ହସୁ ଥିଲି… ମୁଇ ଉସତ ଥିଲି ଯେ ମେଟ୍ରିକ ପାସ କଲି ।
କଲେଜ ପାଠ ପଢ଼ମି, ବଡ ମୁନୁଷ ଟେ ହେମି ଟୁକେଲ ହେଲେ ଯେ କାଏଟା ହେଲା ।

ମା ବୃଆର ମୁଇ ଗେଲେହି ଝି, ଆଗ କେ ବଢୁଥିଲି ।
ତମର ବୁହେନ ଲେଖେ ଥିଲି, ଗାଁର ଝି ଲେଖେନ ଥିଲି।
କାଣା ଇଟା ଦୋଷ ଥିଲା ଯେ ମୁଇ ଡ଼ମ ଟୁକେଲ ଥିଲି !

ତର ଘରେ ତର ଝି ବି ତ ଥିଲା, ତମର ଘରେ ତମର ମା ବୁହେନ ବି ତ ଥିଲେ,
କାଣା ପାଇଲୁ ମର ଇଜତ ନେଇ କରି, କାଣା ପାଏଲୁ ମର ଜୀବନ ଖାଇକରୀ !

କାଣା ପାଏଲୁ ଚାକୁ ନେ ମର ଦେହେକେ ଖୀନଭିନ କରି କରୀ !
କାଣା ପାଏଲୁ ମର ଦିହି ରେ ଏସିଡ ଝିଟି କରି, ଆଉ ମର ଜୀବନ ଖାଇକରୀ ।

କାଏ ରିଶ ରଖିଛୁ ମରଠାନେ କି ଇ ରିଶ ମର ଜାତିର ଠାନେ ।
ଲାଜ ନାଇ ଲାଗେ ଗୋ ପୁଲିଶ ଦଦା ଏନ୍ତାବେଲେ ମର ଦୁଆର ନୁ ପଏସା ଖାଇକରି,
କାନା ପାଏଶୁ ଗୋ ଡାକ୍ତର ବବା ପୋଷମଟମ ଲାଗି ପଇସା ମାଗିକରି ।।

ମୁଇ ଲିଭି ଗଲି ଫିର୍ବୀ ତର ଶାନ୍ତି ନାଇ…
ମୁଇ ଲିଭି ଗଲି ଫିରବି ତର ଶାନ୍ତି ନାଇ…!!!

ଧିକ ଲାଗଶି ତର ଭଗବାନ କେ ଆର ଧିକ ତର ଜାତିର ଧରମ କେ ଯେ ମୁନୁଷ ହେବାର ଶିଖେଇ ନାଇ !

ମୁଇ ଲିଭି ଗଲି ଯେ ଫିରବି ତର ଶାନ୍ତି ନାଇ…
ଫିରବି ତର ଶାନ୍ତି ନାଇ…
ଶାନ୍ତି ନାଇ !!!

କବି: ଶୁଭ୍ରାଂଶୁ

*ଏହି କବିତା ପ୍ରଥମେ ନିର୍ବେଦ ପତ୍ରିକା ରେ ପ୍ରକାଶିତ ହେଇଥିଲା।