ଦେଶ୍ ସ୍ବାଧୀନ ହେଲା ବାସ୍ତୁର୍ ଵଛର୍ ପୁର୍ଲା
ଖାଲି ଏତ୍କି ଲାଗ୍ ସି ସତ୍ ।
ଫିର୍ ମୁଇଁ ନିଜ୍ କେ ପଚାର୍ ସିଁ
ସ୍ବାଧିନ୍ ଦେଶେ ଲୋକ୍ ସତେ ସ୍ବାଧିନ୍ କେଁ?
ଫିର୍ ନିଜେ ହିଁ ଉତ୍ତର ଖୋଜ୍ ସିଁ
ଉତ୍ତର୍ ବଡା ଭୟାନକ୍ ଆଏ
ନାଁ କେ ଖାଲି ହେଇଛେ ସ୍ୱାଧିନ୍
ଏଭେବି ହେନ୍ତା ଅଛେ ଦୁନିଆ-ଦିନ୍|
ପୁରାଣ, ପୌଥି ଉଠେଇ ଦେଖ୍ଲେ
ଏକଲବ୍ୟର୍ ଆଙ୍ଗଠି କଟା ଚାଲ୍
ଆର୍ ରୋହିତ୍ ବେମୂଲାର୍ କଥା ମନେ ପକାଲେ
ଡର୍ ଲାଗ୍ସି ଇ ଘାୟାଲ୍
ହେତ୍କି ବେଲେ ତାର୍ ଆଙ୍ଗୁଟ୍ କାଟନ୍
ଏବେ ଆରମ୍ କଲେ ନେବାର୍ କେ ଜୀବନ୍||
ଖାଲି ବଦଲି ଛେ ସମିୟାଁ
ହେଲେ ହେନ୍ତା ହିଁ ଶୋଷିତ ବହୁଜନ୍
ଆର୍ ହେନ୍ତା ହିଁ ତାର୍ କଠିନ୍ ଦୁନିଆ||
ବନେ କରି ଜାନିଛେ ସେ,
ହେତିର୍ ଲାଗି ଅଟ୍କାସି ବହୁଜନ କେ ସେ।
ଯଦି ଶିକ୍ଷିତ୍ ହେଲେ ବହୁଜନ୍, କରି ଦେବେ ତାକେ ରନ୍ ଛନ୍
କରିଦେବେ ବାଟ-ବଜାର୍ ବନ୍ଦ୍।
ତାର୍ ଲାଗି ସେ ବିଚାର୍ କରି, JNU କେ ଆଗେ ବଶ୍ଲା ମାଡି
ଆର୍ ବହୁଜନ୍ ପିଲା କେ ବାଛି ବାଛି
ଠେଙ୍ଗା, ପଥର୍ ଧରି ମାର୍ଲା ପିଟି||
ସମୀୟାଁ ସିନା ଗଲା ବଦ୍ଲି
ହେଲେ ଶୋଷଣ୍ ସୀମା ଚାଲିଛେ ବଡି..
ବହୁଜନ୍ ଇଟା ରଖ୍ ମନେ, ପାଠ୍ ପଢା ସାଙ୍ଗେ ଦିନେ ଦିନେ
ବାବାସାହେବ, ସାବିତ୍ରିବାଇ ଫୁଲେ ଆର୍ ପେରିୟାର କର୍
ଇତିହାସ୍ ଉଲ୍ଟା ଛନେ ଛନେ..
ହେତ୍କି ବେଲେ ଜାନ୍ ଵୁ ଆମର୍ ମହାପୁରୁଷ ମାନେ
କାଣା କହି ଯାଇଛନ୍ କାନେ କାନେ
ଶିକ୍ଷିତ୍ ହେଲେ ଶିକ୍ଷିତ୍ କର୍ବୁ ତୋର୍ ସମାଜ୍ ର ଲୋକ୍ କେ
ଭଲ୍ କରି ରଖିଥା ଇ କଥା କେ ମନେ।।

*ଲେଖିକା ତପସ୍ବିନୀ ଦୁର୍ଗା, ବର୍ତ୍ତମାନ୍ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ, ଅମରକଣ୍ଟକ୍, ମଧ୍ୟ ପ୍ରଦେଶ ରେ ବି.ଏ କରୁଛନ୍ତି।

One thought on “ସ୍ବାଧିନ୍ ଦେଶେ ବହୁଜନର୍ ଶିକ୍ଷାର୍ ଚିନ୍ତା”
  1. Very nice writing,
    Bahujan writing long live
    Jay Bheem jay BHARAT

Comments are closed.