ସାରନାଥର ସେ ମୃଗ ବନରେ                                        କୈାଣ୍ଡିନ୍ୟ, ବପପ, ଉଦ୍ଦୀୟ ମେଳରେ

ଜ୍ଞାନ ପ୍ରାପ୍ତ ବୁଦ୍ଧ 

ଉପଦେଶ ଦେଲେ 
ପ୍ରଥମ ଧମ୍ମ ବାଣୀ, 
ବୁଦ୍ଧମ୍ ଶରଣଂ ଗଛାମି
ଧମମ୍ ଶରଣଂ ଗଛାମି
ସଂଘମ୍ ଶରଣଂ ଗଛାମି  ।

ଅଟେ ଏ ସଂସାର ଦୁଃଖମୟ
କାମନା ଦୁଃଖର କାରଣ
ତାହାର ବିନାଶେ ଞାନୋଦୟ ହେବ 
ଅଷ୍ଟାଙ୍ଗୀକ ମାର୍ଗ କଲେ ଗ୍ରହଣ  ।
ସତ୍ ଭାବନା, ସତ୍ ସଂକଳ୍ପ,
ସତ୍ ବାକ୍ୟ, ସତ୍ କାର୍ଯ୍ୟ,
ସତ୍ ଜୀବିକା, ସତ୍ ପରିଶ୍ରମ, 
ସତ୍ ସ୍ମୃତି, ସତ୍ ସମାଧି, 
ଚିର ସତ୍ୟ ଏହି ମାର୍ଗ
ଏହାକୁ ପାଳନ କରିଲେ ଅଚିରେ 
ଲାଭ ହେବ ସୁଖ ଭୋଗ ।

କିଏ ସ୍ଥାୟୀ
କିଏ ଅସ୍ଥାୟୀ ପଦାର୍ଥ
ମନରେ ଧାରଣା ରଖି
ନିଜକୁ ଅନ୍ୟଠୁ ଶ୍ରେଷ୍ଠ ନ ମଣି 
ଭାବ, ଏ ସଂସାରେ ଗୋଟିଏ ଅଙ୍ଗ 
ପାଳନ କର 
ଏ ସତ୍ ଭାବନା ମାର୍ଗ  ।
ଆତ୍ମ ସଂଯମ ର ସତ୍ ସଂକଳ୍ପ ରେ 
ଜ୍ଞାନର ଉଦୟ ହୁଏ, 
ସତ୍ ବାକ୍ୟ କହି ସଂଯତ ରହି
ନିନ୍ଦା ଅପନିନ୍ଦା ତ୍ୟେଜ୍ୟ,
ପାଇବା ପାଇଁ କି ଆଶା ନ ରଖି
ସମୂହ କଲ୍ୟାଣ 
ପାଇଁ କର ସତ୍ କାର୍ଯ୍ୟ   ।
ସାଧୁ ଉପାୟରେ ଜୀବିକା ଅର୍ଜନ 
ସତ୍ ଜୀବିକା ର କାମ
ଭଲ ଉଦ୍ଦେଶ୍ୟରେ କାର୍ଯ୍ୟ କରିବ
କରି ସତ୍ ପରିଶ୍ରମ,
ମନୁ ଅହଂ ଭାବ ଦୂର କରି
ସୁଖ ଓ ଦୁଃଖ ରେ ଆଦୌ ନ ବିଚଳି 
ପାଳନ କରିବ ସତ୍ ସ୍ମୃତି,
ଭୋଗ କାମନାରୁ ଦୂରରେ ରହି 
ସତ୍ ସମାଧି ରେ ଅନୁଭବ କରିବ 
ପ୍ରକୃତ ଶାନ୍ତି    ।

ବୁଦ୍ଧଙ୍କର ଏହି ଧମ୍ମୋପଦେଶ 
ଧମ୍ମ ଚକ୍ର ନାମେ ବିଶ୍ବ ବିଦିତ
ଆପଣାଇଥିଲେ ରାଜା ଅଶୋକ
ଧମ୍ମଚକ୍ର ଅଟେ ଅଶୋକ ଚକ୍ର
ଯାହା ତ୍ରିରଙ୍ଗା କରିଛି ଆଜି ଧାରଣ
ସଦା ଶିକ୍ଷା ଦିଏ ବୁଦ୍ଧ ଙ୍କ ଞାନ
ଏହା ବୁଦ୍ଧ ଆଉ 
ବୌଦ୍ଧ ଧମ୍ମକୁ
ଭାରତ ବର୍ଷର ଶ୍ରେଷ୍ଠ ସମ୍ମାନ  ।

  • ଧିମାନ୍ ଚିତ୍ତରଞ୍ଜନ ଗୌତମ ନାଲକୋନଗର, ଅନୁଗୋଳ।
One thought on “ଧମ୍ମୋପଦେଶ”

Comments are closed.