Capitalist Chowkidar Narendra Modi

ଇତିହାସ ର ଭାରତ ଛାଡ ଆନ୍ଦୋଳନ  

ଅଗଷ୍ଟ ୮, ୧୯୪୨ ମସିହାରେ ମୋହନଦାସ୍ କରମଚାନ୍ଦ ଗାନ୍ଧି ଭାରତ ଛାଡ ଆନ୍ଦୋଳନର ପ୍ରାରମ୍ଭ କରିଥିଲେ। ଏହି ଆନ୍ଦୋଳନ ଗୋରା ମାନଙ୍କୁ (ଯୋଉମାନେ ଏହି ଦେଶର ସମ୍ପତି ଓ ଶାସନକୁ କବ୍ଜା କରି ରଖିଥିଲେ) ଦେଶରୁ ବିତାଡ଼ିତ କରିବାର ଥିଲା ମୁଖ୍ୟ ଉଦେଶ୍ୟ। ଆଉ ଗୋଟେ ମୁଖ୍ୟ ଉଦେଶ୍ୟ ଏହି ଆନ୍ଦୋଳନର ଥିଲା କି ଇଂରେଜ ମାନଙ୍କୁ ଦେଶରୁ ବାହାର କରି ଉଚ୍ଚ ଜାତିର ଲୋକଙ୍କୁ ଶାସନ କ୍ଷମତାକୁ ଆଣିବା। ଇତିହାସକାର ସୁମିତ ସରକାର ନିଜ ବହିରେ ଗୋଟେ ତଥ୍ୟ ଦେଇ ଥିଲେ ଯେ ଭାରତ ଛାଡ ଆନ୍ଦୋଳନ ର ସାମାଜିକ ନେତୃତ୍ବ ରେ ବ୍ରାହ୍ମଣ ୧୭ ପ୍ରତିଶତ, ରାଜପୁତ ଓ ଭୁମିହାର ୨୭.୫ ପ୍ରତିଶତ, ଅଛୁଆଁ ବର୍ଗର ୭.୪ ପ୍ରତିଶତ ଏବଂ ଆଦିବାସିଂକ ୪.୨ ପ୍ରତିଶତ ଥିଲା। ଭାରତ ଛାଡ ଆନ୍ଦୋଳନ ର ନାରା ଥିଲା ଗୋରାମାନେ ତଥା ଇଂଗରେଜ୍ ମାନେ ଭାରତ ଛାଡି ନିଜ ଦେଶକୁ ଚାଲିଯାଅ।

ବର୍ତମାନର ଭାରତ ଛାଡ ଆନ୍ଦୋଳନ

ଏହି ପରିକା ଗୋଟେ ଆନ୍ଦୋଳନର ଆବାଗମନ ହୋଇଛି ବର୍ତମାନ ର ଭାରତରେ ଏବଂ ଚୌକିଦାର ର ଆଶୀର୍ବାଦରୁ। ଭାରତ ଛାଡ଼ ଆନ୍ଦୋଳନର ମୁଳଦୁଆ ବିଜେପି ସରକାର ଆସିବା ପୁର୍ବରୁ ପଡି ଯାଇଥିଲା। ଏହା ୨୦୧୫ ରେ ଲଲିତ ମୋଦୀ ଦେଶ ଛାଡି ପଳେଇବା ଦ୍ବାରା ପ୍ରାରମ୍ଭ ହୋଇଥିଲା। ଏହି ଆନ୍ଦୋଳନ ର ପ୍ରାରମ୍ଭ ୨୦୧୪ ରେ ହୋଇଛି ଏବଂ ୨୦୧୯ ମସିହା ପର୍ଯ୍ୟନ୍ତ ବଜାୟ ରହିଛି। ଏହି ଆନ୍ଦୋଳନ ର ଦୁଇଟି ମୁଖ୍ୟ ପରିଚୟ ହେଲା: ପ୍ରଥମେ ଏହି ଆନ୍ଦୋଳନ ରେ ପୁଞ୍ଜିପତି (ବନିୟା/ବୈଶ୍ୟ/ମାରବାଡୀ) ମାନେ ଭାରତରୁ ପଳାୟନ କରୁଛନ୍ତି ଏବଂ ବିଜେପି ସରକାର ସେମାନଙ୍କୁ ଭାରତ ଛାଡି ପଳେଇବାରେ ସାହାଯ୍ୟ କରୁଛି, ଦୁତୀୟତଃ ଏହି ପୁନଜିପତି ମାନେ ଭାରତର କୋଟି କୋଟି ଟଙ୍କା ହଡପ୍ କରି ବିଦେଶକୁ ପଳାୟନ କରୁଛନ୍ତି।

