ସୃଷ୍ଟି ର ସୁନ୍ଦରତା ପ୍ରକୃତି ବିନା ଅଧୁରା ଥାଏ ସେହିଭଳି ଏକ ଦେଶର ପ୍ରଗତି ନାରୀ ବିନା ଅଧୁରା ଥାଏ। ଆବଶ୍ୟକ ଅଛି ନାରୀ କୁ ଶିକ୍ଷା, ସ୍ଵାଧୀନତା ଦେଇ କି ଦେଶର ହେବା ପ୍ରଗତି ସହିତ ଗୋଟିଏ ଖଣ୍ଡ ବନେଇଦିଆଯାଉ। ଏହାକୁ ଏକ କବିତା ରୁ ବୁଝିବା।
ମୁଁ ଏକ ନିର୍ଦ୍ଧାସ ନୁହେଁ, ମୁ ଏକ
ଚାପିତ ପରିଚୟ ନୁହେଁ।
ମୁଁ ଗର୍ବ ସହିତ ବଞ୍ଚେ, ମୁ କାହାର
ଗୁଲାମ୍ ର ଛାୟା ନୁହେଁ।
ପୁରୁଷ ପ୍ରାଧାନ୍ୟ ଦୁନିଆରେ, ମୁ ମୋର
ଲୁହାକୁ ନିଶ୍ଚିତ କରିଥିଲି।
ପୁରୁଷମାନେ ଯେଉ କାମ କରୁଥିଲେ
ସେ ସବୁ କିଛି କରି ଦେଖାଇଲି।
ମୁଁ ଆଜି ସୁବର୍ଣ୍ଣ ଅତୀତ ପରି
ପୁଣି ପୁରୁଷ ଉପରେ ଭାରି।
ଖନ୍ଦ କୁ ଖନ୍ଦ ଚାଲିବି ନିଜକୁ ଧରି
ମୁଁ ବର୍ତ୍ତମାନ ର ବଳିଷ୍ଠ ନାରୀ।
ମୁଁ, ସୀମାଠାରୁ ହିମାଳୟ ଏବଂ
ଖେଲ ପଡିଆ ପର୍ଯ୍ୟନ୍ତ ଅଛି
ମୁଁ ମାଆ, ମୁ ଭଉଣୀ, ମୁଁ ଲେଖକ ମୁଁ କବି।
ମୁଁ ମୋର ଶାରୀରିକ ଶକ୍ତି ଦ୍ୱାରା ବଞ୍ଚେ
ମୁଁ ଜଣେ ବ୍ୟବସାୟ୍ୟ ଲେଡି।
ଯେଉ ଯୁଗରେ ଉଭୟ ପୁରୁଷ
ଓ ନାରୀ ଏକାଠି ଚଳିବେ।
ଭବିଷ୍ୟତ ର ସୁବର୍ଣ୍ଣ ଯୁଗ ପାଇ
ଦୁହେଁ ଜଗତ ର ବାର୍ତ୍ତା ହେବେ।
ଏହି ଉପର କବିତା ରେ ଆମେ ଜାଣିଲୁ ଯେ କେମିତି ଏକ ନାରୀ ଏହି ପୁରୁଷ ପ୍ରଧାନ ଦେଶ ରେ ନିଜର ସ୍ଥାନ ସୃଷ୍ଟି କରି ପାରିଛି। କିନ୍ତୁ ଏହି ସଂଘର୍ଷ ବା ଏହି ସଫଳତା ପଛରେ ଯେଉଁ ଇତିହାସ ଅଛି ଯେଉଁ ସତ କାହାଣୀ ଅଛି ତାହା ଆମକୁ ଜାଣିବା ଉଚିତ୍। କାହିଁକି ନା ଭାରତରତ୍ନ, ଜ୍ଞାନର ପ୍ରତୀକ, ବିଶ୍ୱରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର ଙ୍କ ମତରେ “ଯେଉଁ ସମାଜ ର ଲୋକ ସେମାନଙ୍କ ଇତିହାସକୁ ଜାଣନ୍ତି ନାହିଁ, ସେମାନେ କେବେ ଇତିହାସ ରଚିତ କରି ପାରନ୍ତି ନାହିଁ।” ଏଣୁ ବର୍ତ୍ତମାନ ଆମେ ଏହି ମହିଳା ମାନଙ୍କର ଅକାଳ ଅତ୍ୟାଚାର, ତାଙ୍କର ପୀଡ଼ା, ତାଙ୍କର କଷ୍ଟ ଏବଂ ତାଙ୍କର ସଂଘର୍ଷ ବିଷୟ ଏକ କବିତା ମାଧ୍ୟମ ରେ ଜାଣିବା।
