ମନେ ପକା ଟିକେ ସବୁ କଥାକେ ତୁଇଁ ଯାଉଛୁ ଭୁଲି
କାଣା ଅଛେ ତୋର୍‌ ମନେ ,
ମନ୍‌ ଦେଇକରି ଶୁନ୍‌ କଥାକେ
କହୁଛେରେ ତୋର୍‌ କାନେ ।
କାହାର୍‌ ଲାଗି ତୁଇଁ ପାଏଲୁ ଜୀବନ୍
ମାଏଝି ହେଲେ ଭି ସ୍ବାଧୀନ୍ ,
ଜାଏତ୍‌ ଧରମ୍‌ କରି ନାଇଁ ପାର୍‌ଲା
ତତେ କହାର୍‌ ଅଧୀନ୍‌ ।
ପାଠ୍‌ପଢି ଯେନ୍‌ କରୁଛୁ ଚାକ୍‌ରୀ
କହୁଛୁ ଯେନ୍‌ କଥା ,
ଯେତେ ଅଧିକର୍‌ ପାଇଛୁ ଆଏଜ୍‌
ଶୁନିଛୁ ତାର୍‌ ଗାଥା ?
ଭୁଲ୍‌ ଠିକ୍‌ କାଣା ଅସୁବିଧା ହେଲେ
ଧରୁଛୁ ନିୟମ୍‌ ନୀତି ,
ନିୟମ୍‌ ନୀତିକେ ବନାବାର୍‌ ଲୁକର୍‌
ଜାନିଛୁ ଜୀବନ୍‌ ଗତି ?
ବଡ୍‌ ବଡ୍‌ କଥା କହୁଛୁ ତୁଇରେ
ହେଇଛୁ ଯେନ୍‌ ନେତା ,
ରାସ୍‌ତାଥି ହେଉ କି ସଂସଦେ ତୁଇଁ
କହୁଛୁ କେତେ କଥା ।
ଦେଶର୍‌ ଏକ୍‌ତା ଲାଗିରେ ସେ ତ ‘
କରିଛନ୍‌ ସମ୍‌କୁ ସମାନ୍‌ ,
ବିଶ୍ବବାସୀ ତାକର୍‌ ଗୁନ୍ ଗାଉଛନ୍‌
ଦେଉଛନ୍‌ ସମ୍‌ମାନ୍‌ ।
ଆଧୁନିକ୍‌ ଭାରତ୍ ନିର୍‌ମାତା ସେ
ଭାରତ୍‌ ରତ୍ନ ଆମ୍ବେଦକର୍ ,
ତାକର୍‌ ଲେଖା ସମ୍ବିଧାନ ଲାଗିରେ
ଦେଶ୍ ହେଇଛେ‌ ଗୁଟେ ଘର୍‌ ।

  • କବି ଦେବାଶିଷ୍ ସାଗର