ଜାଗରେ ଜାଗରେ ଦଳିତ ସନ୍ତାନ
ଶୋଇ ରହିଥିବ କେତେ ଦିନ,
ଘୋର ବିପତ୍ତି ଯେ ମାଡିଆସିଲାଣି
ହାତ ଠାରି ଡାକେ ସମ୍ବିଧାନ !

ଭାରତ ମାଟିରେ ବିଦେଶୀ ଆର୍ଯ୍ୟ
ହଜାର ବର୍ଷ କୁଶାସନ,
ବାବା ସାହେବଙ୍କ ଲେଖା ସମ୍ବିଧାନ
ଅନ୍ୟାୟର କଲା ଅବସାନ ।

ସ୍ୱତନ୍ତ୍ରତା ନ୍ୟାୟ ସମତା ଭ୍ରାତୃତ୍ବ
ସମାନ ଏ ଦେଶ ଜନଗଣ,
ନର ଅଧିକାର ଦେଲେ କର୍ମବୀର
ଲେଖି ଏ ଦେଶର ସମ୍ବିଧାନ ।

ନ୍ୟାୟର ମହଲ ମାଡିଲେ କୁକୁର
ସମ୍ବିଧାନ କରି ଖୀନ୍ନ ଭିନ୍ନ,
ଘୋର ବିପତ୍ତି ଯେ ମାଡି ଆସିଲାଣି
ହାତ ଠାରି ଡାକେ ସମ୍ବିଧାନ ।

ଶିକ୍ଷା ସମ୍ପତ୍ତିରେ ଅବା ଶାସନରେ
ଥିଲା ତମ ଯେଉଁ ଅଧିକାର,
ହିନ୍ଦୁ ଆତଙ୍କୀର ରାମ ରାଜ୍ୟ ସ୍ୱପ୍ନେ
ଦେଶେ ରଚିଲାଣି ହାହାକାର ।

ରାମ ରାଇଜରେ ଦୁଃଖ ଅଣଚାରେ
ହିନ୍ଦୁ ଧର୍ମ ହେବ ସଂସ୍ଥାପନ,
ଏ ଦେଶ ମାଟିରେ ମୂଳ ନିବାସୀ ମୋ
ପାଉଛନ୍ତି ଘୋର ଅପମାନ ।

ରାଷ୍ଟ୍ର ଗାନ କରି ହାତେ ଲାଠି ଧରି
ଦଙ୍ଗାକୁ କରନ୍ତି ଆବାହନ,
ଘୋର ବିପତ୍ତି ଯେ ମାଡି ଆସିଲାଣି
ହାତ ଠାରି ଡାକେ ସମ୍ବିଧାନ ।

ଦଳିତ ମସିହା ବୋଧି ସ୍ଵତ୍ତ୍ୱ ବାବା
ଦେଇଛନ୍ତି ବନ୍ଧୁ ତିନି ମନ୍ତ୍ର,
ଶିକ୍ଷା ସଂଗଠନ ସଂଘର୍ଷ କଲେ ହୋ
ସୁରକ୍ଷିତ ହେବ ଗଣତନ୍ତ୍ର ।

ଧମ୍ମ ମାର୍ଗେ ଚଳି କରିବା ଦିନରେ
ପ୍ରବୁଦ୍ଧ ଭାରତ ସଂରଚନା,
ଏ ସାରା ସଂସାରେ ଉଡୁଥିବ ବନ୍ଧୁ
ବୁଦ୍ଧ ବାବା ଙ୍କର ଜୟ ବାନା ।

ହେ ମୂଳ ନିବାସୀ ଆସ ମିଳିମିଶି
ଏକା ଏକା ଥିବା କେତେ ଦିନ,
ଘୋର ବିପତ୍ତି ଯେ ମାଡି ଆସିଲାଣି
ହାତ ଠାରି ଡାକେ ସମ୍ବିଧାନ

  • ଗୋପବନ୍ଧୁ ମହାନନ୍ଦ , ସହକାରୀ ଶିକ୍ଷକ, ପ୍ରକଳ୍ପ ଊଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯାମଗାଁ, ସୁନାବେଡା, ନୂଆପଡା
One thought on “ହାତ ଠାରି ଡାକେ ସମ୍ବିଧାନ”

Comments are closed.