ସମାଜ ରେ ଆସିଲା, ଅଜଣା ହୋଇ
ଜାଣି ନାହିଁ ସେ ହସ ଓ କାନ୍ଦ।
ଜନ୍ମ ହେଉ ହେଉ, କୁହାଗଲା ତାକୁ
ନିୟମ, କାନୁନ୍ ଓ ପ୍ରଥା ରେ ବାନ୍ଦ।
ହସି ନ ଜାଣୁ ନୁ, ଘରେ ଲୋକେ ସବେ
ବିବାହ ପ୍ରତି ଆବେଦନ କଲେ।
ଜାଣି ନାହିଁ ସେ, ଜୀବନ ଜୀବିକା
ନିୟମ ପ୍ରଥା ବଳି ବିବାହ କଲେ।
ଘର ବାହାରକୁ ଯେବେ ସେ ଗୋଡ ପକାଏ
ଏହି ସୁନ୍ଦରତା ଓ ପ୍ରକୃତି ଦେଖିବା ପାଇଁ।
ସମାଜ ର କଥା ଘରକୁ ଆସିବ
ତାକୁ ପଠା ଗଲା ଧକା ଦେଇଁ।
ବିବାହ ପରେ ବି ଶିକାର ହେଲା
କେତେ ସତୀ କେବେ ଦେବଦାସୀ।
ସହ୍ୟ ନ କରି, ସମାଜ ର କଥା
ଦେଇ ଦେଉଥିଲା ସେ ନିଜକୁ ଫାଶୀ।
ଶିକ୍ଷା ଅଧୟନ୍ ରେ ଯେବେ ମନ କରୁଥିଲା
ଦୁଃଖ ବିଷୟ, ସେ ସେହି ସମାଜ ରେ ଥିଲା।
ଶିକ୍ଷିତ ନ ହେଇ ସେ ଅନ୍ଧାର ରେ ଚାଲେ
ଘର ଓ ସ୍ବାମୀ କୁ ସେ କାମ ରେ ପାଲେ।
ବସ୍ତ୍ର ବହନ ରେ ବି ଅଧିକାର ନ ଥିଲା
ବଞ୍ଚିଥିଲେ ଏକ ପଶୁ ତୁଲ୍ୟ ଜୀବନ।
ଏହାର ବିନାଶ, ମାତା ନଙ୍ଗେଲି ର ହାତ
କରିଲା ମହିଳାଙ୍କ ପ୍ରତି କଲ୍ୟାଣ।
ସତୀ ପରି ଅନେକ ପ୍ରଥା କୁ ଦେଖି
ବିନାଶ ପାଇଁ ବାହାରିଲେ ଫତିମା ଓ ସାବିତ୍ରୀ ବାଇ।
ସତୀ ପରି ଅନେକ ବିନାଶ କଲେ
ନେଇ କେତେ କଷ୍ଟ ଓ ପୀଡ଼ା ଆମ ପାଇ।
ଏମିତି ଏକ ନାରୀ କୁ ତାର ଜନ୍ମ ରୁ ବିଭିନ୍ନ ନିୟମ ଓ ପ୍ରଥା ନା ରେ ତାର ସବୁ ହକ ଓ ଅଧିକାର ଦିଆଯାଉନଥିଲା। ନିୟମ ଏବଂ ପ୍ରଥା ଯେପରି କି ସତୀ ପ୍ରଥା ମାନେ ଏକ ମହିଳା ର ସ୍ବାମୀ ଦେହାନ୍ତ ହେଲେ ସେହି ସ୍ବାମୀ ସହିତ ଏକ ଜୀୟନ୍ତା ମହିଳା କୁ ନିଆ ରେ ଜଲା ଯାଉଥିଲା। ଜନ୍ମ ରେ ହିଁ ତାକୁ ବିବାହ କରିବା ପାଇଁ ପ୍ରତିଜ୍ଞା ବଧ କରାଯାଉଥିଲା ଯେମିତି ଏକ ଜୁଆରେ କରାଯାଏ। ଏମିତି କି ତାକୁ ଏକ ବାଜା ବଳି ବିଚାର କରି ମରାଯାଉଥିଲା। ସମାଜ ରେ ଚାଲିବା ପାଇଁ ଅଧିକାର ନଥିଲା, ଜୀବନ ସୁଖରେ ବଞ୍ଚିବା ପାଇଁ ଅଧିକାର ନଥିଲା, କେବଳ ଘର ଓ ସ୍ବାମୀ କୁ ସେବା କରି କରି ନିଜର ଜୀବନ କାଟୁଥିଲା।