କଂଗ୍ରେସ୍ ସାଶନରେ ଭାରତ ଛାଡ ଆନ୍ଦୋଳନ

ପ୍ରଥମେ କଂଗ୍ରେସ୍ ର ଶାସନ ରେ ଲଲିତ ମୋଦୀ ଯିଏ କି ୭୦୦୦ କୋଟି ଟଙ୍କା ର ଘୋଟାଲା ରେ ଫସିଥିଲେ। ହେଲେ ତାଙ୍କ ବିରୋଧ ରେ କିଛି ଆକ୍ସନ ହେଲା ନି। ନରେନ୍ଦ୍ର ମୋଦିଙ୍କ ଚୌକିଦାରୀ ଶାସନ ରେ, ସେ ଦେଶରୁ ଫେରାର୍ ହୋଇଥିଲେ ୨୦୧୫ ମସିହାରେ। ୨୦୧୪ ମସିହାରେ କାର୍ଯ୍ୟ କାରିଣୀ ତଥ୍ୟ (Action Taken Report) ଯାହାକି ପାରଲିଆମେଂଟ୍ ଷ୍ଟାଣ୍ଡିଙ୍ଗ କମିଟି ଦ୍ବାରା ଫାଇଲ୍ କରା ଯାଇଥିଲା ଲଲିତ ମୋଦୀ, ବି.ସି.ସି.ଆଇ, ଓ ଅନ୍ୟ କିଛି ଘରୋଇ କମ୍ପାନୀକୁ ଗୋଟେ ନୋଟିସ୍ ଜାରି କରିକି। ଏହି ନୋଟିସ୍ ଅନୁସାରେ ୨୧୪୮.୩ କୋଟି ଟଙ୍କାର ଘୋଟାଲା ସାମନା କୁ ଆସିଥିଲା; ହେଲେ ତତ୍କାଳୀନ ସରକାର ଲଳିତ ମୋଦୀ ତଥା ବି.ସି.ସି. ଆଇ ବିରୋଧ ରେ କିଛି କରିଲା ନି ଏବଂ ବିଦେଶ କୁ ଖସି ପଳେଇବାରେ ସହଯୋଗ କରିଲେ ଲଲିତ ମୋଦିଙ୍କୁ। ଆଶ୍ଚର୍ଯ୍ୟ ର କଥା ଏହି କି ଯେ ବର୍ତମାନ୍ ରାହୁଲ ଗାନ୍ଧି ଚୋର୍ ଚୋର୍ କହି ବହୁତ୍ ଭାସଣ ଦେଉଛନ୍ତି; ହେଲେ ନିଜ ଶାସନ ରେ ବି ସେମିତି ଚୋରୀ ହୋଇଥିଲା ସେଇ କଥା କହୁ ନାହାନ୍ତି।

