ଜୋତିରାଓ ଫୁଲେଙ୍କର୍ ସମାଜିକ୍ ସଂସ୍କାର୍ ର ଚିନ୍ତାଧାରା, ଶିକ୍ଷା କ୍ଷେତ୍ର ରେ ହେଉ, କି ନାରୀ ମାନ୍କର୍ ଉଥାନ୍ ର ଲାଗି, କି ଜାତି ପ୍ରଥାର ବିରୋଧ ରେ ହେଉ ତାଙ୍କର ସମିଆନୁ ବହୁତ୍ ଆଗ୍ରେ ଥିଲା ଆଉ ତାଙ୍କର୍ ସମସାମୟିକ୍ ସମାଜ୍ ସଂସ୍କାରକ ମାନ୍ଙ୍କର ନୁ ବି ବହୁତ୍ ଆଗ୍ରେ ଥିଲା l କିନ୍ତୁ ଆମର୍ ସ୍କୁଲ କଲେଜ୍ ର ଇତିହାସ୍ ବହିରେ ହେଉ କି ଇସ୍କୁଲ୍ ଭିତର୍ ଆଉ ବାହାର୍ ର କାର୍ଯକ୍ରମ୍ ହେଉ ତାଙ୍କର୍ ବାବଦ୍ରେ ବିଲ୍କୁଲ୍ କିଛି ନାଇନ l ଜୋତିରାଓ ଫୁଲେ ତାକର୍ ସମୟରେ ଦଲିତ୍, ଆଦିବାସୀ, ଗରିବ୍, ଚାଷୀ ଆଉ ନାରୀ ମାନ୍କର୍ ଶିକ୍ଷାର ଲାଗି କରିଥିବା କିଛି କାମ୍ କେ ଅନୁଧ୍ୟାନ କଲେ, ଆମେ ଯାନି ପାର୍ମା ଯେ ତାଙ୍କୁ ମହାତ୍ମା ଜୋତିରାଓ ଫୁଲେ କେଁ ଯେ କୁହାଜାଏସୀ l
ଭାରତ୍ ନେ ଫ୍ରୀ ଆଉ ବାଧ୍ୟତାମୂଳକ ଶିକ୍ଷାର୍ ଲାଗି ପ୍ରୟାସ୍ ବହୁତ୍ ଦିନୁ ଚାଲିଥିଲା l ୧୮୫୪ ମସିଆରେ ଉଡ୍ସ ଡିସ୍ପାଚ୍ (Woods Dispatch) ଦ୍ଵାରା ଇତାର୍ ମୂଳଦୁଆ ଭାରତ୍ ନେ ପଡିଥିଲା l ଉଡ୍ସ ଡିସ୍ପାଚ୍ ର ନିୟମ୍ ହିସlବେ କେନ୍ସି ବି ସର୍କାରୀ ଇସ୍କୁଲ୍ କି କଲେଜ୍ ଗୁଟେ ଛୁଆ କେ ଜାତି ଆଧାର୍ ରେ ଦାଖିଲା ଦେବାର୍ ନୁ ମନା କରି ନେ ପାରେ l ଧନଞ୍ଜୟ କୀର୍ ତାଙ୍କର୍ ବହି ରେ କହେସନ୍ କି ସର୍କାରୀ ନିୟମ୍ ତ ବଦ୍ଲି ଗଲା ବାକି ଯଦି କେନୁ କେନ୍ତା ଗୁଟେ ଦଲିତ୍ ଛୁଆ ଇସ୍କୁଲ୍ କେ ଗଲା ବେଲେ ବାଭନ୍ ଶିକ୍ଷକ୍ ମାନେ ତାକୁ ବଡା କେଚ୍କେଚା କରି ହରିଆନ୍ କରୁଥିଲେ l ୧୮୫୬ ମସିଆର୍ କଥା, ମହାରାଷ୍ଟ୍ର ର ଧର୍ବାର ନୁ ଗୁଟେ ସରକାରୀ ଉଚ୍ଛ ବିଦ୍ୟାଳୟର୍ ପ୍ରଧାନ୍ ଶିକ୍ଷକ୍ ଗୁଟେ ମାହାର୍ (ଦଲିତ୍) ଜାତି ର ଛୁଆ କେ ଦlଖିଲା ଦେବାର୍ନୁ ମନା କରିଦେଲା l ଗୁଟେ ବ୍ରିଟିଶ୍ ଇସ୍କୁଲ୍ ଇନ୍ସପେକ୍ଟର୍ ତାକର୍ ବହିରେ ଲେଖିଛନ୍ ଯେ, ସେ ଯେତେବେଲେ ଗୁଟେ ସ୍କୁଲ୍ କେ ବୁଲବାର୍ ଲାଗି ଯାଇଥିଲେ, ଗୁଟେ କ୍ଲାସ୍ରୁମ ନୁ ଜନେ ଶିକ୍ଷକ୍ ବାଡି