କେ ଜାନିଛେ ଇ ଚୁଇଲର କୁହଲାର ନାଁ ଆଉ ଜାତି କାଣା
ଛାଏନର କଣା ଦିକରି ଆକାଶ ଆଡକେ ଜାଇସି
ମାତର ଅଲଗା ଜାତିର ଲୋକମାନେ ଡମ ଘରନୁ କୁହଲା ବାହାରୁଛେ କହେସନ I
ହେନ୍ତା ଏକା କୁହଲା ମାଲି, କନ୍ଦ, ବଙ୍କା ମାନକର ଚୁଇଁଲନୁ ବି ବାହରସି
ଡମ ଘରର କୁହଲା ଆରୁ ଅଲଗା ଜାତିର ଚୁଇଁଲର କୁହଲା ପବନ ନେ ମିଶିବା ବେଲେ
ଡମ ମାନକେ ଯାଏତ ନାଇଁ ମାନନ
ମାତର ଡମ ଘର ଆଡ଼ନୁ ଯିବା ବେଲେ,
ଡମ ଘର ପାଖର ବରଡ଼ୀ ଗଛ ତଲେ ବସିଥିଲେ, ଖୁଁ ଖୁଁ କରି କରି ଡମ ମାନକେ ହୂରସନ
ଖାଲି ହେତକି ନାଇଁସେ,
ଭଲ କଥା ଭାବବାର ଛାଡି ନିର୍ବୁଦ୍ଧିଆ ମନର ପରା କୁହଲା କେ ବି ହୂରସନ !!!
ମାତର ଗାଁର ଦେବତା ପୂଜା ସମୟନେ ଟିକେ ଅଲଗା
କୁକୁରା, ପଶୁ, ପକ୍ଷୀ କେ ପୂଯସନ ଆରୁ ଦେବୀ କେ ଦେଶନ
ଘର ପଛ ଆଡେ ନିଆଁ ଜଲାସନ ଆଋ ତୁନ ବନାସନ l
ସେ ଘର ପାଖେ ରୋଡନେ କୁକୁରା- ଘୁସୁରା ନାଇଁ ମାଲିମନେ
ମାଉସ ନାଇଁ ଖାଉ ବାମନ ମାନେ ଯାଇସନ
ଏ ଡମ ମାନେ ମାଉସ ଖାଉଛନ ବଲି ହୂରସନ
ମାତର ସୁଆଦ ପୋଡା ମାଉସ ଆରୁ ମାଉସ ଝୋଲର ବାସନାନେ
ଲାଲ ଢ଼ୋକା ଢ଼ୋକା ଗିଲସନ l
କବି: ପବିତ୍ର ବାଗ
***ଏହି କବିତା ପ୍ରଥମେ ନିର୍ବେଦ ପତ୍ରିକା ରେ ପ୍ରକାଶିତ ହେଇଥିଲା I
*Source of featured image: commons.wikimedia.org