ଚରଣ କରୁଛି।ଆମ ଦେଶରେ ଗୌରୀକ ଶକ୍ତିର ଉଥାନ ପରେ,ଦେଶରେ ଦେଶର ସର୍ବଶ୍ରେଷ୍ଠ ନ୍ୟାୟଳୟ(ସୁପ୍ରିମକୋର୍ଟ), ଦେଶର ଗୋଷ୍ଠି ବହୁଳ ଭାବେ ପରିଚିତ କଥାକଥିତ ସନାତନ ଧର୍ମ ବା ହିନ୍ଦୁଧର୍ମ ସପକ୍ଷରେ ଯାଇ ବହୁଦିନ ଧରି ବିବାଦରେ ଥିବା ରାମ ମନ୍ଦିର ବିଚାରର ପରିସମାପ୍ତି କରିଥିଲେ
ଯେହେତୁ ହିନ୍ଦୁ ଧର୍ମର ସପକ୍ଷରେ ବିଚାର କରାଯାଇ ରାମ ମନ୍ଦିର ନିର୍ମାଣ କରିବା ପାଇଁ ନ୍ୟାୟଳୟ ଫଇସଲା କରିଥିଲା ଏଥିପାଇଁ ଏଥିପାଇଁ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଖୁସିରେ ଦେଶ ସାରା ଉତ୍ସବ ମନାଇଲେ।ଏବଂ ସର୍ବପରି ଶେଷରେ ସମାକିକ ଗଣମାଧ୍ୟମରେ ,ଅନେକ ସାମ୍ପ୍ରଦାୟିକତା ଦଙ୍ଗା ଉସୁକାଇବା ପରି ଆପର୍ତ୍ତି ଜନକ ମାନ୍ତବ୍ୟ ଦେଲେ।ଏପରି ଖାଲି ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଏପରି ଭାବନା ଦେଖିବାକୁ ମିଳିଲା।
ଜଣେ ହିନ୍ଦୁ ସମ୍ପ୍ରଦାୟର ଯୁବକ ଜିଏକି ସାଉଦ୍ ଆରବର ଗୋଟେ କମ୍ପାନୀରେ ଚାକିରୀ କରୁଥିଲେ।ସେ ସେଠାରେ ଥିଲେ।ସେ ରାମମନ୍ଦିର ବିଚାରରେ ଖୁସି ଜାହିର କରି ଇର୍ଷାପରାୟଣ ହୋଇ ନିଜର ଫେସ୍ ବୁକ୍ ରେ ଗୋଟେ ପୋଷ୍ଟ କରିଥିଲେ,”ଅଯୋଧ୍ୟାରେ କ’ଣ ରାମ ମନ୍ଦିର ହେଲା ଏଥରକ ମକ୍କା ରେ ବି ରାମ ମନ୍ଦିର ତିଆରି ହେବ” ଏ ପ୍ରକାର ମାନ୍ତବ୍ୟ ଦେଖି ସେଠାକାର ପୋଲିସ ପ୍ରଶାସନ ଯଥା ଶୀଘ୍ର ଗୀରଫ କରିଥିଲେ ଓ ଚିର କାଳ ପାଇଁ ବହିଷ୍କାର କରିଛନ୍ତି।ଏଘଟଣା ଦେଖି ଭାରତ ସରକାର ସାମାଜିକ ଗଣ ମାଧ୍ୟମରେ ନିୟନ୍ତ୍ରଣ ତ ଲଗାଇଲେ।କିନ୍ତୁ ହିନ୍ଦୁଙ୍କ ମନରେ ହିଂସା ଭାବନା ବହୁତ ମସ୍ତରରେ କୁହୁଲୁ ଥିଲା କହିଲେ ଅତିରିକ୍ତ ହେବ ନାହିଁ।