ଚୌକିଦାରୀ ଶାସନ ଓ ଭାରତ ଛାଡ ଆନ୍ଦୋଳନ: ୨୦୧୪-୨୦୧୯

ଚୌକିଦାରୀ ଶାସନ ଯାହା ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଚାଲିଛି, ଏହି ସମୟ ସୀମା ମଧ୍ୟରେ ଅନେକ ଘୋଟାଲା, ଅନେକ ଘଟଣା ଘଟିଛି ଯାହା ବିଶ୍ୱ ଦରବାର ରେ ଭାରତର ଛବି କୁ ନଷ୍ଟ କରିଛି। ଏହା ଛଡା ପୁଞ୍ଜିପତିଙ୍କ ଲୁଟ ସବୁଠୁ ବଡ ଘୋଟାଲା ଚୌକିଦାର୍ ଶାସନ ରେ ଘଟିଛି। ୪୩,୭୨୭ କୋଟିରୁ ଉର୍ଦ୍ଧ ଟଙ୍କା ଲୁଟି କି ଭାରତରୁ ପଳାୟନ କରିଛନ୍ତି ଦେଶର ବଡ ବଡ ପୁଞ୍ଜିପତି ମାନେ। ଏହି କୋଟି କୋଟି ଟଙ୍କା ଦେଶର ଜନ ସାଧାରଣ ତଥା, ଦଳିତ, ଆଦିବାସୀ, ଓ ଓବିସି ସମାଜ ରୁ ଶୋଷଣ କରିକୀ ଅକ୍ତିୟାର କରିଥିବା ସମ୍ପତି।

୧) ୭୦୦୦ କୋଟି ହଡ଼ପ୍ କରି ଜତିନ ମେହତା ପଳାୟନ ।

୨୦୧୬ ମସିହାରେ ଚୌକିଦାରୀ ଙ୍କ ଶାସନରେ ୭୦୦୦ କୋଟି ହଡପ୍ କରି ଜତିନ ମେହତା ଦେଶରୁ ଫେରାର୍ ହୋଇଥିଲେ। ସେ କେରିବିଆନ୍ ଦେଶରେ ଅଛନ୍ତି।

୨) ବିଜୟ ମାଲ୍ୟା ୯୦୦୦ କୋଟି ନେଇ କି ଛୁ-ଚମ୍ପଟ୍ ହବା ପୁର୍ବରୁ ଅର୍ଥ ମନ୍ତ୍ରୀ ସହିତ ଦେଖା ।

“ମୁ ଆସିବା ପୁର୍ବରୁ ଅର୍ଥ ମନ୍ତ୍ରୀ କୁ ଭେଟିକି ଆସିତଥିଲି”- ବିଜୟ ମାଲ୍ୟା। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୌକିଦାରୀ ରେ ବିଜୟ ମାଲ୍ୟା ୯୦୦୦ କୋଟି ଟଙ୍କା ହଡପ୍ କରି ୧ ମାର୍ଚ୍, ୨୦୧୬ ରେ ଭାରତରୁ ଛୁ ହେଇଗଲେ। ବିଜୟ ମାଲ୍ୟା ଗୋଟେ ସାକ୍ଷାତକାର୍ ରେ କହିଲେ ଯେ ସେ ଅର୍ଥ ମନ୍ତ୍ରୀ କୁ ଭେଟିକି ଯାଇଥିଲା। ଏହାର ଅର୍ଥ କଣ? ସିଧା ସିଧା ଅର୍ଥ ହେଲା ସରକାର ଜାଣି ସୁଦ୍ଧା ବିଜୟ ମାଲ୍ୟା ଭଳି ଶୋଷଣକାରୀ, ଦୁର୍ନୀତି ଗ୍ରସ୍ତ ପୁଞ୍ଜିପତିଙ୍କୁ ଏହି ଦେଶରୁ ପଳାୟନ କରିବାକୁ ଦେଲା। ଆଉ ଗୋଟିଏ ମୁଖ୍ୟ କଥା ବି ମନେ ରଖିବା ଦରକାର ଯେ ଏହି ଦୁର୍ନୀତି ଗ୍ରସ୍ତ ବିଜୟ ମାଲ୍ୟା ରାଜ୍ୟସଭାର ଗୋଟିଏ ମନ୍ତ୍ରୀ ମଧ୍ୟ ଥିଲେ ମୋଦୀ ଶାସନ ରେ।

୩) ୩୭୦ କୋଟି ନେଇ ଫେରାର୍ ଦୀପକ୍ ତଲବାର୍ ।

ଦୀପକ୍ ତଲବାର୍ ଆଉ ଜଣେ ପୁଞ୍ଜିପତି ଯାହାର ସମ୍ପର୍କ ବିଜୟ ମାଲ୍ୟା ସହିତ ଅଛି ଜଣା ପଡିଛି, ସେ ୩୭୦ କୋଟିର ଘୋଟାଲା କରି ବେଦେଶକୁ ଫେରାର୍ ହୋଇ ଯାଇଛନ୍ତି ଚୌକିଦାର ର ଶାସନରେ। ଦୀପକ୍ ତଲବାବର୍ ୨୦୧୬ ରେ ବିଦେଶ୍ କୁ ପଲେଇ ଥିଲେ।

