ଡଙ୍ଗର ତଳିଆ ମାହେଜି ମୁଇଁ ,ଟୋଲ୍ ମହୁଲର୍ ମକର

ଝାଟି ବେଟୀ ମୁଇ ଝାରର୍ ମଲି , କ୍ଷେତ୍ ଖଲା ନେ କବାର

ଲକ୍ଡାଉନ୍ ଥୀ କେନ୍ତା ହେବା , ଥିର ଟିକେ କେନୁ ଆଏତା ।

ଘାରି ମାରୁଛେ ଇ ଚିନ୍ତା, ଟଟି ଚିପା ତର୍ଲକ୍ଡାଉନ୍ ପଏଁତା।

ଢୂଡା ଛେଦେଇ , ଝୁରି ମାରି ମୂଇଁ , ହାଁଟ୍ ବଜାରେ ବିକ୍ତି ।

ଟଙ୍କେ-ସୁକେ ଧରି ଘରକେ ଗଲେ, ଥିର୍ ଢୁକେ ପି ସୁଇତି ।

ବାରି ପଡିଛେ ଭାଜୀ ଶାଗ୍ ବିଡା,ବାଏଗନ୍ ପତଲ୍ଘଟା ।

ଘାରି ମାରୁଛେ ଇ ଚୀନତା ,

ଟଟି ଚିପା ତର୍ଲକ୍ଡାଉନ୍ ପଏଁତା ।

ମର୍ ଜହ୍ନି ଫୁଲ , ମର୍ ମକର , ସବକର୍ ଠାନେ ଆମର୍ ନୁକୋ ବେଭାର ।

ଦେଖିଆ ଆମର୍ ଫଳ୍ହା ପକା, ରୁଆ-ବିହ୍ଡା, ଲୁଟା ଘିଚା , ଆମର୍ ଧାନ୍ କଟା ।

ନେଇଁ ଯାନୀ ଆମେ ବାଛ୍ ବିଚାର , ହାତେ ନାପି ସଭେ କର୍ଶୁ କବାର ।

ଡୁଲି ଅରିର୍ ବାସୀ ପଖାଲ୍ , ନୁନ୍ ମିର୍ଚାର୍ ଉଇଲ ଚିଟ୍କା ,

ଟଟି ଚିପା ତର୍ଲକ୍ଡାଉନ୍ ପଏଁତା ।

ବାଭନ୍ ବୁଢାର ଝି ତୁଇ , ଭୂଆସେନ୍ ଗହନ୍ତିଆ ଘରର୍

ଲେଡି ନେଇଁ ଫିଟେ ଡାଣ୍ ଭଟାକେ , ତମର ଘର୍ ଭିତ୍ରେ ସଂସାର ।

କୁଲ୍ମୁଠା ପାରି , ଘୟେତାର୍ ଖାଇ , ତତେ କେଁ ଫରକ୍ ପଡତା ।

ଘାରି ମାରୁଛେ ଇ ଚୀନ୍ତା , ଟଟି ଚିପା ତର୍ଲକ୍ଡାଉନ୍ ପଏଁତା ।

କୁଲି ନେଇଁ କି ମଜ୍ରି ନେଇଁ , କବାର୍ ନେଇଁ କି ଭୁତି ନେଇଁ

ପାଂଶ ଟଙ୍ଗାର୍ ମିଟୁ ଛାପେ, ସୋର୍ ନେଇ କି ସୁତର୍ ନେଇଁ ।

ମର୍ ସଁକ୍ ଫାଡିକରି , ତର ପଦମ୍ ଫୁଟା , ଉପ୍ରେ ପୁଲିସର୍ ପିଟା ।

ଘାରି ମାରୁଛେ ଇ ଚୀନତା , ଟଟି ଚିପା ତର୍ଲକ୍ଡାଉନ୍ ପଏଁତା ।

ମର୍ ଡୁଙ୍ଗ୍ରୀ ନେଲୁ, ନେଲୁ ଜଙ୍ଗଲ୍ ଝାର୍

କାର୍ଖାନା କରି ମୁନୁଷ୍ ଖାଏଲୁ , କରି ମର୍ ଫଟୂର୍ ବେପାର୍

ହାଏ କୁଷ୍ଣ ହାଏ କୁଷ୍ଣ କହି , ବୁନିଛୁ ଧରମର୍ ଲୁଟା ,

ଘାରି ମାରୁଛେ ଇ ଚୀନତା , ଟଟି ଚିପା ତର୍ଲକ୍ଡାଉନ୍ ପଏଁତା ।

ହେତ୍ ପଡୁଛେ ଡଙ୍ଗର୍ ବୁଢ଼ାର୍ ରୁଗି ବଟା ।

କନ୍ଧେନ୍ ବୁଢୀର୍ ମେରିଆ ଖୁଟା ,କାଲି ଗଞ୍ଜାର୍ ଖୁଦ୍ ଠୁକା ।

ଛନେକର ସେ ଲକ୍ଡାଉନ୍ , ଆର୍ ଛନେକେ ପର୍ଛା ।

ଆର୍ ମତେ କହୁଛୂ , ତୁଇ ସବକର୍ନୁ ଗଖା ।

ଟଟି ଚିପା ତର୍ଲକ୍ଡାଉନ୍ ପଏଁତା ।

କବି: ସୁଭ୍ରାଂଶୁ, ନିର୍ବେଦ ଓଡିଶା ସମ୍ପାଦକ ମଣ୍ଡଳୀର ଜଣେ ସଦସ୍ୟ।

One thought on “ଟଁଟି ଚିପା ତର୍ ଇ ଲକ୍-ଡାଉନ୍ ପଏଁତା”

Comments are closed.