ସରକାର!

ତମେ ହେବା କଥା ଗରିବ ଲୋକଙ୍କ ଏକ ଜୀବନ କାହାଣୀ

କମ୍ପାନୀ ମାନଙ୍କୁ ପୁଣି କରୁଛ କାହିଁ ଦେଶର ବିନ୍ଧାଣୀ।

ଆସିଥିଲ ଭାବି ଦେଶକୁ କରିବ ସମ୍ପନ୍ନ

କିମ୍ପା କରୁଛ ଦେଶକୁ ଦୋକାନ।

ସରକାର!

ତୁମ ସ୍ୱପ୍ନର ସରକାର ନା ଦେଖାଗଲା ରାଜରାସ୍ତାରେ

ନା ଦେଖାଗଲା ଗାଁ ଦାଣ୍ଡରେ

କେବଳ ଦେଖାଗଲା ସରକାରୀ ଲୋକଙ୍କ ଭାଷଣ ବାଜିରେ!

ଜାତି ଆଉ ଧର୍ମର ଗର୍ବରେ ଗଠନ କଲ ତୁମେ ସରକାର

କିମ୍ପା କଲ ରାଜରାସ୍ତାକୁ ଶ୍ରମିକ ମାନଙ୍କ ଏକ କାରାଗାର।

ସରକାର!

ତୁମେ ଝିଅ ପଢ଼ାଓ, ଝିଅ ବଞ୍ଚାଇବା ପାଇଁ ପ୍ରତିଜ୍ଞାବଦ୍ଧ ଥିଲ

କ୍ଷୁଧାର ଜ୍ୱାଳାର ଭରତମାତାକୁ ମୃତ୍ୟୁର ଦ୍ଵାରକୁ ଠେଲିଦେଲ!

ମେଣ୍ଟେଇ ପାରିବ ତୁମେ, ଅନାଥ ସନ୍ତାନର ଭୋକ

କଣ କେବେ ମେଣ୍ଟେଇ ପାରିବ ତାରି ମା’ର ମମତାର ଭୋକ?

ଅନାଥ ସନ୍ତାନକୁ ଦେଇ ପାର ଏକ ରାଜ୍ୟରେ ଯମି ଓ ନାଗରୀକତ୍ଵ

ତାକୁ କଣ ଦେଇ ପାରିବ ମାଁ’ର ମମତା ସଂପନ୍ନ ଏକ ଘର-ପରିବାରର ମହତ୍ବ?

ସରକାର!

ଏଟ୍ରୋସିଟି, ଦଙ୍ଗା ଏବଂ ଲିଞ୍ଚିଂରେ ବୋଧେ ଭରିଲାନି ତମ ମନ

ଦେଶକୁ କରି ଦେଲ ବହୁଜନ ଶ୍ରମିକମାନଙ୍କ ଏକ ସମ୍ସାନ ।

ଏ କ୍ରମର କେବେ ହେବ ବିଲୀନ?

କ’ଣ,  ଯେ ଯାଏଁ ଭାରତ ନ ହୋଇଛି ପାପିସ୍ଥାନ!

କବି :- ଡ଼ଃ. ପବିତ୍ର କୁମାର ବାଗ, ଗୌତମ ବୁଦ୍ଧ ବିଶ୍ଵ ବିଦ୍ୟାଳୟ, ନୋଏଡା, ଉତ୍ତର ପ୍ରଦେଶ ରେ ଅଧ୍ୟାପକ ରୂପେ କାର୍ଯ୍ୟରତ ।