ସଭେ ଯୋଗ୍ ଦେଇ ଥିଲେ।
ମହିଳା ମାଆ ମାନେ ପହେଲା ବାବା ସାହେବ୍ କର ମୂର୍ତ୍ତି କେ ଫୂଲ୍ ମାଲ୍ ଦେଇକରି ଦୀପ ଜଳାଲେ। ତାର୍ ପରେ ଆମେ ସବେ ତ୍ରିସରନ୍ ଆଉ ପାଞ୍ଚସୀଲ୍ ପାଠ୍ କଲୁ । ଆମେ ସଭେ ବାବା ସାହେବ୍ ଦେଈ ଥିବା ୨୨ ଟା ସନ୍ଦେଶ କେ ପାଠ କଲୁ , ଜେନ ଟା କି ବହୁତ୍ ମହତ୍ ମହତ୍ ବାକ୍ୟ ବାବା ସାହେବ୍ କର୍। ଲୋକର୍ ନେ ଜେନ ଗୁଟେ ଖୁସି ଥିଲା , ବାବା ସାହବ୍ ପ୍ରତି ଆଦର୍ ଆଉ ସମ୍ମାନ ଜନା ପଡୁଥିଲା।
ସଂଧ୍ୟା ସମୟରେ ଖିରି, ପିଠା ବନା ଯାଇଥିଲା ସମସ୍ତଙ୍କୁ ବଣ୍ଟା ଗଲା ଆଉ ଘରେ ସାନ୍ ବୁହେନ ମାନେ ଦୀପ ଜାଳି କରି , ରଙ୍ଗୋଲି ବନାଇ କରି ବହୁତ୍ ସୁନ୍ଦର୍ ହିସାବେ ବାବାସାହେବଙ୍କର ଜୟନ୍ତୀ କେ ପାଳନ କରାଗଲା। ଆମେ ଜେନ ଆମର ଆଦର୍ଶ ବାବାସାହେବ୍ କର୍ ଜୟନ୍ତୀ ପାଳନ କଲୁ ତାହା ଆମର୍ ମାନ୍କର୍ ଭିତ୍ରେ ବାବାସାହେବ୍ କୁ ଆହୁରି ଗଭୀର ହିସାବରେ ଜାନ୍ ବାର୍ , ପଢ୍ ବାର୍ ଲାଗି ପ୍ରେରଣା ଦେଲା ।
ଆମର ଛୋଟିଆ ମେସେଜ —
ବାବାସାହେବଙ୍କର ଜନମ ଦିନକେ ମାନ୍ବାର୍ଟା ଆଉ ପଢ଼ବାର୍ଟା କେତେ ମହତ୍ୱପୂର୍ଣ୍ଣ ଆମର ଜୀବନ୍ରେ ଜେ ଆମେ ତେବେ ଜାଣି ପାରିମା ଯେତେବେଳେ ଆମର୍ ବହୁଜନ୍ ସମାଜ୍ ର ଇତିହାସକେ ଆମେ ଜାନ୍ମା । ହଜାର୍ ବର୍ଷ ଧରି ଆମର୍ ସମାଜର ଲୋକ୍ କେତେ ଦୁଃଖେ ଜୀବନ୍ ଯାପନ କରୁଥିଲେ , ସମାଜ ନେ ମନିଷ୍ ପଣିଆ କାଣାଜେ ଜାଣି ନାଇ ପାରୁଥାଇ ! ପଶୁ ଠାନୁ ବି ଆଉ ହିନ୍ ବ୍ୟବହାର୍ ପାଉଥିଲେ। ବ୍ରାହ୍ମଣବାଦ୍ ର ଶିକାର ହେଇ କରି ନିଜର୍ ଜୀବନ୍ ରେ ଯାହା ବି ଅନ୍ୟାୟ , ଅତ୍ୟାଚାର୍ ହେଉଥିଲା ତାହାକେ ନିଜର୍ ଭାଗ୍ୟ ବଲି ଭାବି ନେଉଥିଲେ ! ଶିକ୍ଷ୍ୟା ନୁ, ଧନ୍ ରଖ୍ବାର୍ ନୁ, ଯୁଦ୍ଧ ନୁ, ସବୁ ଅଧିକାର୍ ନୁ ଆମର ବହୁଜନ୍ ସମାଜ୍ ର ଲୋକ୍ କେ ବଞ୍ଚିତ୍ କରି ରଖା ଯାଈଥିଲା ! ଏନ୍ତା ସବୁ ପରିସ୍ଥିତି ସାଙ୍ଗେ ଲଢ଼୍ବାର୍ ଲାଗି ଆଉ ସମାଜ୍ କେ ପରିବର୍ତ୍ତନ୍ କରବାର୍ ଲାଗି ଆମର୍ ବହୁତ୍ ମହାପୁରୁଷ ଆଗ୍କେ ଆସିଥିଲେ ।
ସେମାନ୍କର୍ ଭିତରେ ବାବାସାହେବକର୍ ଦାନ୍ କେତେ ମହାନ୍ ଯେ ଆମେ ପଢିକରି ଜାଣି ପାରମା । ବାବାସାହେବ୍ କର ଜୀବନ କେ ପଢ଼ମା ବେଲେ ଜାଣିପାର୍ମା ଜେ ତାକର୍ ଜୀବନ୍ ହିଁ ସଂଘର୍ଷ ଆୟେ। ବହୁତ୍ କଠୋର ପରିଶ୍ରମ କରି କି ବହୁଜନ୍ ସମାଜ୍ ର ଲୋକ୍ କେ ସମାଜ୍ ର ସବୁ ପ୍ରତିବନ୍ଧକ ମୁକୁଲାବାର୍ ବାଗିର୍ ପ୍ରୟାସ କଲେ । ସଂବିଧାନ ଲେଖି କରି ଆମର ଅଧିକାର ଦେଲେ ।
