ତରାର୍ ଭିଲେଁ ଜନ୍ ଯେନ୍ତା
ମୁନୁଷ୍ ଭିଲେଁ ସେ ହେନ୍ତା
କୁଟେ ଲୁକେଁ ସେ ଝନେ |
ମନୁବାଦ୍ ର ସମାଜ ବେବସ୍ଥା
ନାରୀ ଆର୍ ଦଲିତ୍ କର୍ ଦେଖି ଦୁର୍ଦଶା
ତାଙ୍କର୍ ହୁରୁଦ୍ କାନ୍ଦେ ||
ମନୁବାଦ୍ ସାଙ୍ଗେ ଲଢେଇ କରି
ନାରୀ ଗୁଡ଼ର୍ ବେଲି ଦେଲେ ଖୁଲି
ନାରୀ ପାଏଲେ ସମ୍ମାନ୍ |
ଜାତିବାଦ୍ ସାଂଗେ କଲେ ସଂଗ୍ରାମ
ଦଲିତ ପାଏଲେ ନୂଆଁ ଜୀବନ
ପାଏଲେ ଆତ୍ମ ସମ୍ମାନ୍ ||
ଦିନ୍ ମଜୁରିଆ କୁଲି ମାନେ
ଖଟି ମରୁଥିଲେ ସାଁକାର୍ ନେ
ଶ୍ରମିକ୍ ଆଇନ୍ ଆନ୍ଲେ |
କୁଲି ମଜୁରିଆର୍ ସୁଖ୍ ସୁବିଧା
ସବୁ କରିଦେଲେ ବିଧି ବେବସ୍ଥା
ଦୁଖ୍ ଦୁର୍ଦଶା ହଟାଲେ ||
ଶିଖ୍ଯା, ଶାସନ୍ ଆର୍ ସମ୍ପତ୍ତି
ହରେଇ ଥିଲେ ମୁଲ୍ ନିବାସି
ତାଙ୍କର୍ ଲାଗି ପାଏଲେ |
ସମାଜେ ପାଏଲେ ସମାନ୍ ଦର୍ଜା
ମୁନୁଷ୍ ଭିତ୍ରେଁ ହେଲେତ ହେଜା
ସ୍ବାଧିନ୍ ଜୀବନ୍ ଜୀଇଁଲେ ||
ମାନବିକତାର୍ ପୁଝାରୀ ସିଏ
ତାକର୍ ନାଁଟା ଜାନିଛ କିଏ
ନାଁଟା ତାକର୍ ଭିମ |
ଅଠର ଶହ ଏକାନବେ ଶାଲେଁ
ଏପ୍ରିଲ୍ ମାସର୍ ଚଉଦ ତାରିଖେଁ
ମହାରାଷ୍ଟ୍ରେଁ ହେଲେ ଜନମ୍ ||
ଲେଖିଦେଇ ଭାରତ୍ ସମ୍ବିଧାନ୍
ସବୁ ମୁନୁଷ୍ କୁଁ କଲେ ସମାନ୍
କହେଲେ ସବ୍ କର୍ କାନେ |
ଶିଖିତ୍ ହୁଅ, ସଂଗଠିତ୍ ହୁଅ
ସଂଘର୍ଷ କରି ହକ୍ ଛଡ଼ାଅ
ଇ କଥା ରଖ ମନେ ||
ଆସ ସଭେ ମିଶି ଆଜିର୍ ଦିନେ
ମୁଡ଼ିଆ ମାର୍ମା ତାକର୍ ଚରଣେ
ସଭେ କିରିଆ ଖାଏମା
ଯେତେ ଯାହା ଆସୁ ବାଧା ବନ୍ଧନ୍
ନେଇଁ ଛାଡ଼ୁଁ ଗଲେ ଯାଉ ଜୀବନ୍
ତାକର୍ ମିଶନ୍ ପୁରା କର୍ମା ||
କବି: ଶ୍ଯାମ ସୁନ୍ଦର କୁମ୍ଭାର