ଓଡିଶା ଗୋଟେ ରାଜ୍ୟ, ଯାହା ପାଖରେ ଅଛି ବିପୁଳ ପରିମାଣରେ ପ୍ରାକୃତିକ ସମ୍ବଳ। ଏହି ସମ୍ବଲ ଥିବା ଯୋଗୁ ବିଦେଶୀ କାରଖାନା ର ପୁଂଜି ଲାଗିଥାଏ ଆଉ ଏଥିରେ ସାହାଯ୍ୟ କରନ୍ତି ଓଡିଶା ସରକାର । ଆମେ ସରକାର ଗଠନ କରୁ ଆମର ଉନ୍ନତି କରିବ ବୋଲି, ହେଲେ ହୁଏ ଉଲଟା । ଏହାର ଜ୍ବଳନ୍ତ ଉଦାହରଣ ହେଲା ବେଦାନ୍ତ ର ଶୋଷଣ ନିୟମଗିରି ବାସୀଙ୍କ ପ୍ରତି ଆଉ କଳିଙ୍ଗ ନଗର ବାସୀ ଙ୍କ ପ୍ରତି ନରସଂଘର। ଆମ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଆସେ ଯେ ଆଜି ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଉନ୍ନତି କ’ଣ ପାଇଁ ନୁହଁ ? ଏହାର ଭିନ୍ନ ଭିନ୍ନ କାରଣ ରହିପାରେ ହେଲେ ଚିନ୍ତା ର ବିଷୟ ଯେ ଏତେ ବିପୁଳ ପରିମାଣରେ ପ୍ରକୃତିକ ସମ୍ବଳ ଥାଇ ମଧ୍ୟ କାହିଁକି ପଛରେ। 

ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ର ଗବର୍ଣର ରଘୁରାମ ରାଜନ ଙ୍କ ହିସାବରେ ବିହାର ରାଜ୍ୟ ପରେ, ଓଡିଶା ହେଉଛି ଭାରତର ଦୂତୀୟ ବହୁତ ପଛୁଆ ରାଜ୍ୟ । ଦେଖିବାକୁ ହେବ ଯେ, ଭାରତୀୟ ଜନଗଣନା ୨୦୧୧ ହିସାବରେ, ଯେଉଁ ରାଜ୍ୟ ରେ ଅନୁସୂଚିତ ଜାତି (୧୭.୧%), ଓ ଅନୁସୂଚିତ ଜନଜାତି (୨୨.୮%) ପ୍ରତିଶତ ଅଛନ୍ତି ସେହି ରାଜ୍ୟ କାହିଁକି ଭାରତରେ ପଛୁଆ ରାଜ୍ୟ ମାନଙ୍କ ମଧ୍ୟରେ ୨ ସ୍ଥାନରେ ଆସେ । ଏହି ଦୁଇ ବର୍ଗ କୁ ଯଦି ଆମେ ମିଶେଇ ଦେବା ତାହେଲେ ହେବ ୩୯.୯ ପ୍ରତିଶତ, ଏହାର ଅର୍ଥ ଜାତୀୟ ଆବେରେଜ ୨୫ ପ୍ରତିଶତ ଉପରେ । ଏଥିରେ ଆମେ ଯଦି ପଛୁଆ ବର୍ଗ ଙ୍କ ଜନସଂଖ୍ୟା କୁ ମିଶେଇ ଦେବା ବେଳେ ହେଇଯିବ ପାଖାପୁଖି ୮୦ ପ୍ରତିଶତ ର ଉପରେ (ଅନୁମାନ ହିସାବରେ) । ମୋତେ ଲାଗେ ସରକାର କୁ ଜାତୀୟ ଜନଗଣନା ବାହାର କରିବା କଥା, ଏଥିରେ ପଛୁଆ ବର୍ଗ ଙ୍କ ପ୍ରତିଶତ ଜଣାପଡିବ। 

