ଆମର୍ ତିହାର୍ ଆମର୍ ପରବ୍
ଆମର୍ ମହାପୁରୁଷ୍ ଆମର୍ ଗରବ୍
ତାହାଁକୁ ଆମେ ସନ୍-ମାନ୍ ଦେମା
ତାକର୍ ନାଁକେ ଗାଉଥିମା
ଜଏଭିମ୍ ଜଏ ଭାରତ୍ କହଲେ କେତେ ଉସତ୍ ଲାଗ୍ସୀ
ଆମେତ ମୁଲନିବସୀ
ମିଠା ଆମର୍ ମାଏନ୍ ବେଭାର୍ ମିଠା ଆମର୍ ଭାସି ।
ଯେତେ ମହା ପୁରୁଷ୍ ଆମର୍ ସମାଜର୍
ଆମର୍ ଲାଗି ଦେବୀ ଦେବ୍ତା ଆମର୍
ତାକର୍ ସଂଗେ ସଂଗେ ପର୍କୁତି ପୁଜା
କର୍ସୁ ଆମେ ବଜେଇ ବଜା
ଯାହାର୍ ଖାଏସୁଁ ତାହାକେ ମାନ୍ସୁ ନୁହେ ଆମେ ଅନ୍ଧବିଶ୍ବାସୀ
ଆମେତ ମୂଲ ନିବାସୀ… ମିଠା ଆମର୍…
ମନ୍ଦିର୍ ମସ୍ଜିଦ୍ ଗିର୍ଜା ଘର୍
ଇ ସବୁନୁ ରହେମା ଦୁର୍
ହିନ୍ଦୁ ମୁସ୍ଲିମ୍ ଶିଖ୍ ଇସାଇ
ଭୁଲି କରି ହେମା ଭାଇ ଭାଇ
ଗୁଟେ ବନ୍ଧନେ ବାନ୍ଧିହେମା ଧରି ଭାଇଚାରା ରସୀ
ଆମେତ ମୂଲ୍ ନିବାସୀ … ମିଠା ଆମର୍…
ଅନ୍ଧବିଶ୍ବାସ କେ ମାରି ଲାଥ୍
ପଢି ପଢାମା ଆମେ ପାଠ୍
ପାଠ୍ ପଢିକରୀ ଶିକ୍ଷିତ୍ ହେମା
ଦେଶ୍ ଦୁନିଆଁଥି ନା ରଖମା
ଅନିଏ ବିରୁଧେ ଲଢେଇ କର୍ମା ଆମେ ସଭେ ମିଶି
ଆମେତ ମୂଲ୍ ନିବାସୀ… ମିଠା ଆମର୍…
ବାବା ସାହେବ୍ ଆର୍ ସାହୁଜୀ ଫୁଲେ
ତାକର୍ ଲାଗି ସିନା ସବୁମିଲେ
ଛୁଚା ମାହାଲିଆ ତିରଥ୍ ବରତ୍
ଉପାସ୍ କଲେ କିଛି ନାଇଁ ମିଲେତ
ଅନ୍ଧ ବିଶ୍ବାସ୍ ଛାଡ୍ଲେ ଏକା ମୁକ୍ତିର୍ ବାଟ୍ ଦିସ୍ସି
ଆମେତ ମୂଲ୍ ନିବାସୀ… ମିଠା ଆମର୍…
ବୁଦ୍ଧ ଧମ୍ମ ଲାଗି ଭାରତ
ଚହଲ୍ ପଡୁଛେ ସାରା ଜଗତ୍
ରାଜା ଭିତରେ ଅଶୋକ୍ ରାଜା
ଦୁନିଆଁ ଜାକର୍ ବାଜେ ବଜା
ଗୌତମ ବୁଦ୍ଧ ବିଚାର୍ ଧାରାକେ ଦୁନିଆଁ ସନ୍ମାନ୍ ଦେସୀ
ଆମେତ ମୂଲ୍ ନିବାସୀ…ମିଠା ଆମର୍…
ସବୁ ମୁନୁଷ୍ ସମାନ ଆନ୍
କେହି ନୁହେସେ ବଡ୍ସାନ୍
ଭେଦ୍ ଭବ୍ ଛାଡିକରୀ
ସଭେ ରହେମା ଜୁରା ଜୁରୀ
ମୁନୁଷ୍ ପଣୀଆଁ ବନ୍ଚେଇ ରଖମା ଆଠକାଲୀ ବାରମାସୀ
ଆମେତ ମୂଲ୍ ନିବାସୀ….
ମିଠା ଆମର୍ ମାଏନ୍ ବେଭାର୍ ମିଠା ଆମର୍ ଭାସି
ଆମେତ ମୂଲ୍ ନିବାସୀ ।।

  • କବି: ଟୁନା ବାଗ୍, (କଳାହାଣ୍ଡି)