ରାମମନ୍ଦିର ବିଚାର ସରୁଣୁ ପରବର୍ତ୍ତୀ ସମୟରେ NRC-CAA-NPR ପରି ଏକ ସାମ୍ପ୍ରଦାୟିକତା ପରି କଳା ଆଇନି ଆସିଲା।ଏଥିରୁ ପସ୍ଟ ବାରି ହୋଇ ଯାଇଥିଲା ଯେ କେବଳ ହିନ୍ଦୁ ମାନଙ୍କ ସ୍ୱାର୍ଥରେ ,ଏପରି ସମ୍ପ୍ରଦାଇକତା ଆଇନି ଆସୁଛି।ଯେଉଁ ଆଇନିକୁ ବିରୋଧ କରି ଅନେକ ବିଚାର ଶିଳ ହିନ୍ଦୁ ଓ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଏକ ହୋଇ ଆଗକୁ ଆସିଲେ,ଫ୍ଲାକ୍ କାଡ଼ ଧରି ସାମ୍ବିଧାନିକ ଅଧିକାର ଅନୁଯାୟୀ ହିନ୍ଦୁ ଧର୍ମ ସମ୍ପର୍କିତ ଅନେକ ପ୍ରଶ୍ନ ପ୍ରତିବାଦ ମାଧ୍ୟମରେ ଆଣିଲେ।କୌଣସି ଧର୍ମକୁ ଅପମାନିତ ନକରି, ଶାନ୍ତିର ସହିତ ବିକ୍ଷୋଭ ପ୍ରଦର୍ଶନ କରିଲେ।
ଏହା ଦେଖି ଅନେକ ଲୋକ ଚୁପ ହୋଇଗଲେ କାରଣ ସେ ଲୋକମାନେ ସତ୍ୟତା ଜାଣିଥିଲେ ଓ ଭ୍ରମିତ ଭାବେ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ଭବିଷ୍ୟତ ବିଷୟରେ ଅବଗତ କରେଇ ତାଙ୍କ ମୁହଁ ବନ୍ଦ କରିଥିଲେ।ଏବଂ ଧର୍ମ ନିରପେକ୍ଷତାକୁ ସଂମ୍ମାନ ଦେଉ ନଥିବା ବ୍ୟକ୍ତି ଏହା ଦେଖି ମୁଣ୍ଡରେ ହାତ ଦେଲେ।
ଦେଶରେ ହିନ୍ଦୁ ଧର୍ମକୁ ଶ୍ରେଷ୍ଠ କରେଇବା ପାଇଁ ଅନେକ ସିନେମା ତିଆରି କରାଯାଇଛି, ଯେଉଁଥିରେ ମୁସଲମାନଙ୍କୁ ଆତଙ୍କବାଦୀ ସଜାଇ,ମୁସଲମାନ ସମ୍ପ୍ରଦାୟକୁ ହିନ ଦୃଷ୍ଟିରେ ଦେଖା ଯାଉଛି।ବାସ୍ତବରେ ଯାହା ଘଟୁଛି ତା ଅନୁଧ୍ୟାନ କଲେ ଦେଖା ଯାଉଛି ଯେ,ଏଠି “ହିନ୍ଦୁ ଆତଙ୍କବାଦୀ” ଶବ୍ଦ ଗଢ଼ି ଉଠି ସତ୍ୟତାକୁ ପ୍ରମାଣ କରିଛି ଯେ,କେବଳ ମୁସଲମାନ ନୁହେଁ ହିନ୍ଦୁ ବି ଆତଙ୍କବାଦୀ ହୋଇ ସାରିଛନ୍ତି।ଏବଂ ଯେଉଁମାନେ ଗର୍ବର ସହିତ କହୁଛନ୍ତି।”ହିନ୍ଦୁ କେବେ ଆତଙ୍କବାଦୀ ନଥିଲେ କି ହେବେନି” ସେମାନଙ୍କ ଗାଲରେ ଶକ୍ତ ଚାପୁଡ଼ା ସଦସ୍ୟ ଏ କଥା ତାଙ୍କୁ ଲାଗିଛି।
ସର୍ବ ପରିଶେଷରେ ମୁଁ ଗୋଟିଏ କଥା କହୁଛି ଯେ,”ପ୍ରତ୍ୟକ ରୁଢ଼ିବାଦୀ ଧର୍ମିୟ ତତ୍ୱ ଓ ଏହାର ଉଗ୍ର ପ୍ରତିକ୍ରିୟା ତଥା ହିଂସାତ୍ମକ ପରିପ୍ରକାଶ ହେଉଛି ଆତଙ୍କବାଦ।
(ଆତଙ୍କବାଦର କୌଣସି ଜାତି କିମ୍ବା ଧର୍ମ ନଥାଏ ଆତଙ୍କବାଦୀ କେବଳ ଆତଙ୍କବାଦୀ ହୋଇଥାଏ ଏବଂ ନିରୀହ ନିର୍ଦୋସୀଙ୍କୁ ମାରିଥାଏ,ଏବେ ଆତଙ୍କବାଦୀ ନିଜେ ଗୋଟେ ଧର୍ମ ହୋଉ ସାରିଛି)

ଲେଖକ: ସୁଶୀଲ ଭୋଇ

ଯୋଗାଯୋଗ: s[email protected]