F.G. Bailey ଙ୍କ ହିସାବରେ ଦେଖିଲେ ଜାଣିବାକୁ ପାଇବା ଯେ ଓଡିଶା ର ରାଜନୀତି କୁ କବ୍ଜା ରେ ରଖିଛନ୍ତି ବ୍ରାହ୍ମଣ ଓ କରଣ ଜାତିର ଲୋକେ ଯଦିଓ ତାଙ୍କର ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଙ୍କ ପ୍ରତିଶତ ତୁଳନାରେ ବହୁତ କମ । ଓଡିଶା ର ଉଚ୍ଚ ଜାତିର ଲୋକେ କହନ୍ତି କି ଓଡିଶା ରେ ଜାତିପ୍ରଥା ନାହିଁ ବା ରାଜନୀତି କେବେ ବି ଜାତି ହିସାବରେ ହୁଏ ନାହିଁ । ସେମାନେ ଖାଲି ଅନ୍ୟ ରାଜ୍ୟ ଉପରେ ଆକ୍ଷେପ ଲଗାନ୍ତି , ଯେମିତି ଉତ୍ତର ପ୍ରଦେଶ ଏହାର ଗୋଟେ ଉଦାହରଣ। କ’ଣ ଓଡିଶା ଜାତିବାଦୀ ନୁହଁ ? ପ୍ରଶ୍ନ ଆସେ ଏମିତି ଯେତେବେଳେ ଦେଖୁ କି ଉଚ୍ଚ ଜାତିର ଲୋକଙ୍କୁ ରାଜନୀତି ବା ଅନ୍ୟ ସରକାରୀ କ୍ଷେତ୍ରରେ। ଓଡିଶା ରାଜନୀତି ରେ ଖାଲି ବ୍ରାହ୍ମଣ ବା କରଣ ନୁହନ୍ତି ଏଥିରେ ଖଣ୍ଡାୟତ ମଧ୍ୟ ସାମିଲ ଅଛନ୍ତି । ଦେଖିବାକୁ ଗଲେ ଏମାନେ ପଛୁଆ ବର୍ଗ ରେ ଆସନ୍ତି କିନ୍ତୁ ସେମାନେ ନିଜକୁ ବୈଶ୍ୟ ହିସାବରେ ଗଣନ୍ତି ଆଉ ଏଥିପାଇଁ ବୋଧେ ଏମାନେ ସାଧାରଣ ବର୍ଗ ରେ ଆସନ୍ତି । Sanjay (2006) ଙ୍କ ଅନୁସନ୍ଧାନ ରୁ ଜାଣିବାକୁ ପାଉ ଯେ ଓଡିଶା ର ଖଣ୍ଡାୟତ ବର୍ଗ ହେଉଛି ଉତ୍ତର ପ୍ରଦେଶ ରାଜ୍ୟ ର ଯାଦବ ବର୍ଗ ପାଖାପାଖି ପ୍ରତିଶତ ରେ । ଆପଣ ସମସ୍ତେ ଜାଣିଥିବେ ମଣ୍ଡଳ ଆନ୍ଦୋଳନ, କେମିତି ପଛୁଆଁ ବର୍ଗ ଙ୍କୁ ତାଙ୍କର ଅଧିକାର ଦେବାରେ ବହୁତ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। କିନ୍ତୁ ଖଣ୍ଡାୟତ ବର୍ଗ ଏହି ଆନ୍ଦୋଳନ ରେ ଅଂଶଗ୍ରହଣ କଲା ନାହିଁ ଓଡିଶା ରେ ପଛୁଆ ବର୍ଗ ଙ୍କ ଅଧିକାର ପାଇଁ । ଫଳରେ ଆଜି ଓଡିଶା ରେ ପଛୁଆ ବର୍ଗ ଙ୍କୁ କେବେଳ ୧୧ ପ୍ରତିଶତ ସଂରକ୍ଷଣ ରେ ହି ସନ୍ତୁଷ୍ଟ ହେବାକୁ ପଢୁଅଛି । କିନ୍ତୁ ଦୁଃଖ ର କଥା ଯେ ପଛୁଆ ବର୍ଗ ଅନୁସୂଚିତ ଜାତି ଓ ଜନଜାତି ଙ୍କୁ ବିରୋଧ କରୁଛି । ଏବେ ବି ବେସି ସମୟ ହେଇ ନାହିଁ ପଛୁଆ ବର୍ଗ ଙ୍କୁ ତାଙ୍କର ୨୭ ପ୍ରତିଶତ ସଂରକ୍ଷଣ ପାଇବାକୁ । ଜରୁରୀ ଅଛି ତାଙ୍କୁ ସଂଗଠିତ ହେବାର, ଯାହା ଓଡିଶା ରେ ବହୁତ କମ ଦେଖାଯାଏ । ଯେତେବେଳେ ଭାରତ ସରକାର ଉଚ୍ଚ ବର୍ଗ ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିନା ଜନଗଣନା ରେ ଦେଇପାରୁଛନ୍ତି, ତ କ’ଣ ପାଇଁ ପଛୁଆ ବର୍ଗ ଙ୍କୁ ତାଙ୍କର ଅଧିକାର ଦେବାରେ ସରକାର ପଛ ଘୁଂଛା ଦେଉଛନ୍ତି । ଏହି କଥା ପଛୁଆ ବର୍ଗ ଙ୍କୁ ଭାବିବାକୁ ପଡିବ । 

