ଗୁଲାମୀ ଜୀବନ୍ ଥି ମଜା ମାରୁଛୁ
କହେଲେ ବିଲକୁଲ୍ ସୁନବାର୍ ନାଇଁ
କୁକୁର୍ ବିଲେଇ ଏନ୍ତା ଜିବନ୍ କାଟୁଛୁ
ମଦ୍ ଗଞେଈ ଛାଡ଼ବାର୍ ନାଇଁ
ବୁଝେଇ ବୁଝେଇ ଆରୁ କେତେବୁଝାମୁ
ବୁଝଲେ ହେସି… ଜୁଝଲେ ନାଇଁ।।

ତରଲାଗି ପରେ ଚାର୍ ଚାରଟା ଛୁଆ
ନିଜର୍ ବାବାସାହେବ୍ ବଳି ଦେଲେ
ପଏସା ନାଇ ଥାଇ ମଲା ପୋର୍ ମୁହେଁ କନା ଖଣେ ଦେବାର୍ ଲାଗି
କଲେ କଲେ ସେ ପନତ୍ ଚିରି ଦେଲେ ମା ସତେ ରମାଵାଇ
ଵୁଝେଇ ବୁଝେଇ ତକେ କେତେ ଆର ଵୁଝାମୁ
ଵୁଝଲେ ହେସି… ଜୁଝଲେ ନାଇଁ ।।

ତୋର୍ ଲାଗି ପରେ ଗୁଟେ ପାରୁଟି ଖାଇ…ଘଣ୍ଟା ଘଣ୍ଟା ପଢୁଥିଲେ
ବେଲେ ଖାଇ ବେଲେ ଉପାସେ ରହି
ସେ ରାଏତ୍ ରାଏତ୍ ଜୁଗୁ ଥିଲେ
ପଶୁ ନୁ ତତେ ମୁନୁଷ୍ କଲେ ଭାଈ
ତୁଇ କେଵେ ବୁଝଲୁ ନାଇଁ …
ଵୁଝେଇ ବୁଝେଇ ତକେ କେତେ ଆର୍ ଵୁଝାମୁ
ଵୁଝଲେ ହେସି… ଜୁଝଲେ ନାଇଁ ।।

ତୋର ଲାଗି ବଲି ଗୋଳ-ଟେବୁଲ ବୈଠକେ…
ଗାନ୍ଧୀ ସଙ୍ଗେ ଲଢ଼ି ଗଲେ…
କମୁନାଲ୍ ଏଵ୍ଓର୍ଡ଼ ପାଇ ଗହ ଗହ ହେଇ ଫେରଲେ…
ଲାଗି ଗଲା ନଜର୍ ଈ ଦେଶର୍
କ°ଗ୍ରେସର …
ଗାନ୍ଧୀ ଅନସନେ ବସି ଗଲେ….
କାନ୍ଦି କାନ୍ଦି ବାବା ପୁନା ଚୁକ୍ତି କଲେ
ତୁଇ ସତେ ନେଇ ଜାନି…
ଵୁଝେଇ ବୁଝେଇ ତକେ କେତେ ଆର ଵୁଝାମୁ
ଵୁଝଲେ ହେସି… ଜୁଝଲେ ନାଇଁ ।।

ତୋର ଲାଗି ବଲି କୋଟା ଦେଲେ ବାବା…
ଚାକରି କରବୁ ତୁଇ ଜାନି
ଭୋଟ କେ ତର୍ ବିକି ଖାଇ ନେଲୁ
ତାର୍ ତାକତ୍ କେବେ ନେଇ ଚିନ୍ହି…
ଗୁଲାମ୍ କେ ଗୁଲାମ୍ ହେଇ ଅଛୁ
କେବେ ମୁନୁଷ୍ ହେବୁ ନେଇ ଜାନି
ଵୁଝେଇ ବୁଝେଇ ତକେ କେତେ ଆର୍ ଵୁଝାମୁ
ଵୁଝଲେ ହେସି… ଜୁଝଲେ ନାଇଁ ।।

ମୁନୁଷ୍ ହେବାର୍ ଅଛେ ବେଳେ
ଶିକ୍ଷା ଆରୁ ବୁଦ୍ଧ ଧମ୍ମ ସାର୍
ଇ ସ°ସାରେ ଯାହା ଦେଖୁଛୁ ସବୁ ଅନିତ୍ୟ… ସବୁ କିଛି ବେକାର୍
ରାଜା ହ ଭାଇ …ରାଜା ହ,
ଗୁଲାମ ର କାଏ ଜିବନ୍ ହେଟା ତୁଇ ନେଇ ଜାନି
ଵୁଝେଇ ବୁଝେଇ ତକେ କେତେ ଆର୍ ଵୁଝାମୁ
ଵୁଝଲେ ହେସି… ଜୁଝଲେ ନାଇଁ ।।

  • ସମ୍ରାଟ ରାଜ ଅମ୍ବେଦକରବାଦି ଇତିହାସକାର , ନିର୍ଦ୍ଧେଷକ ଓ ଲେଖକ।