Jitu Jakesika protest

ଓଡିଶା ରାଜନୀତି ରେ ବ୍ରାହ୍ମଣ ଓ କରଣ ଜାତିର ଦବଦବା ଆଉ ଗରିବୀ ସମସ୍ୟା ବଜାୟ ରଖିବାର ବଡ କାରଣ

୧୯୩୧ ଭାରତ ଜନଗଣନା ହିସାବରେ ବ୍ରାହ୍ମଣ ଥିଲେ ୫.୭୪ ପ୍ରତିଶତ, ଆଉ କରଣ ଥିଲେ ୧.୪୮ ପ୍ରତିଶତ ଓ ରାଜପୁତ ଥିଲେ ୦.୩୯ ପ୍ରତିଶତ I ଯଦି ତିନି ଜାତି କୁ ମିଶା ଯାଏ ତା’ହେଲେ ଓଡ଼ିଶାରେ ପ୍ରତିଶତ ଥିଲା ୭.୬୨ ପାଖାପାଖି I ୨୦୧୧ ଭାରତ ଜନଗଣ ହିସାବରେ ଯଦି ଦେଖିବା ତାହେଲେ ଆମେ ଜାଣିବାକୁ ପାଇବା ଯେ ଅନୁସୂଚିତ ଜାତି (୧୭.୧୧), ଓ ଅନୁସୂଚିତ ଜନଜାତି (୨୨.୮) ମିଶିକି ହେବେ ୩୯.୯ ପ୍ରତିଶତ I ଯଦି ପଛୁଆବର୍ଗ ଙ୍କ ପ୍ରତିଶତ ମିସିଯାଏ ତା’ହେଲେ ୧୯୩୧ ଜନଗଣନା ହିସାବରେ, ବ୍ରାହ୍ମଣ ଓ କରଣ କୁ ଛାଡି ହେବେ ୯୨.୩୯ ପ୍ରତିଶତ I କିନ୍ତୁ ଚିନ୍ତା କରିବାକୁ ହେବ ଯେ, ଏହି ତିନିଟି ଜାତି ପ୍ରତିଶତ ରେ ୯୦ ରୁ ଅଧିକ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତ ଦୂର ର କଥା ଗୋଟେ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳ ଭିତର କୁ ମଧ୍ୟ ଯାଇପାରନ୍ତି ନାହିଁ ଓଡିଶା ରେ I କେବଳ ଏତେ ବର୍ଷ ଭିତରେ ଦୁଇ ତିନି ମନ୍ତ୍ରୀ ଙ୍କୁ ଛାଡିଦେଲେ ପ୍ରାୟ ସମସ୍ତେ ଉଚ୍ଚ ବର୍ଗ ର ହେଇଛନ୍ତି ମୁଖ୍ୟମନ୍ତ୍ରୀ ବା କ୍ୟାବିନେଟ ମନ୍ତ୍ରୀମଣ୍ଡଳ, ଆଉ ସେମାନେ ବି ବହୁତ ଅଳ୍ପ ସମୟ ପାଇଁ ହେଇଛନ୍ତି I ବ୍ରାହ୍ମଣ ଓ କରଣ ହେଉଛନ୍ତି ଦୁଇଟା ଜାତି ଯିଏ କି ଓଡିଶା ର ସବୁ କ୍ଷେତ୍ର ରେ ନିଜର ଅଧିକାର ବଜାୟ ରଖିଛି; ତାହା ଶିକ୍ଷ୍ୟା ହେଉ ବା ରାଜନୀତି ବା ସରକାରୀ ଓ ବେସରକାରୀ କ୍ଷେତ୍ର I ଏହା ଦ୍ୱାରା ଓଡିଶାର ଗରିବୀ ସମସ୍ୟା ବଜାୟ ରହିଛି I ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୟନୀୟ ଅବସ୍ଥାରେ ଅଛି, ଛୁଆ-ଅଛୁଆଁ ବଢିବାରେ ଲାଗିଛି, ଝିଅ ଓ ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି I ଯେତେବେଳେ ଓଡିଶା ର ରାଜନୀତି ବହୁତ ସମସ୍ୟା କୁ ନେଇ ଗତିକରୁଅଛି, ସେତେବେଳେ ଗୋଟେ ଯୁବ ନେତା ଜିତୁ ଯାକେଶିକା ୨୦୧୯ ଓଡିଶା ବିଧାନ ସଭା ରେ ନିଜର ପ୍ରାଥୀପତ୍ର ଦାଖଲ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି I