୪) ୧୪,୩୫୭ କୋଟି ଟଙ୍କା ର ଘୋଟାଲା କରି ନିରବ୍ ମୋଦୀ ପରିବାର ସହିତ ଫେରାର୍ ।

ନିରବ୍ ମୋଦୀ ୧ ଜାନୁଆରୀ ୨୦୧୮ ରେ ଭାରତରୁ ଫେରାର ହେଇ ଗଲେ ନିଜ ପରିବାର ତଥା ନିଜ ମାମୁ ସହିତ ଗାୟବ୍ ହେଇଗଲେ। ୧୪, ୩୫୭ କୋଟି ଟଙ୍କା ହଡପ୍ କରି ସେ ବିଦେଶ୍ କୁ ପଲେଇ ଲେ। ସେ ବର୍ତମାନ୍ ବିଦେଶ୍ ରେ ମୌଜ୍ କରି କି ବୁଲୁଛନ୍ତି।

୫) ୧୩,୦୦୦ କୋଟି ଘୋଟାଲା କରି ଛୁ-ମନ୍ତର୍ ନିରବ୍ ମୋଦୀ ର ମାମା ମେହୁଲ୍ ଚୌକ୍ସି।

ଅହୁରୀ ଗୋଟିଏ ବଡ ଠକ ଓ ଚୋର୍ ବାହରିଛି ମୋଦିଂକ ପରିବର ରେ। ନିରବ୍ ମୋଦିଂକ ମାମା ୧୩,୦୦୦ କୋଟିର ବ୍ୟାଙ୍କ ଫ୍ରଡ଼ କରିଛନ୍ତି। ଏହା PNB(Punjab National Bank) ଘୋଟାଲା ନାମରେ ପରିଚିତ। ଏ ଶୋଷଣକାରୀ ମଧ୍ୟ ଚୌକିଦାର ନରେନ୍ଦ୍ର ମୋଦିଙ୍କ ଛତ୍ର ଛାୟା ରେ ବିଦେଶକୁ ଫେରାର ହେଇ ଯାଇଛନ୍ତି। ଜାନୁଆରୀ ୨, ୨୦୧୮ ରେ ସେ ଭାରତକୁ ଛାଡି ପଲେଇଛନ୍ତି।

୬) ଆର୍ମୀ କ୍ଷେତ୍ରକୁ ବି ବାଦ୍ ଦେଇନୀ ଭାରତ ଛାଡ ଆନ୍ଦୋଳନ।

ଚୌକିଦାରୀ ଶାସନରେ ଯୋଉ ଭାରତ ଛାଡ ଆନ୍ଦୋଳନ ପୁଞ୍ଜିପତି ମାନଙ୍କ ଠୁ ପ୍ରାରମ୍ଭ ହୋଇଥିଲା ତାହା ଦେଶର ଆର୍ମୀ କୁ ମଧ୍ୟ ବାଦ୍ ଦେଇ ନି। ଏହି ଘଟଣା ଆର୍ମି ସହିତ କୌଣସି ସମ୍ପର୍କ ନାହି। ଆର୍ମ୍ ଡିଲର୍ ସଂଜୟ ଭଣ୍ଡାରୀ ବହୁତ ବଡ ଘୋଟାଲା କରି ଦେଶରୁ ଫେରାର୍ ହୋଇଥିଲେ ଡିସେମ୍ବେର୍ ୨୦୧୬ ରେ ବଡ ବଡ ଦୁର୍ନୀତି ର ମାମଲା ତାଙ୍କ ବିରୋଧ ରେ ହୋଇଛି।

ପୁଞ୍ଜିପତିଙ୍କ ଚୌକିଦାରୀ ଓ ଜନସାଧାରଣଙ୍କଠୁ ଚୋରୀ !

