ଡଙ୍ଗର ତଳିଆ ମାହେଜି ମୁଇଁ ,ଟୋଲ୍ ମହୁଲର୍ ମକର ।
ଝାଟି ବେଟୀ ମୁଇ ଝାରର୍ ମଲି , କ୍ଷେତ୍ ଖଲା ନେ କବାର ।
ଲକ୍–ଡାଉନ୍ ଥୀ କେନ୍ତା ହେବା , ଥିର ଟିକେ କେନୁ ଆଏତା ।
ଘାରି ମାରୁଛେ ଇ ଚିନ୍ତା, ଟଟି ଚିପା ତର୍ ଇ ଲକ୍–ଡାଉନ୍ ପଏଁତା।
ଢୂଡା ଛେଦେଇ , ଝୁରି ମାରି ମୂଇଁ , ହାଁଟ୍ ବଜାରେ ବିକ୍ତି ।
ଟଙ୍କେ-ସୁକେ ଧରି ଘରକେ ଗଲେ, ଥିର୍ ଢୁକେ ପି ସୁଇତି ।
ବାରି ପଡିଛେ ଭାଜୀ ଶାଗ୍ ବିଡା,ବାଏଗନ୍ ପତଲ୍ଘଟା ।
ଘାରି ମାରୁଛେ ଇ ଚୀନତା ,
ଟଟି ଚିପା ତର୍ ଇ ଲକ୍–ଡାଉନ୍ ପଏଁତା ।
ମର୍ ଜହ୍ନି ଫୁଲ , ମର୍ ମକର , ସବକର୍ ଠାନେ ଆମର୍ ନୁକୋ ବେଭାର ।
ଦେଖିଆ ଆମର୍ ଫଳ୍ହା ପକା, ରୁଆ-ବିହ୍ଡା, ଲୁଟା ଘିଚା , ଆମର୍ ଧାନ୍ କଟା ।
ନେଇଁ ଯାନୀ ଆମେ ବାଛ୍ ବିଚାର , ହାତେ ନାପି ସଭେ କର୍ଶୁ କବାର ।
ଡୁଲି ଅରିର୍ ବାସୀ ପଖାଲ୍ , ନୁନ୍ ମିର୍ଚାର୍ ଉଇଲ ଚିଟ୍କା ,
ଟଟି ଚିପା ତର୍ ଇ ଲକ୍–ଡାଉନ୍ ପଏଁତା ।
ବାଭନ୍ ବୁଢାର ଝି ତୁଇ , ଭୂଆସେନ୍ ଗହନ୍ତିଆ ଘରର୍ ।
ଲେଡି ନେଇଁ ଫିଟେ ଡାଣ୍ ଭଟାକେ , ତମର ଘର୍ ଭିତ୍ରେ ସଂସାର ।
କୁଲ୍ମୁଠା ପାରି , ଘୟେତାର୍ ଖାଇ , ତତେ କେଁ ଫରକ୍ ପଡତା ।
ଘାରି ମାରୁଛେ ଇ ଚୀନ୍ତା , ଟଟି ଚିପା ତର୍ ଇ ଲକ୍–ଡାଉନ୍ ପଏଁତା ।
କୁଲି ନେଇଁ କି ମଜ୍ରି ନେଇଁ , କବାର୍ ନେଇଁ କି ଭୁତି ନେଇଁ ।
ପାଂଶ ଟଙ୍ଗାର୍ ମିଟୁ ଛାପେ, ସୋର୍ ନେଇ କି ସୁତର୍ ନେଇଁ ।
ମର୍ ସଁକ୍ ଫାଡିକରି , ତର ପଦମ୍ ଫୁଟା , ଉପ୍ରେ ପୁଲିସର୍ ପିଟା ।
ଘାରି ମାରୁଛେ ଇ ଚୀନତା , ଟଟି ଚିପା ତର୍ ଇ ଲକ୍–ଡାଉନ୍ ପଏଁତା ।
ମର୍ ଡୁଙ୍ଗ୍ରୀ ନେଲୁ, ନେଲୁ ଜଙ୍ଗଲ୍ ଝାର୍ ।
କାର୍ଖାନା କରି ମୁନୁଷ୍ ଖାଏଲୁ , କରି ମର୍ ଫଟୂର୍ ବେପାର୍ ।
ହାଏ କୁଷ୍ଣ ହାଏ କୁଷ୍ଣ କହି , ବୁନିଛୁ ଧରମର୍ ଲୁଟା ,
ଘାରି ମାରୁଛେ ଇ ଚୀନତା , ଟଟି ଚିପା ତର୍ ଇ ଲକ୍–ଡାଉନ୍ ପଏଁତା ।
ହେତ୍ ପଡୁଛେ ଡଙ୍ଗର୍ ବୁଢ଼ାର୍ ରୁଗି ବଟା ।
କନ୍ଧେନ୍ ବୁଢୀର୍ ମେରିଆ ଖୁଟା ,କାଲି ଗଞ୍ଜାର୍ ଖୁଦ୍ ଠୁକା ।
ଛନେକର ସେ ଲକ୍ –ଡାଉନ୍ , ଆର୍ ଛନେକେ ପର୍ଛା ।
ଆର୍ ମତେ କହୁଛୂ , ତୁଇ ସବକର୍ନୁ ଗଖା ।
ଟଟି ଚିପା ତର୍ ଇ ଲକ୍–ଡାଉନ୍ ପଏଁତା ।
କବି: ସୁଭ୍ରାଂଶୁ, ନିର୍ବେଦ ଓଡିଶା ସମ୍ପାଦକ ମଣ୍ଡଳୀର ଜଣେ ସଦସ୍ୟ।
Superb and it’s just amazing..??