ପୁରୁଷ୍ କୈନ୍ଦ୍ରିକ୍ ସମାଜର୍ ସାଂଗେ
କରିଛନ୍ ସେ ଲଢେଇ ,
ଲୁଡା ନାଇଁ ଥାଇ ଧଏନ ସମ୍‌ପତି
ସମାଜ୍‌କେ ଥିଲେ ମୁଡେଇ ।୧।

ସମାଜ୍‌ଟା ଘର୍ ବଲି ଭାବୁଥିଲେ
କରୁଥିଲେ ସବୁ କାମ୍ ,
କାଏଁ ଦିନ୍- ରାଏତ୍ , ମାସ୍- ବରଷ୍
କିଏ ଦେବା ତାର୍ ଦାମ୍ ?।୨।

ଜାତିର୍ ବନ୍ଧ୍‌ନେ ମୁନୁଷ୍ ଜୀବନ୍
ଥିଲା ପଶୁର୍ ସମାନ୍ ,
ପୁରାନ୍ ପୋଥିକେ ଉଲ୍‌ଟାଇ ଦେଖ ?
ନାରୀର୍ କେତେ ଅପ୍‌ମାନ୍ ।୩।

ପିଢି ପିଢି କରି ଯେନ୍‌ଟା ଧରମ୍
ବଲି ଭାବୁଥିଲେ ଲୁକେ ,
ଶିକ୍ଷାର୍ ଆଏଁକ୍ ଖୁଲିଗଲା ଯେନ୍
ଛି ‘ ଛି ‘ କଲେ ସଭେ ମୁଖେ ।୪।

ଶହ ଶହ ବରଷ୍ ଶିକ୍ଷାର୍ ଠାନୁ
କରିଥିଲେ ସେ ଅଛୁତ୍ ,
କାଏଁ ଶୁଦ୍ର ସଭେ ମାଏଝି – ଟୁକେଲ୍
ଶିକ୍ଷାନୁ ଥିଲେ ବଂଚୁତ୍ ।୫।

ପହେଲା ହେଇ ମାଆଁ ସାବିତ୍ରୀ ବାଇ
ପଢ୍‌ଲେ ଭାରତେ ପାଠ୍ ,
ପାଠ୍ ପଢିକରି ପାଠ୍ ପଢାଲେ ହୋ
ଭାଂଗ୍‌ଲେ ମନୁର୍ ବାଟ୍ ।୬।

ଛୁଆ- ଅଛୁତ୍ ଭେଦ୍ ଭାବ୍‌କେ ମାଆଁ
ମାଟି ଦେଲେ ଗୋ ମିଶାଇ ,
ସମ୍‌କୁ ସମାନ୍ ନିଏର୍ ଧାରେ ହୋ
ଗିଆନ୍ ଦେଲେ ଦେଖାଇ ।୭।

ଛୁଆମାନେ ପାଠ୍ ପଢ୍‌ବେ ବଲି ତ ‘
ଭିନ୍ ଭିନ୍‌ ରକମ୍ ଖେଲ୍ ,
ଇସ୍‌କୁଲ୍ ଗଢି ବନାଲେ ହଷ୍ଟେଲ୍
ସମିଆଁ ଜାନିରେ ବେଲ୍ ।୮।

ବଡା ଦୁଖ୍ ଲାଗ୍‌ସି ମାଆଁର୍ କଥା
ନାଇଁ ଯାନ୍‌ବାର୍ ଲୁକେ ,
ହେଲେ ବିଚ୍‌ରା Google କହୁଛେ
Indian First Teacher ସତେ ‌।୯।

ହେ ମୋର୍ ଭାରତର ଶିକ୍ଷିତ୍ ମାନେ
ଲାଏଜ୍ ଲାଗୁ ତମ୍‌କେ ,
ନିଜର୍ ପାଠ୍ ସାଂଗେ ସମାଜ୍ ପାଠ୍
ଯାନରେ ଟିକେ ମନ୍‌କେ ।୧୦।

*କବି: ଦେବାଶିଷ୍ ସାଗର, ଜି.ଏମ୍.ୟୁ , ସମ୍ବଲପୁର।
3 thoughts on “ଫୁଲେ ମାଆଁର୍ ପାଠ୍‌ପଢା”
  1. ଖୁବ୍ ସୁନ୍ଦର ଭାବନା ଧନ୍ୟବାଦ

Comments are closed.