ଉନବିଂଶ ଶତାବ୍ଦୀର
ମହାନ ସମାଜ ସଂସ୍କାରକ
ମାନବତାବାଦୀ, ବୈଜ୍ଞାନିକ ଓ
ତାର୍କୀକ ବିଚାରକ,
କ୍ରାନ୍ତି ଜ୍ୟୋତି
ଜ୍ୟୋତିବାରାଓ ଫୁଲେ
ତୁମେ ପୂଜନୀୟ, ତୁମେ ବନ୍ଦନୀୟ,
୧୧ ଅପ୍ରେଲ ଜନ୍ମ ଦିନରେ
ଆମେ ପ୍ରଣାମ କରୁଛୁ
ଶହେ ଚାଳିଶ କୋଟି ଭାରତୀୟ ।
ଭାରତ ବର୍ଷର
ପ୍ରଥମ ଶିକ୍ଷକ
ଶୁଦ୍ର,ଅତିଶୁଦ୍ର,ନାରୀ ମଧ୍ୟରେ
ବୁଣିଥିଲ ତୁମେ ଶିକ୍ଷାର ବୀଜ,
ବ୍ରାହ୍ମଣ ଧର୍ମ ର
ଇଶ୍ବର, ଆତ୍ମା,ପାପପୁଣ୍ୟ ର କଳ୍ପନାକୁ
ମିଛ ଓ ନିରାଧାର କରି
ସତ୍ୟ କୁ ଖୋଜିବାକୁ
ତିଆରି ଥିଲ ତୁମେ ସତ୍ୟ ସୋଧକ ସମାଜ
ବହୁଜନ ସମାଜେ ସୃଷ୍ଟି କରିଥିଲ
ଏକ ନୂତନ କ୍ରାନ୍ତି ର ବିଦ୍ରୋହ
୧୧ ଅପ୍ରେଲ ଜନ୍ମ ଦିନରେ
ଆମେ ପ୍ରଣାମ କରୁଛୁ
ଶହେ ଚାଳିଶ କୋଟି ଭାରତୀୟ ।
ଋଢି ପରମ୍ପରା ଜାତି ବିରୋଧରେ
ଉଠାଇଥିଲ ତୁମେ
ଗୁଲାମଗିରି ର ଶାଣିତ ଅସ୍ତ୍ର
ସଭିଙ୍କୁ ଜାଗ୍ରୁତ କରି ସ୍ବାଭିମାନୀ
ଅଜ୍ଞାନ ଅନ୍ଧାରୁ କରିଥିଲ ମୁକ୍ତ
କ୍ରାନ୍ତି ବିଚାର ସମାନତା ପାଇଁ
ବାବା ଆମ୍ବେଦକର
କରିଥିଲେ ତୁମକୁ ଗୁରୁ
ତୁମେ ହିଁ ମହାତ୍ମା, ତୁମେ ମହାନୀୟ
୧୧ ଅପ୍ରେଲ ଜନ୍ମ ଦିନରେ
ଆମେ ପ୍ରଣାମ କରୁଛୁ
ଶହେ ଚାଳିଶ କୋଟି ଭାରତୀୟ ।
କବି: ଧିମାନ ଚିତ୍ତରଞ୍ଜନ ଗୌତମ
ନାଲକୋନଗର ,ଅନୁଗୁଳ
ମୋ – 7008676276