ଇତିହାସର ପୃଷ୍ଠା ରେ
ମନୁଷ୍ୟ ମାନଙ୍କୁ ଗୋଲାମ କରି
ବହୁତ ବାଦଶାହା ହୋଇଛନ୍ତି ।
କିନ୍ତୁ ଗୋଲାମ ମାନଙ୍କୁ
ମନୁଷ୍ୟ କରିବାରେ
ଜଣେ ହିଁ ବାଦଶାହା ଅଟନ୍ତି ।
ସେହିଁ ବିଶ୍ବମାନବ ପାଇଁ
ଏକ ଆଦର୍ଶ ସ୍ମୃତି ।
ଚଉଦ ଅପ୍ରେଲ ହିଁ
ସେହି ମହାମାନବ ବାବାସାହେବ
ଡଃ ଆମ୍ବେଦକରଙ୍କ ଜୟନ୍ତୀ ।।

ସେହି ବାବାସାହେବ
ଡଃ ଆମ୍ବେଦକର ଚାହିଁ ଦେବାରୁ
ସମସ୍ତେ ମଣିଷ ହୋଇଗଲେ ।
ଲେଖି ଦେବାରୁ
ସମସ୍ତେ ଅଧିକାର ପାଇଲେ ।
କଷ୍ଟ କରିବାରୁ
ଦେଶର ସମ୍ବିଧାନ ଲେଖିଦେଲେ,
ରାଷ୍ଟ୍ର ନିର୍ମାତା ସେହିଁ ।
ପ୍ରଣାମ କରିବା ସେହି
ମହାମାନବଙ୍କୁ ,ଯାହାଙ୍କ ଠୁ ବଡ
କେହି ଭଗବାନ ନାହିଁ ।।

କେମିତି ଭୂଲିବା
ସେହି ବାବାସାହେବଙ୍କ ଅନୁକମ୍ପା କୁ ।
ଯିଏ ନିଜ ଜୀବନର ହର୍ଷ ଓ ପରିବାରକୁ
ତ୍ୟାଗ କରିଦେଲେ ।
କେମିତି ଭୂଲିବା
ସେହି ବାବାସାହେବ ଙ୍କ
ସାହାଯ୍ୟ ସହାନୁଭୂତିକୁ,
ଯିଏ
ଜୀଇଁବାର ଅଧିକାର ଦେଲେ,
ଆମକୁ ମଣିଷ କଲେ ।।
ପ୍ରଶଂସା କରିବାକୁ ମୁହଁ ରେ ଭାଷା ନାହିଁ ।
ଆଜି ଯାହା ବି ପାଇଛେ
କେବଳ ତାଙ୍କ ପାଇଁ ।
ସାରା ବିଶ୍ୱରେ ଯାଇ ଦେଖ
ବାବାସାହେବ ଙ୍କ ପରି କେହି ନାହିଁ ।।

ସମାଜ ପାଇଁ ଶିକ୍ଷିତ ହେବା
ସଂଗଠିତ ହେବା,ସଂଘର୍ଷ କରିବା
ପରସ୍ପରକୁ ସାହାଯ୍ୟ କରିବା
ସମ୍ମାନ ଦେବା ।
ଏହା ବାବାସାହେବଙ୍କ ସନ୍ଦେଶ
ଏକ ହେବା ବହୁଜନ ଆନ୍ଦୋଳନକୁ
ଆଗେଇନେବା ।।
ନିଜ ଭିତରେ
କରିବାନି କେବେ କଳି ।।
ଏହା ହେବ ଆଜିର ଦିନରେ
ବାବାସାହେବଙ୍କ ପ୍ରତି
ପ୍ରକୃତ ଶ୍ରଦ୍ଧାଞ୍ଜଳି ।।

  • ଧିମାନ୍ ଚିତ୍ତରଞ୍ଜନ ଗୌତମ, ନାଲକୋନଗର ,ଅନୁଗୋଳ, ମୋ – 7008676276