ହେ ଈଶ୍ୱର, ଆଲ୍ଲା, ଶ୍ରୀରାମ
ତୁମେ ପରା ଏ ସୃଷ୍ଟିର ସ୍ରଷ୍ଟା ଭଗବାନ ।
ଦେଇକି ପାରିବ ଉତ୍ତର ତୁମେ
ତୁମକୁ ମୋର ଏ ପ୍ରଶ୍ନ ?
ମୋ ଅନୁଭୂତି ରୁ ମୁଁ ଜାଣିଛି ।
ଆସନ୍ନ ବିପଦ ବେଳେ ସ୍ରଷ୍ଟା (ପିତାମାତା )
ନିଜର ଜୀବନକୁ ଦେଇ ଜଳାଞ୍ଜଳି
ନିଜର ସୃଷ୍ଟି ସନ୍ତାନ ସନ୍ତତି ଙ୍କୁ
ସୁରକ୍ଷା କରନ୍ତି ।।
ଆଜି ସାରା ବିଶ୍ୱ
କରୋନାର ଆତଙ୍କରେ ଆତଙ୍କିତ ଅଛି ।
କେତେ ଲୋକ
ନିଜ ପେଟ ପାଟଣା ପାଇଁ
ଛାଡି ଭିଟାମାଟି
କିଏ କେଉଁଠି ବାହାରେ ଫସି ରହିଛନ୍ତି ।।
ନାଁ ତାଙ୍କୁ ମିଳୁଛି ସାମାଜିକ ସୁରକ୍ଷା ।
ଭୋକ ଉପବାସେ
ଆସନ୍ନ ବିପଦର ଆଶଙ୍କାରେ ଆତଙ୍କିତ
ନାଁ ତାଙ୍କୁ ମିଳୁଛି
ତାଙ୍କ ଭିଟାମାଟିକୁ ଫେରିବାର ରାସ୍ତା ।।
ଆକୁଲେ ଡାକନ୍ତି ତୋତେ
ଆହେ ପତିତପାବନ
ଦୁଃଖୀ ଦୁଃଖ ବିନାଶନ ।
ଏ ଘୋର ବିପଦୁ ତ୍ରାହି କର ଭଗବାନ
ଶୁଭୁନି କି ତୋତେ ସେହି ଆକୁଳ କ୍ରନ୍ଦନ ।।
ସୃଷ୍ଟିର ସୁରକ୍ଷା ଅଟେ
ଦାୟିତ୍ୱ ସ୍ରଷ୍ଟାର ।
ତାଲାବନ୍ଦ ତୁମ ଚର୍ଚ୍ଚ
ମସଜିଦ ମନ୍ଦିର
ତିଳେ ନାହିଁ ଦୟା ପ୍ରେମ
ହୃଦୟେ ତୁମର ।।
ଏ ନୁହେଁ କର୍ତବ୍ୟ ନିଜ ସୃଷ୍ଟିକୁ ସ୍ରଷ୍ଟାର
ସନ୍ଦେହ ଉପୁଜେ ତେଣୁ
ମନରେ ମୋହର ।
ସତରେ ସ୍ରଷ୍ଟା ତୁମେ ଏ ସୃଷ୍ଟିର
ନା ତୁମର ସ୍ଥିତି ଅସ୍ଥିତ୍ୱ
ମିଥ୍ୟା ଏ ପ୍ରଚାର ।।
କବି: ଶ୍ୟାମ ସୁନ୍ଦର କୁମ୍ଭାର