ଜନମ ମାଟିରେ
ବହୁଜନ ଆଜି
ଗୁଞ୍ଜିବାକୁ ମୁଣ୍ଡ
ଜାଗା ଚାଖଣ୍ଡେ ଖୋଜେ ।
ମିଳେନି ସ୍ଥାନ
ଜଳେ-ସ୍ଥଳେ-ଆକାଶେ
ଭାଙ୍ଗି ଯାଏ ତାର
ଧୈର୍ଯ୍ୟ ଦଣ୍ଡ
ଆଣ୍ଠୁ କରୋଡିବସେ ।।
ମନୁସ୍ମୃତି ସୁପ୍ତ
ଗଣତନ୍ତ୍ର ରେ
ସମ୍ବିଧାନ ଜାଗ୍ରତ
ବହୁଜନ ତାକୁ
ଛୁଇଁ ପାରେନା
ଧରେ ମନୁବାଦୀ ହାତ ।।
ସଂଙ୍କଳ୍ପ ନାହିଁ
ବହୁଜନର
ସଦା ଯୋଜନା ବିହିନ
ବିକାଶର ଭାଷା
ମୂହରେ ଧରେନି
ଭୋକ ଦୁଃଖେ ହୀନିମାନ ।।
ହାହାକାର ଖାଲି
ଉଦାସ, ବିକାର
ବଞ୍ଚିତ କରି ନିଜକୁ
ଦୃଢ ବୁଦ୍ଧି ମତ୍ତା
ସାହସ ଲୋଡ଼ା
ବିକାଶର ବିପ୍ଳବକୁ ।।
କ୍ରାନ୍ତୀ ତୁମର
ଉନ୍ମାଦିତ ହେଉ
ବାହାନାର
କର ନାଶ
ଆସିବ ପ୍ରଗତି
ଦାଣ୍ଡ ଦୁଆରକୁ
ଦୁଃଖର ହେବ ନାଶ ।।
ଭିକାରୀ କେବେ
ପାଏ ନି ଭିକ
କଳା କୌଶଳ ନ ଥିଲେ ।
ବଞ୍ଚିବା କ୍ରାନ୍ତୀରେ
ହାରିଯାଏ ସିଏ
ଯୋଜନା ବିହିନ ହେଲେ ।।
ବିହଙ୍ଗ ସଦା
ନିଡ ରଚି ଥାଏ
ନରହି ଗଛ ଡାଳରେ ।
ବଂଶ ବିସ୍ତାର କରଇ ନିତି
ନିଜସ୍ୱ ଗାରିମାରେ ।।
ବହୁଜନ କିଆଁ
ନିରବ ହୁଏ
କ୍ରାନ୍ତୀ ବିପ୍ଳବ ପଥେ ।
କଣ୍ଢେଇ ପରି
ନାଚି ଯାଏ ଖାଲି
ମନୁବାଦୀ ଙ୍କ ହାତେ ।।
ଚାହେଁ ନି କିଆଁ
ବିକାଶ ଆସୁ
ଆତ୍ମ ସମ୍ମାନ ସାଥେ
ନିଜକୁ କେବେ
ବିଶ୍ୱାସ କରେନି
ମନୁବାଦୀ ସହ ଲାଖେ ।।
ବିକାଶ ତୁମର
ଆସିବନି କେବେ
ବିନିଯୋଗ ବିହୁନାରେ
ବୁଦ୍ଧି-କୌଶଳ
ବିନିଯୋଗ କର
ବାବାସାହେବ ବିଚାରେ ।।
ଶିକ୍ଷା-ସଂରକ୍ଷଣ
ଭୋଟ ଅଧିକାର
ପାଇଲ ସମ୍ବିଧାନରେ
ଏ ତ୍ରିରତ୍ନ କୁ
ବିନିଯୋଗ କର
ଆସ ଶାସନ ସତ୍ତା ରେ। ।।
ଲୋଭ, ବିଭ୍ରାନ୍ତ
ଦିବ୍ୟ କୌଶଳ
ମନୁବାଦୀ ର
ବହୁଜନଙ୍କୁ ଘାରେ ।
ପକ୍ଷ୍ୟଘାତ ହୁଏ
ବିବେକ ସବୁରି
ଦମ୍ଭ ଯାଏ ରସା ତଳେ ।।
ପାଇଥିବା ଶକ୍ତି
ହିତକୁ ନ ଆଣି
ଦେଉଅଛ ଶତୃ ହାତେ ।
ଅସହ୍ୟ ଦୁଃଖ
ଯନ୍ତ୍ରଣାରେ ସଦା
ହାତ ପିଟୁ ଥାଏ ମାଥେ ।।
ମାନସିକ ଦାସ
ବଡ ଭୟଙ୍କର
ମୁକ୍ତି କେବେ ନଆସେ ।
ଅନ୍ଧବିଶ୍ୱାସର କବଳିତ ସଦା
ନିଜଜୀବନ କୁ ନାଶେ ।।
ସଙ୍ଗତ ଲଭ
ଆମ୍ବେଦକର ବାଦୀ ର
ହୋଇ ଯାଅ ସଚେତନ। ।
ଫୁଲେ-ଆମ୍ବେଦକର
ସାହୁଜୀ ଙ୍କୁ ପଢ
ଶିଖ ଆତ୍ମସ୍ୱାଭିମାନ ।।
ଆମ୍ବେଦକର ପଢ
ପାଇବ ବୁଦ୍ଧ
ଜାଣିବ ପଞ୍ଚଶୀଳ ।
ମାନବ ବାଦୀ
ସରବେ ହୋଇ
କର ସମାଜ ମଙ୍ଗଳ ।।
- କବି- ଯୋଗେଶ୍ୱର ସାଗର