Photo Credit: Jitu Jakesika’s Facebook

ଚକିତ ହେବାର କାରଣ ଏହା ମଧ୍ୟ କି ସେ ଜଣେ ଆଦିବାସି କନ୍ଧ ସମ୍ପ୍ରଦାୟର, ଯିଏ କି ବହୁତ ଦିନ ରୁ ବେଦାନ୍ତ ବିରୋଧରେ ନିୟମଗିରି ଆନ୍ଦୋଳନ କାରି ଙ୍କ ସହିତ ମିଶି ଲଢେଇ କରି ଆସୁଅଛନ୍ତି I ବହୁତ ବଡ ଖବର ଏହା ଯେ ସେ ବହୁଜନ ସମାଜ ପାର୍ଟି ତରଫରୁ ବିଧାୟକ ପାଇଁ ଲଢ଼ିବେ ଯାହା କାଂଶୀରାମ ଓ ଆମ୍ବେଦକର ଙ୍କର ବିଚାର କୁ ନେଇ ସ୍ଥାପିତ ହେଇଅଛି I

ଜିତୁ ଯାକେଶିକା କିଏ? ଗୋଟେ ସଂଘର୍ଷ ର କାହାଣୀ!

ଆଜିଠୁ ତିରିଶୀ ବର୍ଷ ତଳେ ଓଡିଶାର ଗୋଟିଏ ସୁଦୁର ଗ୍ରାମାଂଚଳ କୁର୍ଲୀ ନାମକ ଗ୍ରାମ ଯାହାକି ନିୟମଗିରି ରେ ଅବସ୍ଥିତ, ସେଠାରେ ସେ ଜନ୍ମ ଗ୍ରହଣ କରିଥିଲେ ଜଣେ ସାଧାରଣ ବାଳକ ଭାବରେ I ସେ ଜାଣି ନ ଥିଲେ କି ଓଡିଶାର ରାଜନୀତିକ ଇତିହାସ ରେ ସେ ଏଭଳି ଗୋଟିଏ ବଡ ସ୍ୱର ହେଇ କି ଆବିର୍ଭାବ ହେବେ I ସେ ଗୋଟିଏ ଡଙ୍ଗରିଆ କନ୍ଧ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ I ନିଜ ବାଲ୍ୟାବସ୍ଥାରୁ ସେ ଦେଖିଥିଲେ ଉନ୍ନତି ର ନାରେ ଉତ୍ପିଡନ, ଉନ୍ନତିର ନାରେ ବିସ୍ଥାପନ I ନିଜେ ସିକ୍ଷା ଗ୍ରହଣ କରି ନିଜ ସମାଜର ନ୍ୟାୟ ପାଇଁ ସେ ଲଢେଇ ପ୍ରାରମ୍ଭ କରିଥିଲେ I ନିୟମଗିରି ସୁରକ୍ଷା ମଞ୍ଚ ର ଜଣେ ସଦସ୍ୟ ହୋଇ ସେ ନିଜ ଲୋକଙ୍କ ଅଧିକାର ପାଇଁ ଲଢେଇ କରିଆସୁଅଛନ୍ତି I ୨୦୦୮ ମସିହାରେ ସେ ଭାରତ ସରକାର ଙ୍କୁ ନିବେଦନ କରିଥିଲେ ଆଦିବାସୀ ସମାଜର ସୁରକ୍ଷା ପାଇଁ I ସେ ମୁଖ୍ୟ ଉନ୍ନତି ସମିତିର ଜଣେ ସଦସ୍ୟ ହିସାବରେ ମଧ୍ୟ ରହିଥିଲେ ଓ ଆଦିବାସୀ ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ I ଯେତେବେଲେ ସରକାର ଆଦିବାସୀ ମାନଙ୍କୁ ଜଙ୍ଗଲରୁ ବିତାଡିତ ତଥା ବିସ୍ଥାପନ କରିବାକୁ ଚାହୁଁଥିଲେ, ସେତେବେଳେ ସେ ଲଢେଇ କରି କହିଥିଲେ “ଆମେ ସବୁ ଜିନିସ ଜଙ୍ଗଲରୁ ପାଇଥାଉ, ଆମ ଜୀବନ ତଥା ଆମ ଘର ସେଇଠି ରହିଛି, ଆଉ ଆମେ ଜଂଗଲ ଛାଡିବୁନୀ” I ୨୦୦୮ ମସିହାରୁ ଜିତୁ ବକ୍ସାଇଟ ଖଣି ବିରୋଧରେ ରେ ଆନ୍ଦୋଳନ କରିଆସୁଅଛନ୍ତି; ସେ ବହୁତ ଦିନରୁ ଆଦିବାସି ଙ୍କ ଅଧିକାର ପାଇଁ ଲଢେଇକରି ଆସୁଅଛନ୍ତି ବେଦାନ୍ତ ବିରୋଧରେ I ସେ ଜଣେ ଯୁବ ସଂଗ୍ରାମୀ ହିସାବରେ ନିୟମଗିରି କୁ ବଂଚେଇବା ପାଇଁ ନିୟମଗିରି ଆନ୍ଦୋଳନକାରି ମାନଙ୍କ ସହିତ ମିଶି ଡଙ୍ଗରିଆ କନ୍ଧ ମାନଙ୍କୁ ଏକାଠି କରିଆସୁଅଛନ୍ତି I

