ପ୍ରସ୍ଥାବନା

କିଛି ବର୍ଷ ତଲେ ବୋଲବମ୍ ନାକୁ ନେଇ କି ବହୁତ ପରିଚୟ ଓଡିଶାରେ ହୋଇ ନ ଥିଲା; ଯାହା ଆଜି ଦେଖିବାକୁ ମିଳୁଛି I ବର୍ତ୍ତମାନ ସମୟରେ ଭାରତର ସବୁଆଡେ କୱାଡ ତଥା ବୋଲବମ୍ ଯାତ୍ରା ଚାଲୁଅଛି I ଲୋକେ ଏହିଦିନ କୁ ବହୁତ ସମୟରୁ ଅପେକ୍ଷ୍ୟାରେ ଥାନ୍ତି I କୁହାଯାଏ ବୋଲବମ୍ ଯାତ୍ରା କଲେ ନିଜର ମନସ୍କାମନା ପୁରଣ ହୁଏ I ଆପଣମାନେ ବହୁତ ଲୋକଙ୍କୁ କୱାଡ ଯାତ୍ରାରେ ଯିବାର ଦେଖୁଥିବେ I ଆଜି ଏହି ଲେଖା ମାଧ୍ୟମ ରେ କିଛି ପ୍ରଶ୍ନ କରିବା ଉଚିତ୍ ହବ I

ବୋଲବମ୍ କୁ ନେଇ କିଛି ପ୍ରଶ୍ନ

ପ୍ରଶ୍ନ ଉଠେ କ’ଣ ସମସ୍ତ ହିନ୍ଦୁ ଧର୍ମ ର ଲୋକେ ଏହି କୱାଡ ଯାତ୍ରା ରେ ସାମିଲ ହୁଅନ୍ତି ? କୋଉ ସମୁଦାୟ ର ଲୋକମାନେ ଏହି ଯାତ୍ରା ରେ ଭାଗ ନେଇଥାନ୍ତି I ଏହାର ଉତ୍ତର ଆପଣମାନେ ଯାହାକୁ ବି ରାସ୍ତା ରେ ଅଟକାଇ ପଚାରିପାରନ୍ତି I ତା’ପରେ ଜାଣିପାରିବେ ଯେ ସେହି କୱାଡ ଯାତ୍ରା ରେ ଯାଉଥିବା ଲୋକେ କେଉଁ ବର୍ଗ ର ବା ଜାତି ର ? କ’ଣ ସେହି ଯାତ୍ରା ରେ କୋଣସି ବ୍ରାହ୍ମଣ, ଖଣ୍ଡାୟତ, କରଣ,  ବା ଉଚ୍ଚ ବର୍ଗ ର ଲୋକମାନେ ଅଛନ୍ତି ? ଯଦି ଅଛନ୍ତି କେତେ ପରିମାଣରେ ସେମାନେ ଏହି ପ୍ରକାରର ଯାତ୍ରା ମାନଙ୍କରେ ଯୋଗଦାନ କରନ୍ତି?

ଏହି ପ୍ରଶ୍ନ ମାନଙ୍କ ଉତ୍ତର ମୁ ଆପଣ ଙ୍କ ଉପରେ ଛାଡ଼ୁଅଛି I ମୋର ନିଜର ଅନୁଭବ ହିସାବରେ ଯଦି ଦେଖିବାକୁ ଗଲେ ମତେ କୌଣସି ଜାଗାରେ ବି ଉଚ୍ଚ ବର୍ଗ ର ଲୋକେ କୱାଡ ଯାତ୍ରାରେ ସାମିଲ ଥିବାର ଜଣାଯାଏ ନାହିଁ I ମୁ କିଛି ବହୁଜନ ମିଡ଼ିଆ ରେ ମଧ୍ୟ ଦେଖିବାକୁ ପାଇଲି ଯେ ପ୍ରାୟତ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଲୋକେ ବହୁଜନ ସମାଜର (ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ) I

ବ୍ରାହ୍ମଣ, କରଣ, ମାରବାଡୀ କାହିଂକି ବୋଲବମ୍  ଜାଆନ୍ତି ନି ?

ବ୍ରାହ୍ମଣ, କରଣ, ମାରବାଡୀ ଜାତିର ଯୁବ ମାନେ- ନିଜ ଶିକ୍ଷା, ବ୍ୟବସାୟ ତଥା ଉନ୍ନତିରେ ଧ୍ୟାନ ଦେଇଥିଲା ବେଲେ, ବହୁ ପରିମାଣ ରେ SC, ST, ଓ OBC ସମାଜ୍ ର ଯୁବାମାନେ ନିଜ ଶିକ୍ଷା, କାରୁ-କାର୍ଯ୍ୟ କୁ ଛାଡି ବହୁ ଦିନ ଧରି ଏହି ବୋଲବମ୍ ଯାତ୍ରା ରେ ନିଜ ସମୟ, ଖର୍ଚ, ତଥା ପରିଶ୍ରମ କୁ ନଷ୍ଟ କରିଥାନ୍ତି I

ଉଚ୍ଚଜାତି IAS, OAS, IPS, ବ୍ୟବସାୟ ପାଇଁ ବ୍ୟସ୍ତ  ଏବଂ ବହୁଜନ ବୋଲବମ୍ ପାଇଁ !

ଜଣଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ରୁ ଦେଖିବାକୁ ପାଇଲି ଯେ “ଯେତେବେଳେ ବହୁଜନ ସମାଜର ଲୋକ କୱାଡ ଯାତ୍ରା ରେ ବ୍ୟସ୍ତ ଅଛନ୍ତି ସେତେବେଳେ ଉଚ୍ଚ ଜାତିର ଲୋକେ I.A.S , O.A.S, exam ପ୍ରସ୍ତୁତିରେ ବ୍ୟସ୍ତ”, ବେଳେବେଳେ ମୁ ଭାବେ, ଯଦି ଉଚ୍ଚ ବର୍ଗ ର ଲୋକେ କୱାଡ ଯାତ୍ରା ନ କରନ୍ତି ତେବେ ଭଗବାନ ଶିବ ତାଙ୍କ ଉପରେ ରାଗନ୍ତି ନାହିଁ କାହିଁକି ! ସେମାନେ କେମିତି ସେ ପରୀକ୍ଷ ରେ ଉତୀର୍ଣ୍ଣ ହେଇଯାନ୍ତି I ଯଦି କେହି ଭଗବାନଙ୍କୁ ବେଶୀ ଶ୍ରଦ୍ଧା ବା ସେବା କରୁଛି , ସେ ହେଉଛି ବହୁଜନ ସମାଜର ଲୋକେ I ହେଲେ କ’ଣ ପାଇଁ ଭଗବାନ ତାଙ୍କ କଥା ଶୁଣନ୍ତି ନାଇଁ ଆଉ ଯିଏ କୱାଡ ଯାତ୍ରା କରେ ତାକୁ କ’ଣ ପାଇଁ ସହଯୋଗ କରନ୍ତି ନାହିଁ I ଏହା ଆମ ବହୁଜନ ସମାଜ ର କୱାଡ ଯାତ୍ରା ଲୋକ ମାନଙ୍କୁ ଭାବିବାକୁ ପଡିବ, ସେମାଙ୍କୁ ନିଜେ ପ୍ରଶ୍ନ କରିବାକୁ ପଡିବ !

ବୋଲବମ୍ SC,ST, OBC ସମାଜକୁ ଶିକ୍ଷା, ସମ୍ପତି ତଥା ବଜ୍ଞାନିକ ଦୃଷ୍ଟିକୋଣରୁ ଦୁରେଇ ରେଖିବାର ଗୋଟେ ଷଡଯନ୍ତ୍ର !

ଯେତେବେଳେ ଆପଣ ମାନେ ଜାଣିବାକୁ ପାଉଅଛନ୍ତି ଯେ ଉଚ୍ଚ ବର୍ଗ ର ଲୋକେ ବୋଲବମ ରେ ସାମିଲ ହୁଅନ୍ତି ନାହିଁ, ତା’ହେଲେ ଆପଣ ମାନଙ୍କୁ ଜାଣିବାକୁ ପଡିବ ଏହାର ଷଡଯନ୍ତ୍ର I ଯିଏ ଏହି ଧର୍ମ ବା ବୋଲବମ କୁ ଆରମ୍ଭ କରିଛି ସେ ହିଁ ଏହି ଯାତ୍ରା ରେ ସାମିଲ ନୁହଁ I ଏହାର ସିଧା ଅର୍ଥ ହେଲା ଯେ ସେମାନେ ଚାହାନ୍ତି କି ଆପଣ ମାନେ କୱାଡ ଯାତ୍ରା ରେ ବାନ୍ଧି ହୁଅନ୍ତୁ ଆଉ ସେମାନେ ଚାକିରୀ ବା ପଢ଼ାପୁଡ଼ି ରେ ବ୍ୟସ୍ତ ହୁଅନ୍ତି I ବହୁଜନ ସମାଜର ର ଯୁବପିଢ଼ି କୁ ଚାକିରୀ ବା ପଢ଼ାପୁଡ଼ି ରୁ ଅଲଗା ରଖିବାର ଗୋଟେ ବଡ ଷଡଯନ୍ତ୍ର ହେଉଛି ଏହି ବୋଲବମ ବା କୱାଡ ଯାତ୍ରା, ଏହି ସବୁ କଥା କୁ ଆପଣ ମଧ୍ୟ ଟିକେ ବିଚାର କରି ଭାବନ୍ତୁ, ଆଉ ଯେତେ ଶୀଘ୍ର ବୁଝିପାରିବେ ତାହା ଆପଣଙ୍କ ପାଇଁ  ଭଲ ହେବ I

*Source of featured Image: odishatv.in

By Rajesh (ରାଜେଶ)

ସେ I.I.T. Bombay ରୁ M.Phil. ରେ ସ୍ନାତକ କରୁଛନ୍ତି । ସେ ଜଣେ ସାମାଜିକ ଓ ରାଜନୀତି ବିସ୍ଲେସକ ଓ ଜଣେ ଲେଖକ ଅଟନ୍ତି । ତାଙ୍କର ଅନୁସନ୍ଧାନ ଓଡିଶା ର ରାଜନୀତି ଉପରେ ଅଛି ।