ଆମେ ଦୁହେଁ ଗୋଟିଏ ବାୟୁରୁ ଶ୍ୱାସକ୍ରିୟା ନେଉ, ଆମେ ଦୁହେଁ ଗୋଟିଏ ଜଳ କୁ ପିଉ, ଆମେ ଦୁହେଁ ଗୋଟିଏ ଆକାଶ ତଳେ ବାସ କରୁ, ଆମେ ଦୁହେଁ ଗୋଟିଏ ଭୂମି ରେ ଚାଲୁ, ଆମେ ଦୁହେଁ ଗୋଟିଏ ସୂର୍ଯ କିରଣ ନେଉ; ତାହେଲେ ପୁରୁଷ ଓ ନାରୀ କେମିତି ଅଲଗା। ସେଥିପାଇଁ ବର୍ତ୍ତମାନ ମହିଳା କୁ ଆଜି ଏହି ଆଧୁନିକ ଯୁଗରେ ଦେଶର ଏକ ଖଣ୍ଡ ବଳି ବିଚାର କରାଯାଉ। ନାରୀ ର ଅବଦାନ ଏହି ସମାଜ ପାଇଁ ନିହାତି ଜରୁରୀ। କାହିଁକି ନା ଯଦି ନାରୀ ଶିକ୍ଷିତ ହୁଏ ସେ ତାର ସହିତ ପୁରା ସମାଜ କୁ ଶିକ୍ଷିତ କରାଏ, ଆଉ ଯଦି ସମାଜ ଶିକ୍ଷିତ ହୁଏ ତାହେଲେ ପୁରା ଦେଶ ଶିକ୍ଷିତ ହେବ। କେମିତି? ଏହା ଏକ କବିତା ମାଧ୍ୟମ ରେ ଜାଣିବା।
ସିଖିଛୁ ତୁ ଆଜି ଅନ୍ଧାର ବେଳେ
ଖାଇ କେତେ ମାଡ଼ କେତେ ଗାଳି।
ସଂଘର୍ଷ କରିଛୁ ଖାଇ ଏତେ କଷ୍ଟ
ମହିଳା ଜୀବନ କରିବାକୁ ନିରାଲି।
ଯିଏ କଷ୍ଟ ନିଏ ସିଏ ଜାଣେ ଏମିତି
ସଫଳତା ବେଳେ ଗୋଡ଼ ରେ ଲାଗିବା କଣ୍ଟା।
ସଫଳତା ର ଫଳ ନିୟନ୍ତି ସମସ୍ତେ
ଜାଣନ୍ତି ନାହିଁ, ଏହାର ପରିଶ୍ରମ ଘଣ୍ଟା।
ବିବାହ ପରେ ବି ଘର ର ଦାୟିତ୍ଵ
ଲୋଦି ହୁଏ ଏକ ନାରୀ ର କୋଳେ।
ଏଥିପାଇଁ ଯେତେ ଶିଖିଛି ନାରୀ
ଶିଶୁକୁ ପଢ଼ାଏ, ଅନାଶ ବେଳେ।
କୁହାଯାଏ ଏକ ନାରୀ ର ହାତରେ
ଥାଏ ପାଣି, ଥାଏ ନିଆଁ।
ରାଗରେ ଆସିଲେ, ଶିକ୍ଷିତ ହେଲେ
ବଦଳି ଦିଏ, ଏହି ଦୁନିଆଁ।
ସମୟ ଅଛି ଆଜି ବୁଝିବା ନିଜକୁ
ନାରୀ ପୁରୁଷ ନ ହେବା କାଲି କୁ।
ସମସ୍ତେ ସମାନ ଭାବି ଏହା ଆମେ
ଦେଶକୁ ମୁହାଇବା ପ୍ରଗତି ଆଡ଼କୁ।
ଦେଶକୁ ମୁହାଇବା ପ୍ରଗତି ଆଡ଼କୁ।
କବି ଓ ଲେଖକ : ହେମସାଗର
+୩ ଇତିହାସ
ଅମ୍ବାଦୋଳା