ବିଶ୍ବ ଇତିହାସର ଅଗଣିତ ଫର୍ଦ୍ଦରେ ଅନେକ କମ ବ୍ୟକ୍ତିତ୍ବ ଅଛନ୍ତି ଯେ ନିଜ ଛାପ ଛାଡି ଯାଇଛନ୍ତି। ମାନବ ଇତିହାସ କୁ ଏକ ସମତା ମୁଳକ, କରୁଣା ରେ ପରିପୂର୍ଣ ଓ ମାନବତା ରେ ସମ୍ପନ୍ନ କରିବାରେ ଅନେକ ଦାର୍ଶନିକ, ଚିନ୍ତକ, ତଥା ଦୁରଦର୍ଶୀ ବ୍ୟକ୍ତି ଇତିହାସରେ ଜନ୍ମଗ୍ରହଣ କରିଛନ୍ତି।

ଯେତେବେଳେ ଇଉରୋପରେ ମାନବ ସମାଜ ନିଜ ପ୍ରଗତି ପଥରେ ପଛୁଆ ଥିଲା, ନିଜ ବିଚାର କିମ୍ଵା ଦର୍ଶନର ଅଭ୍ୟୁଦୟ ହେଇନଥିଲା, ସେହି ସମୟରେ ବୁଦ୍ଧ ଏସିଆ ମହାଦେଶରେ ତଥା ବିଶ୍ଵ ଦରବାରରେ ନିଜ ସମାନତା, ବନ୍ଧୁତା, କରୁଣା, ପ୍ରଜ୍ଞା ଭଳି ବିଚାର ଧାରା ଓ ମାନବ ମୂଲ୍ୟକୁ ନେଇ ଆନ୍ଦୋଳନ ପ୍ରାରମ୍ଭ କରିଥିଲେ। ଏହି ଆନ୍ଦୋଳନ ବର୍ଷ ବର୍ଷ ଧରି ସାରା ବିଶ୍ୱରେ ପ୍ରସାରିତ ହେଲା।

ଯେତେ ବେଳେ ଆଧୁନିକ ଭାରତକୁ ଆମେ ଅନୁସନ୍ଧାନ କରୁଛେ, ତେବେ ଦେଖାଯାଏ ଯେ ଅନେକ ବ୍ୟକ୍ତି ବୁଦ୍ଧଙ୍କ ଚିନ୍ତାରେ ଅନୁପ୍ରାଣିତ ହେଉଛନ୍ତି। ଯେତେବେଳେ ଭୀମ ଭୋଇଙ୍କ ଜୀବନି, ସଂଘର୍ଷ, ଓ ଦର୍ଶନକୁ ଆମେ ତର୍ଜମା କରୁଛେ ସେତେବେଳେ ଆମକୁ ଅନେକ ସାମଞ୍ଜସ୍ୟ ବୁଦ୍ଧଙ୍କ ସହିତ ଦେଖିବାକୁ ମିଳିଥାଏ। ସେଥିପାଇଁ ଅନେକ ଇତିହାସକାର, ଦର୍ଶନ ଶାସ୍ତ୍ରୀ, ତଥା ବୌଦ୍ଧ ମାନେ କହନ୍ତି କି ମହିମା ଧର୍ମ ଓଡିଶାରେ ବୌଦ୍ଧ ଧମ୍ମ ର ଏକ ସ୍ବରୂପ।

ସୂଚନା ଯୋଗ୍ୟ ଯେ ଓଡ଼ିଶା ଗୋଟେ ମୂଖ୍ୟ ବୌଦ୍ଧ ସ୍ଥଳୀ ଭାବରେ ଇତିହାସରେ ନାମିତ। ରାଜ୍ୟରେ ଏମିତୀ ଏକ ସମୟ ଥିଲା, ଯେତେବେଳେ ଲୋକେ ବୌଦ୍ଧ ହେଇକି ଥିଲେ। ଆଜି ମଧ୍ୟ ବୌଦ୍ଧ ଧର୍ମର ଅନେକ ଐତିହାସିକ ବୌଦ୍ଧ ସ୍ଥଳୀ, ମୂର୍ତି, ବିହାର ଦେଖିବାକୁ ମିଳେ। କିଛି ଇତିହାସକାରଙ୍କ ମତରେ ଓଡିଶାର ପୁରୀ ଜଗନ୍ନାଥ ମନ୍ଦିର ମଧ୍ୟ ଗୋଟେ ସମୟରେ ବୌଦ୍ଧ ସ୍ଥଳୀ ଥିଲା। ହେଲେ ବ୍ରାହ୍ମଣ ମାନଙ୍କ ପ୍ରତିକ୍ରାନ୍ତୀ ସମୟରେ ଅନେକ ବୌଦ୍ଧ ସ୍ଥଳୀକୁ ପରିବର୍ତନ କରିଦିଆଗଲା, ଅନେକ ବୋୖଦ୍ଧଙ୍କୁ ଦେଶରୁ ବିତାଡିତ କରାଗଲା ତଥା ବୋୖଦ୍ଧ ବିହାର, ବୁଦ୍ଧ ମୂର୍ତ୍ତି ଇତ୍ୟାଦିକୁ ବ୍ରାହ୍ମଣ ମନ୍ଦିର ର ରୂପ ଦିଆଗଲା।

ମଇ ସାତ ତାରିଖରେ ବୁଦ୍ଧ ଜୟନ୍ତୀ ଓ ଭୀମ ଭୋଇ ଜୟନ୍ତୀ, ଏହି ପରିପ୍ରେକ୍ଷୀରେ ଆସ ସେହି ଇତିହାସର ଫର୍ଦ୍ଦ ରେ ହଜିଯାଇଥିବା ଇତିହାସ, ମନ୍ଦିରର ଗାତରେ ଖସି ଯାଇଥିବା ବୌଦ୍ଧ ପରମ୍ପରାକୁ ପୁଣି ଥରେ ଖୋଜିବାର ପ୍ରୟାସ କରିବା। ଏବଂ ମହିମା ଧର୍ମ ରେ ଯେଉଁ ବୋୖଦ୍ଧ ଧମ୍ମ ର ଦର୍ଶନ ରହିଯାଇଛି ତାକୁ ବୁଝିବାକୁ ଚେଷ୍ଟା କରିବା। ଯଦି ଆପଣ ବହୁଜନ ଇତିହାସ ତଥା ସଂସ୍କୃତିରେ ରୁଚି ରଖନ୍ତି ତାହେଲେ ନିଜ ଲେଖା ନିଶ୍ଚୟ ପଠାନ୍ତୁ ।

ନିଜ ଲେଖା ଏହି ଠିକଣାରେ ପଠାନ୍ତୁ [email protected]

  • ନିର୍ବେଦ ବ୍ୟୁରୋ।