ତଫାତ ଏତିକି
——————
ମୋ ଶରୀର
ରକ୍ତ, ମାଂସ ଓ ହାଡ଼ରେ ଗଢ଼ା l
ମୁଁ ଜାଣେନା ତୁମ ଶରୀର
ଅନ୍ୟ କେଉଁ ଉପାଦାନରେ ଗଢ଼ା ll

ମୁଁ, ମୋର
ପିତା ମାତା ଯୁଗଳରୁ
ମାତୃ ଗର୍ଭରୁ ପ୍ରାକୃତିକ ଜନ୍ମ l
ମୁଁ ଜାଣେନା
ବ୍ରହ୍ମାଙ୍କ ମୁହଁ, ବାହୁ, ଜଂଘରୁ
କେମିତ ହେଲା ତୁମ୍ଭ
ଅପ୍ରାକୃତିକ ଜନ୍ମ ll

ମୁଁ, ମୋର
ପିତା, ମାତା, ଗୁରୁଜନଙ୍କୁ ସେବି
ପାଏଁ ଆତ୍ମତୃପ୍ତି
ଲଭେ ସ୍ନେହ ଆଶୀର୍ବାଦ l
ତୁମେ କାଷ୍ଠ, ପାଷାଣ, ଧାତୁର
ନିର୍ମିତ ମୂର୍ତ୍ତିକୁ ସେବି
ପିତା, ମାତା, ଗୁରୁଜନେ
କର ହତାଦର ll

ମୁଁ ସମସ୍ତ ମଣିଷଙ୍କୁ
ଦେଖଇ ସମାନ
ସମସ୍ତଙ୍କୁ କରେ ସ୍ନେହାଦର l
ତୁମେ ପଶୁକୁ ବସାଇ ମାତୃତ୍ୱ ଆସନେ
ମଣିଷଙ୍କୁ ଭାବ ଘୃଣାର ପାତର ।।

ତଫାତ ଏତିକି
ମୋ ହୃଦୟ ସ୍ୱଚ୍ଛ, ନିର୍ମଳ
ମାନବିକତା ମୋର ଧର୍ମ l
ଆଉ ତୁମେ
ଅନ୍ଧବିଶ୍ୱାସର ଅନ୍ଧପୁଟୁଳି ଆଚ୍ଛାଦିତ
ପାଖଣ୍ଡବାଦୀ
ହିଂସା, ଅହଙ୍କାର, ଗରବେ
ପରିପୂର୍ଣ୍ଣ ତୁମ୍ଭ ମନ ll

କବି -ଶ୍ୟାମସୁନ୍ଦର କୁମ୍ଭାର ।