ଲାଗେ ନାହିଁ ମତେ ଶନି ଦଶା କେବେ
ରାହୁ କେତୁ ହୁଅନ୍ତିନି ମୋ ଉପରେ ଲଦି ।।
ଭାଇ ମୁ ଜଣେ ଆମ୍ବେଦକରବାଦୀ ।।
ଲୋଡ଼ା ନାହିଁ ମତେ ଭଜନ କୀର୍ତ୍ତନ ।
ଲୋଡ଼ା ନାହିଁ ପୁରୋହିତ
ମୁ ନୁହେଁ ଯଜମାନ ।।
ଲୋଡ଼ା ନାହିଁ ମତେ ମନ୍ତ୍ର ତନ୍ତ୍ର ବିଦ୍ୟା,
ଜଣାଣ ଭଜନ ଆଉ ଚଉପଦୀ ।
ଭାଇ ମୁ ଜଣେ ଆମ୍ବେଦକରବାଦୀ ।।
ଲୋଡ଼ା ନାହିଁ ମତେ କୁଣ୍ଡଳୀ ଜାତକ ।
ଲୋଡ଼ା ନାହିଁ ହୋମ ନିଆଁ
ରାଜଯୋଟକ ।।
ଲୋଡ଼ା ନାହିଁ ଦଶ ଦିଗପାଳ ଆଉ ବାହାବେଦୀ ।
ଭାଇ ମୁ ଜଣେ ଆମ୍ବେଦକରବାଦୀ ।।
ରୁଢିବାଦ କୁ କରି ଅନୁଧ୍ୟାନ ।
ବଢାଏ ମୁ ନିଜ ବିଜ୍ଞାନ ଚିନ୍ତନ ।।
ଲୋଡ଼ା ନାହିଁ ଗୀତା ବାଇବେଲ କୋରାନ ।
ଭାରତୀୟ ସମ୍ବିଧାନ କୁ ଦିଏ ମୁ ସମ୍ମାନ ।।
ବାବା ସାହେବ ଦେଲେ
ମୁକ୍ତିର ଆଲୋକ ଭାରତ ଦେଶେ
ସୂର୍ୟ ପରି ଉଦି ।
ଭାଇ ମୁ ଜଣେ ଆମ୍ବେଦକର ବାଦୀ ।।
ସାହୁଜୀ ଜ୍ୟୋତିବା ସାବିତ୍ରୀ ପେରିୟର ।
ରବିଦାସ କବିର ନାନକ ଆମ୍ବେଦକର ।।
ଏମାନେ ସଭିଏ ମୋହରି ଆଦର୍ଶ ।
ମୁ ମାନବବାଦୀ ଗୌତମଙ୍କ ଶିଷ୍ୟ ।।
ପଞ୍ଚଶୀଳ ନୀତି ଅଷ୍ଟାଙ୍ଗମାର୍ଗ
ମୋ ହୃଦୟରେ ଯାଇଛି ଭେଦି ।
ଭାଇ ମୁ ଜଣେ ଆମ୍ବେଦକରବାଦୀ ।।
ଅଶ୍ବିନି କୁମାର
ସହକରୀ ଶିକ୍ଷକ ।