ସମାନତା,ସ୍ୱତନ୍ତ୍ରତା, ନ୍ୟାୟ ଆଉ ମଣିଷର୍ ଗରିମା କେ ନେଇ କରି କେନ୍ତା ଆମର୍ ସମାଜ୍ କେ ଗଢି ପର୍ମା ସବୁ ସମ୍ବିଧାନ୍ ରେ ଲେଖିଗଲେ। ଆମର ଭାରତ୍ ସମାଜ୍ ର ଜେନ୍ ସବୁ କଳଙ୍କିତ ଅବସ୍ଥା କେ ମିଟାବାର୍ ଲାଗି ବାବାସାହେବ୍ କର୍ ଜେନ୍ ସପନ ଥିଲା ତାହା କିଛି ମାତ୍ରାରେ ସାକାର୍ ହେଇଛେ ।
କିନ୍ତୁ ୭୦ ବରଷ୍ ହେଲା ଆମର୍ ଭାରତ୍ ବର୍ଷ ରେ ସମ୍ବିଧାନ୍ ଲାଗୁ ହେଲେ ବି ସମାଜ୍ ରେ ଜାତି ବ୍ୟବସ୍ଥା , ପୁରୁଷ୍ ବାଦ୍ , ମହିଳା ନିର୍ଯାତନା , ଅନ୍ୟାୟ , ଅତ୍ୟାଚାର ଲାଗି ରହିଛେ। ସମାଜ ଟା ବ୍ରାହ୍ମଣବାଦ୍ ର ଶିକାର ରେ ଆଉ ଖରାପ୍ ହେବାର୍ କେ
ଲାଗିଛେ। ବ୍ରାହ୍ମଣବାଦୀ ସର୍କାର୍ ସମ୍ବିଧାନ୍ କେ ବି ବଦଲାବାର୍ ଲାଗି ଚେଷ୍ଟା ଚଲେଇ ଛେ। ବାବାସାହେବ୍ ଆମ୍କୁ ଜେନ୍ ହତିୟ।ର୍ ( ସମ୍ବିଧାନ) ଦେଇଛନ , ତାର ସୁରକ୍ଷା ଆଉ ଲାଗୁହେବାର୍ ଟା ଆମର୍ ଦାୟିତ୍ଵ ଆୟେ ।
ବାବାସାହେବ୍ କର ବିଚାର ଧାରା କେ ବଞ୍ଚାଇ କରି ରଖ୍ବାର୍ ଆଉ ସମାଜ୍ ର ଲୋକ୍ କେ ଆଲୋକିତ୍ କର୍ବାର୍ ଟା ଆମର୍ ବହୁଜନ ସମାଜ ର ଲକ୍ଷ୍ୟ ହେବାର୍ ବହୁତ୍ ଜରୁରୀ।
ସେ ମହାନ୍ ବ୍ୟକ୍ତିତ୍ଵ ର ବଳିଦାନ ଟା କେତେ ମହାନ୍ ଜେ ଆମେ ଜାଣି ପରୁଥିମା। ତାକର୍ ସମାନତାବାଦି ବିଚାର୍ ଧାରା କେ ନେଇକରି ଆମେ ଆମର୍ ଜୀବନ୍ କେ ବନାମା ବେଲେ ଆମେ ସମାଜ୍ରେ ପରିବର୍ତ୍ତନ୍ ର ଆଶା କରି ପର୍ମା । ଜୟ ଭିମ୍, ଜୟ ସମ୍ବିଧାନ।
ଧନ୍ୟବାଦ
ଜି.ବରଗଡ଼ ଠାରେ ସମ୍ବିଧାନ୍ ପ୍ରଣେତା ,ବିଶ୍ବରତ୍ନ ଆମ୍ବେଦକରଙ୍କ ୧୨୯ ତମ ଜୟନ୍ତି ପାଲନ ହୋଇଥିଲା |ଉକ୍ତ କାର୍ଯ୍ଯକ୍ରମରେ ଧିମାନ ଶ୍ଯାମ ସୁନ୍ଦର କୁମ୍ଭାର ବାବା ସାହେବ ଆମ୍ବେଦକରଙ୍କ ଜିବନୀ ଉପରେ ଆଲୋକ୍ ପାତ କରି ସ୍ବରଚିତ କବିତା
ମିଶନ୍ ପୁରା କର୍ମା ପଠନ କରିଥିଲେ |
ବାବା ସହେବଙ୍କ ବିଚାର ଧାରା “ଶିକ୍ଷିତ ହୁଅ ସଂଗଠିତ ହୁଅ ଓ ସଂଘର୍ଷ କର” ଓ ସମ୍ବିଧାନକୁ ମାନି ଚଳିବାକୁ ଶପଥ ନେଇ ଏହି ଜନ୍ମଦିନକୁ ଏକ ଐତିହାସିକ ଦିନ “ବିଶ୍ଵ ଏକତା ଦିବସ” ରୁପେ ଜନସାଧରଣ ରେ ପହଞ୍ଚାଇବାକୁ ଦୃଢ ସଙ୍କଳ୍ପ କରିଥିଲେ।
ଉଦଘାଟନ
ତା: ୧୪/୦୪/୨୦୨୦, ଖରଝୁରା (ଗୌତମ ବୁଦ୍ଧ ନଗର)