ଅଉ ଛୋଟ ଛୋଟ ପଥର ରଖି ଥିଲେ l ସେ ଯେତେବେଲେ ପଚ୍ରାଲେ ପଥର୍ କାଣା କର୍ସ, ଶିକ୍ଷକ୍ କହେଲେ ଦଲିତ୍ ଛୁଆ ମlନ୍କୁ ବାଡିରେ ପିଟ୍ଲେ ଜାତି ପଲେଇ ଯିବା, ହେତିର୍ ଲାଗି ତାକୁ ପଥର୍ ମାର୍ସି l ହେତିର୍ ଲାଗି ଭାରତ୍ ରେ ଫ୍ରୀ ଆଉ ବାଧ୍ୟତାମୂଳକ ଶିକ୍ଷାର୍ ଲାଗି ପ୍ରୟାସ୍ ସଫଲ୍ ନେ ହେଇପାର୍ଲା l
ଫେର୍ ଘେ ୧୮୭୦ ମସିଆରେ ଇଥିର୍ ଲାଗି ପ୍ରୟାସ୍ କରାଗଲା l ଈ ସମିଆ ଥି ୫ ନୁ ୧୦ ବରସ୍ ର ପିଲା (ଟୁକେଲ୍ ମାନ୍କର୍ ଲାଗି ବାଧ୍ୟତାମୂଳକ ନେ ଥାଇ) ମlନ୍କୁ ୫ ବରସ୍ ଲାଗି ବାଧ୍ୟତାମୂଳକ ଶିକ୍ଷା ଦେବାର୍ କଥା ଚାଲିଥିଲା l ଇ ଶିକ୍ଷାଟା ଗରିବ୍ ଚାଷୀ ମାନ୍କର୍ ପିଲା ଲାଗି ପୁରା ମାଫି ଅଉ ଜମିଦାର୍ ମାନ୍କର୍ ଛୁଆ ଲାଗି ମାସ୍କ ୪ ଅନl ରେ ଦିଆ ଯିବାର୍ ନିୟମ୍ କରl ଯେଇଥିଲା l ଫ୍ରୀ ଅଉ ବାଧ୍ୟତାମୂଳକ ଶିକ୍ଷା କେ ବିରୋଧ୍ କର୍ବାର୍ ଲାଗି ସେ ସମିଆଥି ବେଙ୍ଗଲ ର ଜମିଦାର୍ମାନେ ୩୯ ଟା ସଭା କରିଥିଲେ l
୧୮୮୧ ମସିଆରେ ଭାରତ ରେ ଫ୍ରୀ ଆଉ ବାଧ୍ୟତାମୂଳକ ଶିକ୍ଷା ଲାଗି ଲୋକ ମାନ୍କର୍ ଭାବ୍ନା ଜlନ୍ବାର୍ ଲାଗି ହଣ୍ଟର୍ କମିଶନ୍ (Hunter Commission) ବସାଗଲା l ଈ ସମିଆ ଥି ବହୁତ୍ ଲୋକ୍ ହଣ୍ଟର୍ କମିଶନ୍ ନୁ ନିଜର୍ ନିଜର୍ ପ୍ରସ୍ତାବ୍ ରଖିଥିଲେ l ବାଲ୍ ଗଙ୍ଗାଧର୍ ତିଲକ୍ କହେଲେ ଯେ ଚାଷୀ ଆଉ ଦଲିତ୍ ମାନ୍କର୍ ଛୁଆ ମlନ୍କୁ ଫ୍ରୀ ଆଉ ବାଧ୍ୟତାମୂଳକ ଶିକ୍ଷା ଦେବାର୍ ଟା କର୍ ଦାତା ମାନ୍କର ପଏସା ର ବର୍ବାଦୀ ଏ ଆଉ ହିନ୍ଦୁ ଧରମ୍ ର ବିଶ୍ବାସ ବିପରୀତ୍ ଏ l ମହାତ୍ମା ଜୋତିରାଓ ଫୁଲେ ତାଂକର୍ ପ୍ରସ୍ତାବ୍ ରେ କହେଲେ ଯେ, ଫ୍ରୀ ଆଉ ବାଧ୍ୟତାମୂଳକ ଶିକ୍ଷା ବିନା ଗରିବ୍ ଆଉ ଦଲିତ୍ ବର୍ଗର୍ ଛୁଆ କେଭେ ଇସ୍କୁଲ୍ କେ ନେ ଆସି ପାରନ୍ l ଫୁଲେ ହେତିର୍ ଲାଗି କମ୍ ସେ କମ୍ ୧୨ ବରସ୍ ବାଧ୍ୟତାମୂଳକ ଶିକ୍ଷା ଲାଗି କହିଥିଲେ l ପ୍ରାଥମିକ ବିଦ୍ୟlଲୟର୍ ଶିକ୍ଷକ୍ ମାନ୍କର ଦର୍ମା ବଢାବାର୍ ଲାଗି ଆଉ ଖାଲି