ଖୋଜେ ବଂଚିବାର ରାହା ମୁଁ ଦିନମଜୁରିଆ, ରିକ୍ସାବାଲା ନାମମାତ୍ର ଚାଷୀ, ଭୁମିହୀନ ।

ମୋ ପରିବାର ର ଜୀବନ ଜୀବିକାରେ ସିଧା ପ୍ରଭାବ ପକାଉଛି ଏ ତାଲା ବନ୍ଦ ।।

ହୁଃ ହୁଃ ହୋଇ ବଢିଚାଲିଛି ପରିବାଦର କଲା ବଜାରୀଙ୍କ ପୌଷ ପୁନେଇଁ ।

ଖାଦ୍ୟ ଅଭାବେ ଭାଙ୍ଗି ଯାଏ ମୋ ପରିବାରର ମେରୁଦଣ୍ଡ କି ଆତଙ୍କ ଆଣି ଆସିଲୁରେ କରୋନା ତୁହି ।।

ମୋ ଦୈନିକ ରୋଜଗାରରୁ ଆସେ ମୋ ପରିବାରର ଦୈନନ୍ଦିନ ରାସନ ।

କାମ ନ ମିଳିଲେ ଖାଇବା ବନ୍ଦ ମୋ ପରିବାରର ଦୈନନ୍ଦିନ ଜୀବନର ନିୟମ ।।

କଣ କରିବି, କେଉଁଠି କୁ ଯିବି ମୋ ପରିବାର ବଂଚିବେ କିପରି ଏବେ ମୁଁ ନିରୁପାୟ ।

ମୋ ପିଲାର ଭୋକିଲା ପେଟ, ଶୁଖିଲା ମୁହଁ ଦେଖି ପାରୁନି ସହି ଫାଟି ଯାଉଛି ମୋ ହୃଦୟ ।।

ଏ ପଟେ କରୋନା ଭୟ ସେ ଭୋକରେ ପିଲା ବିକଳ ଅନ୍ୟ ପଟେ ସରକାରୀ ଅନୁଶାସନ ।

କଣ କରିବି ସ୍ଥିର କରିପାରୁନି ମୁଁ ମୋ ସଂସାର ପାଇଁ ଏହା ଦୁଃସହ ଦୂରଦିନ ।।

କାହାକୁ କହିବି, କିଏ ବା ବୁଝିବ ମୋ ଅନ୍ତର ବେଦନା ଏ ଅସମୟେ ହେବ ସାହା ।

ମୁଁ ବଞ୍ଚିବି ପିଲା ମୋ ବଂଚିବେ ସତେକି ମିଳିବ ମୋତେ ମୋ ବଂଚିବାର ରାହା ।।

କବି: ଶ୍ୟାମ ସୁନ୍ଦର କୁମ୍ଭାର