Photo Credit: Jitu Jakesika’s Facebook

କୋଉଠୁ ଲଢୁଛନ୍ତି

ଜିତୁ ଯାକେଶିକା ବିସମକଟକ ବିଧାନସଭା କ୍ଷେତ୍ର ରାୟଗଡା ଜିଲ୍ଲା ରୁ ନିଜର ପ୍ରାଥୀପତ୍ର ଦାଖଲ କରିଛନ୍ତି ବହୁଜନ ସମାଜ ପାର୍ଟି ତରଫରୁ I ତାଙ୍କର ନିର୍ବାଚନ ପ୍ରଚାର ଏମିତି ଜୋରସୋର ରେ ଚାଲିଛି କି ଜଣାପଡୁଛି ଯେ, ସେ ବହୁଜନ ସମାଜ ପାର୍ଟି ର ଖାତା ଖୋଲିବେ ଓଡିଶା ର ୨୦୧୯ ବିଧାନସଭା ରେ ବୋଲି I ସେ ପ୍ରତିଦିନ ଗାଁ ଗାଁ ଆଉ ପଂଚାୟତ କୁ ଭ୍ରମଣ କରୁଛନ୍ତି ଆଉ ନିଜର ପାର୍ଟି ବିଷୟରେ ଲୋକଙ୍କୁ କହୁଛନ୍ତି; ଏହା ସହିତ ସେ ଲୋକଙ୍କୁ ରାଜନୀତି ବିଷୟରେ ମଧ୍ୟ ସଚେତନ କରିବା ସହିତ କ’ଣ ପାଇଁ ଶୋଷିତ ବର୍ଗ ଓଡିଶା ବିଧାନସଭା ରେ ଯିବା କଥା ବୋଲି ବୁଝାଉଛନ୍ତି I ଲୋକମାନଙ୍କ ତରଫରୁ ମଧ୍ୟ ଜିତୁ ଙ୍କୁ ବିପୁଳ ଭାବରେ ସମର୍ଥନ ମିଳୁଛି; ଏମିତି ଲାଗୁଛି କି ଜିତୁ ଆଦିବାସି ସମାଜର ଗୋଟେ ମସିହା ହିସାବରେ ଅସିଜାଇଅଛନ୍ତି I

Photo Credit: Jitu Jakesika’s Facebook

ଲୋକ ହେବେ ରିମୋଟ ନା କି ପୁଞ୍ଜିପତି!