ଓଡିଶା ରାଜ୍ୟ ତିନି ଭାଗରେ ବିଭକ୍ତ ହେଇଛି ତାହାହେଲା ପୂର୍ବ ଓଡିଶା, ପଶ୍ଚିମ ଓଡିଶା, ଓ ଦକ୍ଷିଣ ଓଡିଶା । ଏହି ତିନିଟି ଅଞ୍ଚଳ ନିଜ ନିଜ ସଂସ୍କୃତି ଓ ଐତିହାସିକ କ୍ଷେତ୍ର ରେ ଭିନ୍ନ ରୂପରେ ଓଡିଶା ରେ ସ୍ଥାଇ ହେଇକି ଅଛନ୍ତି । ସେ ଭିତରେ ପଶ୍ଚିମ ଓଡିଶା ହେଉଛି ଅନ୍ୟତମ ଯାହାକୁ ଭାରତର ପଛୁଆ ଅଞ୍ଚଳ ହିସାବରେ ଗଣାଯାଏ। ଆମେ ଆଗରୁ ଦେଖିଲେ ଯେ ଓଡିଶା ରାଜନୀତିରେ ବ୍ରାହ୍ମଣ ଓ କରଣ ଜାତିର ଲୋକ କବ୍ଜା କରିଛନ୍ତି ବୋଲି । ଓଡିଶା ରାଜ୍ୟ ର ଅଟଳ ମୁଖ୍ୟମନ୍ତ୍ରୀ ଯିଏ କେବେ ହାରିନାହାନ୍ତି, ସେ ହେଉଛନ୍ତି କରଣ ଜାତିର । ଆପଣ ଏବେ ଭାବନ୍ତୁ ଯେ ପଶ୍ଚିମ ଓଡିଶା ପଛୁଆ କାହିଁକି? କ’ଣ ଆମେ ଏମିତି କହିପାରିବା ଯେ ଯେହେତୁ ବ୍ରାହ୍ମଣ, କରଣ ଓ ଖଣ୍ଡାୟତ ପୂର୍ବ ଓଡିଶା ରୁ ଆସନ୍ତି ସେଥିପାଇଁ ସେହି ଅଞ୍ଚଳ ବହୁତ ଉନ୍ନତି ପଶ୍ଚିମ ଓଡିଶା ତୁଳନାରେ ? (ମୋର ଅର୍ଥ ଏହା ନୁହଁ କି ବ୍ରାହ୍ମଣ ଖାଲି ପୂର୍ବ ଓଡିଶା ରେ ହି ରୁହନ୍ତି, କିନ୍ତୁ ଏହି ଲେଖା ରେ ମୁ ପୂର୍ବ ଓଡ଼ିଶା ରେ କେମିତି ଏମାନେ ରାଜନୀତି କରୁଛନ୍ତି ତାହା ମୁ ଏଥିରେ ଦେଖାଇବାକୁ ଚେଷ୍ଠା କରିଛି)। ଆପଣମାନଙ୍କୁ ଏହା ବି ପ୍ରଶ୍ନ ଉଠାଇବାକୁ ପଡିବ ଯେ ଓଡିଶା ରେ ଏତେ ବର୍ଷ ଧରି ଏହି ତିନି ଜାତି ରାଜନୀତି ଓ ପ୍ରଶାସନ ରେ ଶାସନ କଲେ, ହେଲେ ଓଡିଶା ପଛୁଆ ହୋଇକରି ରହିଲା କ’ଣ ପାଇଁ? କ’ଣ ଓଡିଶା ପଛୁଆ ରହିବାର କାରଣ ଏହି ତିନି ଜାତି ନୁହଁ ତ?

*Featured Image source: odishasuntimes.com

By Rajesh (ରାଜେଶ)

ସେ I.I.T. Bombay ରୁ M.Phil. ରେ ସ୍ନାତକ କରୁଛନ୍ତି । ସେ ଜଣେ ସାମାଜିକ ଓ ରାଜନୀତି ବିସ୍ଲେସକ ଓ ଜଣେ ଲେଖକ ଅଟନ୍ତି । ତାଙ୍କର ଅନୁସନ୍ଧାନ ଓଡିଶା ର ରାଜନୀତି ଉପରେ ଅଛି ।