ପହେଲା ପଦେ ମୁଇଁ କରୁଛେ
ବାବା ସାହେଵ୍ କୁ ଜୁହାର୍ ।
ତମେ ପରେ ବାବା କରିଥିଲ ଆମର୍
ଦେଶ ସମ୍ବିଧାନ ତିଆର୍ ।।

ଛୋଟ ଦିନେ ବାବା ଯେତେ ବେଳେ
ତମେ ପାଠ୍ ପଢ଼ି ଜାଉ ଥିଲ ।
ହୀନ ଯାଏତ୍ ବୋଲି ବାବା ସାହେଵ୍ ତମେ
ବାରଣ୍ଡା ରେ ବସୁଥିଲ ।।

ପାଠ୍ ପଢ଼ା ଲାଗି ବାବା ତମକେ
ନେଇ ମିଳୁଥାଇ ମଉକା ।
ବୁଦ୍ଧି ର ବଲେ ବାବା ସାହେବ୍ ତମେ
ମାରି ଥିଲ ଛକା ଚଉକା ।।

କେତେ ଦୁଃଖ ଦରଦ୍ ସହି କରି ତମେ
ଫିରବି ନାଇଁ ହାରି ।
ଦେଶ୍ ବିଦେଶ୍ ଯାଇ ପାଠ୍ ପଢ଼ି କରି
ଆସଲ୍ ଦେଶ୍ କେ ଫିରି ।।
ଆଛୁଆଁ ଘରେ ଜନମ ହେଇ
କେତେ ଦୁଃଖ ସହିଥିଲ ।
ସମାଜ ବୁଡିଥିଲା କୁହା ଅନ୍ଧାରେ
ଉଦ୍ଧାର ତାହାକେ କଲ ।।

ତମର୍ ଲାଗି ଦେଶର୍ ଜନତା
ସମାନ୍ ଅଧିକାର ପାଏଲେ ।
ଗାଁ ମଝା ଖୁଲି ଛୋଟ ଜାତି ବି
ମୁଡ଼ ଟେକି କିନା ଚାଳଲେ ।।

ତମର୍ ଇଛା ଆଗେ ସବୁ ଫିକା ହେଲା
ଆଇନ୍ ମନ୍ତ୍ରୀ ହେଲ ।
ଦେଶର୍ ସମ୍ବିଧାନ ଲେଖି କରି ତମେ
ଭାତତ୍ ରତନ ପାଏଲ ।।

ତମର ଏନ୍ତା ମହାନାୟକ ଟେ
ଆର କେହି ନାଇ ଥାଇ ।
ଯୁଗ ଯୁଗ ଧରି ତମର ଉପକାର
ନେଇ ଭୁଲୁ ଆମେ କେହି ।।

  • ନାମ-ଚନ୍ଦ୍ରକାନ୍ତ ନନ୍ଦ, ନି/ପୋ- ବି.ଫଟକରା, ବ୍ଲକ୍-ପୁଇଁତଲ।, ଜିଲ୍ଲା-ବଲାଙ୍ଗୀର