ଦେଶଭକ୍ତି ନାମେ କରେ ଅତ୍ୟାଚାର

 ଯୁକ୍ତିତର୍କ କଲେ ଦଣ୍ଡ,

କିପରି ସେ ଦେଶ, କିପରି ସେ ଭକ୍ତି 

ଅନ୍ୟାୟ  ଯହିଁ ପ୍ରଚଣ୍ଡ ।

 ଧର୍ମର ସହିତ ଧର୍ମକୁ ଲଢେଇ 

  ପ୍ରାଣୀର ଯେ କରେ କ୍ଷତି,

ଶିକ୍ଷା ସ୍ୱାସ୍ଥ୍ୟ ନାହିଁ, ନାହିଁ ଯେ ସମ୍ପତି

 କିପରି ସେ ଦେଶ ଭକ୍ତି ।

ସେ ଭକ୍ତିରେ ଅଛି ଗୋରକ୍ଷାର ପଣ 

 ଧର୍ମ ନାମେ ଅଛି ଅନୀତି ଶରଣ 

“ଜାତି” ଭାବନାରେ ପରିପୂର୍ଣ ମନ  

 ଗୋରକ୍ଷାକୁ ମାନ୍ୟ ମଣିଷ ମରଣ। 

 ନାହିଁ ସମ୍ବିଧାନ ନାହିଁ ଯେ ବିଜ୍ଞାନ 

 ନାହିଁ ଯେ ଉନ୍ନତି କଥା,

 ନିର୍ଦୟ ନିଷ୍ଠୁର ଅଟେ ସେହି ଭକ୍ତି 

 ନାହିଁ ଯେଉଁଠାରେ ଶାନ୍ତିପ୍ରିୟ ବାର୍ତ୍ତା।

ସେ ଭକ୍ତିର ଆଜି ହେଉଛି ପ୍ରଚାର 

 ଯହିଁ ଯୁକ୍ତିଯୁକ୍ତ ନାରୀଅତ୍ୟାଚାର,

ସେ ଭକ୍ତିକୁ ଆଜି ଦିଏ ଯେ ଆହାର 

 “ଶିକ୍ଷାଅନୁଷ୍ଠାନରେ” କରୁଛି ପ୍ରହାର।

 ଶିକ୍ଷା ସଂଘର୍ଷରେ ବିଜ୍ଞାନବାଦରେ 

ଟଳି ପଡେ ସେହି ଶକ୍ତି,

ବିଦେଶୀର ମୁକ୍ତି ଯଦି ଦେଶଭକ୍ତି 

ମୂଳନୀବାସୀର ଅଟେ ସେ ବିପତ୍ତି।

ଯେ’ଭକ୍ତିରେ ଅଛି “ଜାତି” ଭେଦଭାବ 

ମାନ୍ୟତା ଦିଏ ସେ ପୁରାଣ ଓ ବେଦ 

 ଯଦି ଅଟେ ତାହା ମଣିଷ ବିକାଶେ,
ଯଦି ଅଟେ ତାହା ପବିତ୍ରତା ବେଶେ,

 ବିଜ୍ଞାନ ସହିତ କାହିଁ ତା’ ବିବାଦ?

 ଜନତାର ସେବା ଅଟେ ଯା’ର କାମ

ସ୍ୱାର୍ଥପୂର୍ତ୍ତି ପାଇଁ କରୁଛି ନିୟମ,

ତାର ସୁରକ୍ଷାରେ ଭ୍ରମି ଲୋକଧ୍ୟାନ 

 ମିଥ୍ୟା ବାର୍ତ୍ତା ଦେଲା “ଗଣ ମାଧ୍ୟମ”।

 ଭାରତ ମାତାର ଜୟଗାନ କରି 

ଭକ୍ତିନାମେ ଆଜି କଲା ଯେ ପାଗଳ 

ଜାଣ ସେ ବ୍ୟକ୍ତିକୁ, ଯୁକ୍ତି କର ତାକୁ

ଭାଷ୍ୟରେ ଯାହାର ମିଥ୍ୟା ଅନର୍ଗଳ ।   

    

କବି – ରାକେଶ ସାଗର 

ବି.ଏ. ପ୍ରଥମ ବର୍ଷ ଛାତ୍ର 

 ବିଭାଗ – ରାଜନୀତିବିଜ୍ଞାନ, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ

One thought on “” ଦେଶଭକ୍ତି “”

Comments are closed.