Bhimakoregaon

୧ ଜାନୁଆରୀ ୧୮୧୮ : ଭୀମ। କୋରେଗାଁ ଯୁଦ୍ଧ

“ଆମ୍ବେଦକର ଙ୍କର ହିସାବରେ ଭାରତର ଇତିହାସ କିଛି ନୁହଁ, ଗୋଟେ ଯୁଦ୍ଧ ବ୍ରାହ୍ମଣବାଦ ଆଉ ବୁଦ୍ଧବାଦ ମଧ୍ୟରେ”

ଏହିପରି ଭାରତ ର ଇତିହାସ ବ୍ରାହ୍ମଣ ଆଉ ଅଛୁଁତ ଲୋକମାନଙ୍କ ମଧ୍ୟରେ ଯୁଦ୍ଧ ରହିଅଛି …..

ସେହିପରି ଗୋଟେ ଯୁଦ୍ଧ ହୋଇଥିଲା ପେଶବା (ବ୍ରାହ୍ମଣ – ମହାରାଷ୍ଟ୍ର) ଆଉ ମହାର ସୈନିକ ମଧ୍ୟରେ । ଇତିହାସ ରେ ଲିପିବଦ୍ଧ ଅଛି ଯେ, ଇଂରେଜ ଆଉ ପେଶବା ଙ୍କ ମଧ୍ୟରେ ଯୁଦ୍ଧ ହେବାର ଥିଲା, ଏଥିରେ ମହାର ସୈନିକ ମାନେ ପେଶବା ସହିତ ମିଶି ଇଂରେଜ ମାନଙ୍କ ବିରୋଧରେ ଯୁଦ୍ଧ କରିବାକୁ ଚାହୁଁଥିଲେ; କିନ୍ତୁ ଯେତେବେଳେ ମହାର ସୈନିକ ର ମୁଖିଆ ପେଶବା ମାନଙ୍କୁ ପଚାରିଲେ ଯେ, ଯଦି ସେମାନେ ଇଂରେଜ ମାନଙ୍କୁ ହରାଇ ଦିଅନ୍ତି ତାହେଲେ କଣ ପେଶବା ମାନେ ମହାର ଲୋକମାନଙ୍କୁ ସମାଜରେ ସମାନତା ହିସାବରେ ଦେଖିବେ, ଏ କଥା ଶୁଣି ପେଶବା କହିଲେ କି ମହାର ଯେମିତି ଅଛୁଁତ ହିସାବରେ ଅଛନ୍ତି ସେମିତି ହିଁ ରହିବେ ଯୁଦ୍ଧ ପରେ ମଧ୍ୟ । ଏହା ଉତ୍ତର ପାଇଁ ମହାର ସୈନିକ ନେତା ରାଗି ଯାଇ ଇଂରେଜ ସୈନିକ ସହିତ ମିଶି କି ପେଶବା ବ୍ରାହ୍ମଣ ରାଜ ର ଅନ୍ତ କରିବାକୁ ଚାହିଁଲେ । ଯୁଦ୍ଧ ରେ ପେଶବା ବ୍ରାହ୍ମଣ ସୈନିକ ଥିଲେ ୨୫୦୦୦, ଆଉ ମହାର ସୈନିକ ଥିଲେ ୫୦୦ ଯିଏ କି ଇଂରେଜ ମାନଙ୍କ ସହିତ ମିଶି କି ଲଢ଼େଇକରିଥିଲେ । କୁହାଯାଏ କି ଇଂରେଜ ମାନଙ୍କ ପାଖରେ ମହାର ସୈନିକ ରୁ ବି ବହୁତ କମ ସୈନିକ ଥିଲେ । ଏହି ଯୁଦ୍ଧ ରେ ପେଶବା ବ୍ରାହ୍ମଣ ମାନଙ୍କ ପରାଜୟ ହେଲା, ଯେଉଁଥି ୫୦୦ ଜଣ ମହାର ସୈନିକ ଙ୍କ ମୁଖ୍ୟ ଭୂମିକା ଥିଲା । ଏହି ଯୁଦ୍ଧ ରାତି ୧ ତାରିଖ ଜାନୁଆରୀ ରେ ସମାପ୍ତ ହେଇଥିବାରୁ, ଏହି ଦିନ କୁ ମହାର ବା ଅନ୍ୟ ବହୁଜନ ଲୋକମାନେ ବିଜୟ ଦିବସ ହିସାବରେ ପାଳନ କରନ୍ତି । ମହାର ସୈନିକ ର ସାହସ ର ପ୍ରତୀକ ବା ଶ୍ରଦ୍ଧାଞ୍ଜଳି ହିସାବରେ, ଗୋଟେ ବିଜୟ ସ୍ତମ୍ଭ ଭିମା କୋରେଗାଁ ରେ ସ୍ଥାପିତ କରାଗଲା ।

ଜାନୁଆରୀ ୧ ବହୁଜନ ମାନଙ୍କ ପାଇଁ ନୂଆ ବର୍ଷ ନୁହଁ ! ଏହା ହେଉଛି ବିଜୟ ଦିବସ ଯାହା ସମସ୍ତ ବହୁଜନ ବର୍ଗ ଙ୍କୁ ପାଳନ କରିବା କଥା, ଯଦି କେହି ସମୟ ପାଉଛନ୍ତି ତାହେଲେ ସେମାନେ ଭୀମା କୋରେଗାଁ କୁ ପରିଦର୍ଶନ ମଧ୍ୟ କରିବା କଥା ।