ବାବସାହେବ ଡ଼. ଆମ୍ବେଦକର ଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବ୍ଲକର ଖରଝୁରା (ଗୌତମ ବୁଦ୍ଧ ନଗର) ଗ୍ରାମରେ ଏକ ସର୍ବସାଧାରଣ ପାଠାଗାର ଆମ ଅଞ୍ଚଳର ସୁନାମଧନ୍ୟ ଲୋକପ୍ରିୟ ସରକାରୀ କର୍ମଚାରୀ ଧୀମାନ ନନ୍ଦକିଶୋର ସୁନା ଙ୍କ ଦ୍ଵାରା ଉଦଘାଟନ କରାଗଲା l ସେହି ପାଠାଗାର ର ନାମ ହେଉଛି “କ୍ରାନ୍ତିଜ୍ୟୋତି ସବିତ୍ରୀବାଈ ଫୁଲେ ପାଠାଗାର” l ସେହି ସମୟରେ ସେଠାରେ ଉପସ୍ଥିତ ଥିବା ମୁଖ୍ୟବକ୍ତା ଧୀମାନ ତରଣୀସେନ ନନ୍ଦ ଯିଏ କି ସୁଦୂର କଲିକତାରେ କାର୍ଯ୍ୟରତ ବେସରକାରୀ କମ୍ପାନୀ କର୍ମଚାରୀ, ମାନବସମାଜ ପାଇଁ ଏକ ପାଠାଗାର ର ମହତ୍ୱ , ଲାଭ ଓ ସୁପରିଣାମ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଏବଂ ସେଠାରେ ଉପସ୍ଥିତ କେତେକ ବଦାନ୍ୟ ଵ୍ୟକ୍ତିଗଣ ପାଠାଗାର କୁ କିଛି ବହି ପ୍ରଦାନ କରିଥିଲେ । ଶେଷରେ ଏହି ପାଠାଗାର ଟି ଗଢ଼ିବା ପାଇଁ ସକାରାତ୍ମକ ରୂପେ କଠିନ ପରିଶ୍ରମ କରିଥିବା “ବାବାସହେବ ଡ଼. ଭୀମରାଓ ଆମ୍ବେଦକର ୟୁଥ କ୍ଳବ ” ଖରଝୁରା ର ସମସ୍ତ କ୍ଲବ ସଦସ୍ୟଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇ ପାଠାଗାର ଉଦଘାଟନ ଉତ୍ସଵ ସମାପନ ହୋଇଥିଲା ।
Recently we celebrated 129th Birth Anniversary Of Bharat Ratna Dr. B. R. Ambedkar. As our aim is to establish the ‘ Ulgulan ‘. So, for that, the Cultural Revolution is much more important. And Celebrating of Babasaheb Jayanti in our Home with Family & Relatives is also a type of Cultural Movement. There are a lot of Famous Personalities whose Birth Anniversary is used to celebrate in Educational Institution & Offices in a formal way but the Birthday of Our Bahujan Heros is such a culture which also used to celebrate in our Houses with Family & Relatives in a peaceful Informal Manner. It’s nothing but a Cultural Movement which lead to establishing Ulgulan”- Santosh Nag, Gangadhar Meher University.
- ନିର୍ବେଦ ବ୍ୟୁରୋ
Thank U so much nirveda Odisha to publish Bahujan news
All the best for of good future of this news portal