ମୁନୁଶ୍ ଗୁଟେ ହେଲେ କେତେ ଜାତି
କେତେ ଭେଦ୍ ଭାବ୍ ଛୁଆଁ ବିଛୁତି

ଝନେକେ ଆର୍ ଝନେ ନାଇଁ ଛିଏ
ଦୁରେ ଦୁରେ ରହି କଥା ହୁଏ

ଝନେକର୍ ହାତୁ ଆର୍ ଝନେକେ ଖାଏବାର୍ ନାଇଁ ଚଲେ
ଆହେ ସାଧୁଜନେ କହିଦିଅ ଛନେ ଦୁହେଁ ହିନ୍ଦୁ କେନ୍ତା ହେଲେ ?

ଝନେକେ ସମ୍ବିଧାନ୍ ପିତା ଲାଗସୀ
ଆର୍ ଝନେ ସମ୍ବିଧାନକେ ମୁଣ୍ଡିଆ ମାରସୀ

ଝନେ ହେଇଛେ ମନ୍ଦିରେ ରଜା
ଦିନ ରାଏତ ବସି କର୍ସୀ ପୁଜା

ସେଠାନେ ପୁଜା ଆର୍ ଜଣେ କଲେ ମୁଲ୍ହେ ନାଇଁ ଚଲେ
ଆହେ ସାଧୁଜନେ କହିଦିୟ ଛନେ, ଦୁହେଁ ହିନ୍ଦୁ କେନ୍ତା ହେଲେ ?

ବରଗଡ଼, ଝାଝର ବନ୍ଦ, ତୁହୁଂଗୀ ଦାଦର୍
ଗାଂ ଇସ୍କୁଲର ହେଡ୍ ମାଷ୍ଟର
ସର୍ସତି ପୁଜା ବେଲାର୍ କଥା ପଢା ପିଲାକୁ କଲେ ହିନସ୍ଥା
ଗଣା ପିଲା ବଲି ମନା ହେଲା ପୁଜା ଅଲ୍ଗେ ବସେଇ ଦେଲେ
ଆହେ ସାଧୁଜନେ କହିଦିଅ ଛନେ, ଦୁହେଁ ହିନ୍ଦୁ କେନ୍ତା ହେଲେ ?

ଜଗତସିଂପୁର୍ ଜିଲା ବରଗଡ଼୍ ଗାଁନେ
ବି.ଟେକ୍ ପଢା ଟୁକେଲ୍ ଝନେ
ନୁଆଁ ବରସ୍ ଦିନେ ମନ୍ଦିର୍ ଗଲା
ହାତେ ଘୀ ଗୁରସ୍ ଦନେ ଫୁଲର୍ ମାଲା
ହରିଜନ ବଲି ମନ୍ଦିର୍ ଭିତ୍ରୁ ବାହାର୍ କରି ଦେଲେ
ଆହେ ସାଧୁଜନେ କହିଦିଅ ଛନେ ଦୁହେଁ ହିନ୍ଦୁ କେନ୍ତା ହେଲେ?

ଇସ୍କୁଲ୍ କାଏଂ ବାଦ୍ ପଡିଛେ
ବାଏଜ୍ ବିଚାର୍ ହେନେ ଭି ଅଛେ
ବୁଢୀ ଖମାରୀ ଇସ୍କୁଲର୍ ଦୀଦୀ
ପାଏନ୍ ଝିଟି ହେଇ ହେସନ୍ ସୁଧି
ଗଣା ଘନ୍ସିଆ ଛୁୁଆ ମାନେ ଠଟେଇ ବଜେଇ ହେଲେ
ଆହେ ସାଧୁଜନେ କହିଦିଅ ଛନେ, ଦୁହେଁ କେନ୍ତା ହିନ୍ଦୁ ହେଲେ ?
ଇସ୍କୁୁୁୁଲିୟା କେତେ କଥା
ସୁନବ ବଏଲେ ବୁଡ୍ବା ଚେତା

ରନ୍ଧନିୟା ଦିନେ ମାର୍ଲା ଛୁଟି
ମାହେଜୀ ଗୁଟେ ବେଲ୍ଲା ରୁଟି

ଅଛୁତ୍ ମାହେଜି ରାନ୍ଧ୍ଲା ବଲି ଗାଁର ଲୋକ୍ ସବୁ ଫିକିଦେଲେ
ଆହେ ସାଧୁଜନେ କହିଦିଅ ଛନେ, ଦୁହେଁ ହିନ୍ଦୁ କେନ୍ତା ହେଲେ ?

କବି: ଟୁନା ବାଗ