ତାଲିମ୍ ପ୍ରାପ୍ତ ଶିକ୍ଷକ୍ ମlନ୍କୁ ନିଯୁକ୍ତି ଦେବାର୍ ଲାଗି ପ୍ରସ୍ତାବ୍ ଦେଇଥିଲେ l ଫୁଲେ କହ୍ଲେ ଯେ ଯେହେତୁ ବାଭନ୍ ଶିକ୍ଷକ୍ ମାନେ ଦଲିତ୍ ଛୁଆ ମlନ୍କୁ ସ୍କୁଲନୁ କେଚ୍କେଚା କରୁଛନ୍, ଜାତି ଭେଦ୍ ଭାବ୍ କରୁଛନ୍, ଚାଷ୍ କରୁଥିବା ଜାତି ମାନ୍କର୍ ଶିକ୍ଷକ୍ ନିଯୁକ୍ତି ଦିଆଯାଉ l ସେ ସମିଆଥି ପ୍ରଚଳିତ୍ ଛାତ୍ର ବୃତ୍ତି ଗରିବ୍ ଘରର୍ ଛୁଆ ମାନ୍କର୍ କିଛି କାମ୍ କେ ନେଇ ଆସ୍ବାର୍ ବଲି ତାକର୍ ଲାଗି ଅଲ୍ଗା ଛାତ୍ର ବୃତ୍ତି ଦେବାର୍ ଲାଗି କହିଥିଲେ l ଟୁକେଲ୍ ମାନ୍କର୍ ବାଲ୍ୟ ବିବାହ କେ ଅଟ୍କlବାର୍ ଲାଗି ତାକୁ ବେଶୀ ଛାତ୍ର ବୃତ୍ତି ଦେବାର୍ ଲାଗି ପ୍ରସ୍ତାବ୍ ଦେଇ ଥିଲେ l ଟୁକେଲ୍ ମାନ୍କର୍ ମେଧା କେ ମାନଦଣ୍ଡ ନେ କରି ତାକର୍ ସାମାଜିକ୍ ପରିସ୍ଥିତି କେ ଦେଖିକରି ଛାତ୍ର ବୃତ୍ତି ଦେବାର୍ ଲାଗି ପ୍ରସ୍ତାବ୍ ଦେଇ ଥିଲେ l
ଇଟା ତ ଗଲା ସର୍କାରର୍ ନୁ ତାକର ନିବେଦନ, ମହାତ୍ମା ଜୋତିରାଓ ଫୁଲେ ତlକର ନିଜର ପ୍ରଚେଷ୍ଟା ରେ ଦଳିତ, ଆଦିବାସୀ ଛୁଆ ମାନକର ଲାଗି ଭାରତ୍ ରେ ପାହେଲl ଇସ୍କୁଲ ଖୁଲୀଥିଲେ, ଜେନ୍ଟାକେ ଚାଲlବାର୍ ଲାଗି ସାବିତ୍ରୀ ବାଇ ଫୁଲେ ମୁଖ୍ୟ ଭୂମିକା ନେଇଥିଲେ l ଈ ଇସ୍କୁଲ ମାନ୍କୁ ଚଲlବାର୍ ଲାଗି ଦୁହେ ବହୁତ୍ ସଂଘର୍ଷ କରିଥିଲେ l ମହାତ୍ମା ଜୋତିରାଓ ଫୁଲେ ଜେନ୍ ସତ୍ୟ ଶୋଧକ୍ ସମାଜ୍ ବନେଇ ଥିଲେ ସେଥିର୍ ଲାଗି ଜେନ୍ ଚାନ୍ଦl ଆଦାୟ ହଉଥିଲା ସେଟା ବି ଦଲିତ୍ , ଆଦିବାସୀ ଛୁଆ ମାନ୍କୁ ଛାତ୍ର ବୃତ୍ତି ଦେବାର୍ ରେ ବିନିୟୋଗ୍ ହଉଥିଲା l ତାକର୍ନୁ ପ୍ରେରଣା ନେଇକରି ଅନେକ୍ ଆମ୍ବେଦକର୍ବାଦୀ ଲୋକ୍ମାନେ ଆଏଜ୍ ବି ଗରିବ୍, ଦଲିତ୍, ଆଦିବାସୀ ଆଉ ନାରୀ ମାନ୍କର୍ ଶିକ୍ଷlର୍ ଲାଗି ସଂଘର୍ଷ ଜାରି ରଖିଛନ୍ l
P.C- Dr. Ambedkars Caravan
- ଲେଖକ: ରୋଶନ ପଧାନ ଏବେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟନେ ଅର୍ଥ ଶାସ୍ତ୍ରରେ ପି.ଏଚ.ଡି/PhD କରୁଛନ୍।