ଦେଶ ଛାଡି ପଳେଇବା କଣ ଏତେ ସହଜ? କ’ଣ ଜଣେ ଭାରତୀୟ ତଥା କୌଣସି ଦେଶର ନାଗରିକ ଚାହିଁଲେ ନିଜ ଦେଶ ଛାଡିକୀ ଅନ୍ୟ ଦେଶ ପଲେଇ ପାରିବ ଏତେ ସହଜ ରେ? ଭାବନ୍ତୁ କ’ଣ ଆପଣ ନିଜେ ପଲେଇ ପାରିବେ? ଉତ୍ତର ହେଲା କେହି ବି ଏତେ ସହଜରେ ପଲେଇ ପାରିବେ ନି। ବିଦେଶ କୁ ଯିବା ପାଇଁ ବହୁତ ସରକାରୀ କାର୍ଯ୍ୟ ସମ୍ପନ୍ନ କରିବାକୁ ପଡେ। ଉଦାହରଣତଃ ଭିଯା, ଏବଂ ପାସପୋର୍ଟ୍ ର ଦରକାର ପଡି ଥାଏ। ସିଧା ସିଧା କହିବାକୁ ଗଲେ ଭାରତ ସରକାର ର ଅନୁମତି ବିନା କେହି ବି ନାଗରିକ ଭାରତ ଛାଡି କି ପଳାୟନ ତଥା କୌଣସି ଦେଶ କୁ ଯାଇ ପାରିବେ ନାହି। ଯଦି ଭାରତ ସରକାର ର ଅନୁମତି ବିନା, କେହି ଦେଶ ଛାଡି କି ଯାଇ ପାରିବେ ନାହି ତେବେ ଏହି ପୁନଜିପତି ମାନେ କେମିତି ଯାଇ ପାରୁଛନ୍ତି । ଆମ ଦେଶର ଲୋକଙ୍କୁ ସିଧା ସିଧା ବୁଝିଯିବା ଦରକାର ଏହି ସରକାର୍ ଦେଶ କୁ ଓ ଦେଶରେ ବସତିସ୍ଥାପନ କରୁଥିବା ନାଗରିକଙ୍କୁ ଶୋଷଣ ତଥା ଲୁଟ୍ କରି ଚାଲିଛି । ପୁଞ୍ଜିପତି ମାନେ ଦେଶର ମଜଦୁର୍, କୃଷକ, ତଥା ଦଲିତ, ଆଦିବାସୀ, ଓବିସି ସମାଜର ଲୋକଙ୍କ କଠୋର୍ ପରିଶ୍ରମ ଓ ରକ୍ତରେ ଅର୍ଜନ କରିଥିବା ସମ୍ପତିକୁ ଶୋଷଣ କରି ଚାଲିଛନ୍ତି । ଆଉ ଏହି ଭଳିଆ ଶୋଷଣକାରୀ, ଦୁର୍ନୀତି ଗ୍ରସ୍ତ ପୁଞ୍ଜିପତି ମାନଙ୍କୁ ଏହି ଦେଶର ଚୌକିଦାରୀ ଶାସନ ସୁରକ୍ଷା ଉପଲବ୍ଧ କରୁଛି । ବିଜେପି ସରକାର ଦେଶର ନାଗରୀଙ୍କ ଠୁ ଚୋରୀ କରିକୀ ପୁଞ୍ଜିପତିଙ୍କ ଚୌକିଦାରୀ କରୁଛି । କଂଗ୍ରେସ୍ ଓ ବିଜେପି ମିଳିମିସି ଏହି ଦେଶକୁ ଓ ଦେଶର ନାଗରିକ ମାନଙ୍କ ଶ୍ରମ ଓ ସମ୍ପତିକୁ ଲୁଟି ଚାଲିଛନ୍ତି।

  • ଜିତେନ୍ଦ୍ର ସୁନା, ସ୍ନାତକ, ଜବାହାର ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ ।

By Jitendra Suna (ଜିତେନ୍ଦ୍ର ସୁନା)

Jitendra Suna is studying at Jawaharlal Nehru University, New Delhi. He is one of the Editorial Board members of Nirveda Odisha. ଜିତେନ୍ଦ୍ର ସୁନା ବର୍ତ୍ତମାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ରେ ସ୍ନାତକ କରୁଛନ୍ତି I