SC, ST, ଓ OBC ନେତାମାନେ ବିଜେଡି, ବିଜେପି ଓ କଂଗ୍ରେସ ରେ ଅଛନ୍ତି ସେମାନଙ୍କୁ ଜିତୁ ତିବ୍ର ଆଲୋଚନା କରିଛନ୍ତି I ନିଜର ଗୋଟେ ସାକ୍ଷାତକାରରେ ETV ଭାରତ ଓଡିଶା ରେ ଜିତୁ କହିଲେ ଯେ, ଯୋଉ ନେତା ମାନେ ଆମ ସମାଜ ରେ ଏହି ପାର୍ଟି ମାନଙ୍କରେ ଅଛନ୍ତି ସେମାନେ ନିଜ ସମାଜ ପାଇଁ କିଛି କରିପାରୁ ନାହାନ୍ତି I

Source: ETV Bharat Odisha, Election Coverage


“ଯେତେ ବିଜେଡି, ବିଜେପି, ଓ କଂଗ୍ରେସ ରେ, ଯେତେ ଆମ MLA, MP ବାହାରିଛନ୍ତି, ସେମାନେ ନିଜ ସକ୍ତିକୁ ଉପଯୋଗ କରିପାରନ୍ତି ନାହିଁ I ଏହି ପ୍ରାର୍ଥୀ ମାନଙ୍କୁ ସବୁ ବେଳେ ଶିଳ୍ପପତି, ପୁଞ୍ଜିପତି ମାନେ ନିୟନ୍ତ୍ରଣ କରିଥାନ୍ତି I ଆମ ପ୍ରାର୍ଥୀ କେବଳ ଟିଭି ହୋଇଥାନ୍ତି ହେଲେ ଶିଳ୍ପପତି ତଥା ପୁଞ୍ଜିପତି ମାନେ ରିମୋଟ କଂଟ୍ରୋଲ ହୋଇଥାନ୍ତି” I
ଏହି ରାଜନୈତିକ ପରିବର୍ତନ କରିବାକୁ ଜିତୁ ଆବାହନ କରିଛନ୍ତି ବିସମକଟକ ତଥା ଓଡିଶାର ଜନ ସାଧାରଣ ମାନଙ୍କୁ ଆଉ ସେ କହିଛନ୍ତି “ଏହି ବହୁଜନ ସମାଜ ପାର୍ଟି ଆମ ନିଜର ଲୋକ ରିମୋଟ ହେବେ ଆଉ ବିଏସପିର MLA ହେବେ ଟିଭି” I ଅର୍ଥାତ୍ ଲୋକମାନଙ୍କ ଅନୁସାରେ ଓ ଲୋକମାନଙ୍କ ପାଇଁ ରାଜନୀତି ହବ, ନା କି ପୁଞ୍ଜିପତି ତଥା ଉଚ୍ଚ ଜାତିର ଲୋକଙ୍କ ପାଇଁ I

