ଜୟ ଭୀମ ଜୟ ଭୀମ !

ସରଗର୍ ସପନ ଛାଡ ବହୁଜନ
ଛାଡ ନରକର ଡର
ମସାନ୍ ପଦାନୁ ଫିରି କରୀ କିଏ
ଦେଖିଛେ ସରଗ ପୁର
ପଢି ପାଠ୍ ଷାଠ ବନା ହେସ ବାଟ
କେଭେ ହେବା ଆରୂ ବୁଧି
ଆହେ ବହୁଜନ କାନ୍ ଡେରି ଶୁନ
ସମ୍ବିଧାନେ ତମର ମୁକ୍ତି,

ଯେତେବେଳ ଥିବ ଉଲେଦୁଲେ ସତେ
ସରଗର୍ ସୁଖ୍ ସେଟା
ଦୁଖର୍ ସମିଆ ଆଏଲେ ଯାନବ
ନରକ ବଳୀକରୀ ହେଟା
ଛୁଚା ମାହାଳିଆ ପହଁରୁଛ ସିନା
ଅନ୍ଧ ବିସ୍ବାଶର୍ ନଦୀ
ଆହେ ବହୁଜନ କାନ୍ ଡେରି ଶୁନ
ସମ୍ବିଧାନେ ତମର ମୁକ୍ତି,

ଗଙ୍ଗା ଗୟା କାଶୀ ବୃନ୍ଦାବନ୍ ଯାଉଛ
ଛୁଚାଥି କରୁଛ ଖର୍ଚା
ମୁକ୍ତି ମୁକ୍ତି ବଲିକରୀ ସତେ
ଦେହେ ଲାଗଲାନ ମୁର୍ଚା
ଯେତେ କର ପୂଜା ଯତେ କର ଉପାସ୍
ଯେତେ ଗାଧ ଗଙ୍ଗା ନଦୀ
ଆହେ ବହୁଜନ କାନ୍ ଡେରି ଶୁନ
ସମ୍ବିଧାନେ ତମର ମୁକ୍ତି,

ସକାଲୁ ସକାଲୁ ଗାଧୀ ଫାଦି କରୀ
ପଢୁଛ ପୁଥି ପୁରାନ୍
ସବୁ ପାଠ୍ ପଢା ବେକାର ଆଏ
ମୁଟେ ନାଇ ଦେବାର୍ ଧିଆନ୍
ବହୁଜନ କର୍ ଅପାମନ୍ ଛଡା
କିଛି ନାଇନ ହେଥୀ
ଆହେ ବହୁଜନ କାନ୍ ଡେରି ଶୁନ
ସମ୍ବିଧାନେ ତମର ମୁକ୍ତି,

ଭଜନ କୀର୍ତ୍ତନ ଛାଡି କରୀ ଜେଭେ
ଭାରତ ସମ୍ବିଧାନ୍ ପଢବ
ସେଠାନେ ଅଛେ ମୁକ୍ତିର୍ ବାଟ
ଚପ୍ କଲା ଧରି ପାରବ
ଛୁଚା ମାହାଳିଆ ଢାଲୁଛ ଗୁରସ୍
ଜାଲୁଛ ଅଗର୍ ବତୀ
ଆହେ ବହୁଜନ କାନ୍ ଡେରି ଶୁନ
ସମ୍ବିଧାନେ ତମର ମୁକ୍ତି,

ସମ୍ବିଧାନ୍ ଲାଗି ମିଳେ ଅଧିକାର
ମିଲୁଛେ ମହତ୍ ମାଏନ୍
ଛୁଚା ମାହାଳିଆ ଗାଧୁଛ ସିନା
ଗଙ୍ଗାର୍ ଗୁନ୍ଦାଲ୍ ପାଏନ୍
ଅମ୍ବେଦକର ହିଁ ମୁକ୍ତି ଦାତା
ସମ୍ବିଧାନ ଏକା ଶକ୍ତି
ଆହେ ବହୁଜନ କାନ୍ ଡେରି ଶୁନ
ସମ୍ବିଧାନେ ତମର ମୁକ୍ତି
ସମ୍ବିଧାନେ ତମର ମୁକ୍ତି
ସମ୍ବିଧାନେ ତମର ମୁକ୍ତି !!

ଜୟ ଭୀମ!

  • ଟୁନା ବାଗ୍: କେସିଙ୍ଗା, କଳାହାଣ୍ଡି।
2 thoughts on ““ମୁକ୍ତି””
  1. ବହୁତ ବଢିଆ ଲେଖା,ବହୁତ ବଢିଆ ଚିନ୍ତାଧାରା ାାାା ବହୁତ ବହୁତ ଧନ୍ୟବାଦ ାାାା

  2. ବହୁତ ସୁନ୍ଦର କବିତାଟିଏ । ଏହା ସଚେତନମୁଳକ ତଥା ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ନିମନ୍ତେ ଏକ ବାର୍ତ୍ତା ଏବଂ ବାବାସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସୁନ୍ଦର ପ୍ରୟାସ । ଜୟ ଭୀମ

Comments are closed.