ଜିତୁ ଯାକେଶିକା, ବିସମଟକ ବିଧାୟକ ପ୍ରାଥୀ

ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ହେବ ମୁଖ୍ୟ

ଜିତୁ ଯାକେଶିକା ଙ୍କ ସ୍ଵପ୍ନ ରହିଛି ବିସମଟକ ର ସମସ୍ୟାକୁ ସମାଧାନ କରିବା; ସେ କହିଲେ “ନିଶ୍ଚିତ ଭାବରେ ମୁ କହିବାକୁ ଚାହେଁ, ଯେହେତୁ ଆମ ବିସମଟକ ନିର୍ବାଚନ ଅଂଚଳ ରେ ଯାଉଛି ପଞ୍ଚମ ସୁଚୀ ଏରିଆରେ, ଆଉ ନିଶ୍ଚିତ ଭାବରେ ଗୋଟେ ରାଜନୈତିକ ପରିବର୍ତନ ଦରକାର, ବିଜେଡି, କଂଗ୍ରେସ, ଓ ବିଜେପି ଦୁର୍ନୀତି ତଥା ଭ୍ରଷ୍ଟାଚାର କରି ଚାଲିଛନ୍ତି.” ସେ ଜୋରଦେଇ କହିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ, ତଥା ରୋଜଗାର ପାଇଁ କାର୍ଯ୍ୟ କରିବେ I କୃଷକ ମାନଙ୍କ ଅଧିକାର ପାଇଁ ସେ ଲଢେଇ କରିବେ I

Photo Credit: Jitu Jakesika’s Facebook

ଶେଷରେ ଦେଖିବାକୁ ପଡିବ ବିସମଟକ ମତଦାତା ଜିତୁ କୁ କେତେ ଭୋଟ ରେ ବିଜୟୀ କରୁଛନ୍ତି! ସେ ଜିତନ୍ତୁ ବା ନ ଜିତନ୍ତୁ, ତାହା ପ୍ରଶ୍ନ ନୁହଁ ଏଠି; ସେ ଯାହା ବି ହେଉ ନିର୍ବାଚନ ଫଳାଫଳ I ଜିତୁ କିନ୍ତୁ ଓଡିଶା ରେ ବହୁଜନ ସମାଜ ପାର୍ଟି ବା ଆମ୍ବେଦକରବାଦ କୁ ଆଗେଇ ନେବାରେ ମୈଦାନ ରେ ବାହାରିସାରିଛନ୍ତି; ଆଉ ଏହି ଆନ୍ଦୋଳନ ଦିନେ ନା ଦିନେ ଓଡିଶା ରେ ବହୁଜନ ସରକାର ଆଣିକି ରହିବ I

ନିମ୍ନଲିଖିତ ପ୍ରଶ୍ନ ର ଉତ୍ତର ପାଇଁ ଜିତୁ ଉପରେ ନଜର ରହିବ ଏହି ଓଡିଶା ବିଧାନସଭା ୨୦୧୯ ନିର୍ବାଚନ ରେ…

କ’ଣ ଜିତୁ ଯାକେଶିକା ଓଡିଶା ର SC, ST, OBC ତଥା ଅଲ୍ପସଂଖ୍ୟକ ସମାଜର ନେତୃତ୍ୱ ନେଇ ପାରିବେ?

ଜିତୁ ଯାକେଶିକା କ’ଣ ବହୁଜନ ସମାଜ ପାର୍ଟି ର ଖାତା ଖୋଲି କି ଇତିହାସ ରଚିପାରିବେ ଓଡିଶା ର ୨୦୧୯ ବିଧାନସଭା ରେ? କ’ଣ ଓଡିଶାର ଅପରିବର୍ତିତ ରାଜନୀତି କୁ ବଦଳେଇ ପାରିବେ?

କ’ଣ ଜିତୁ ଓଡିଶାର ବହୁଜନ ସମାଜ ର ନେତୃତ୍ୱ କୁ ଆଗକୁ ବଢେଇ ନେଇ, ନେତୃତ୍ୱ ପ୍ରଦାନ କରି ପାରିବେ?

ଏହି ପ୍ରଶ୍ନ ସବୁ ବହୁତ ମହତ୍ୱ ପୁର୍ଣ ରହିବ, ମୁଖ୍ୟତଃ ନିକଟ ଭବିଷ୍ୟତ ଓଡିଶା ରାଜନୀତିରେ ତଥା ଓଡିଶା ର ବିକାଶ ଉପରେ I

ସୌଜନ୍ୟ
୧. Odishatv.in, 1 May 2018.
୨. BBC News, 17 July 2008.
୩. 5 Question to BSP Candidate Jitu Jakesika, ETV Bharat Odisha, 4. 4. 2019.