ଜିତେନ୍ଦ୍ର ସୁନା, ଏ ସେହି ଓଡ଼ିଆ ପୁଅ ଯିଏ ଆଜି ଓଡିଶା ର ଗର୍ବ ହିସାବରେ ଯେ.ଏନ.ୟୁ ଛାତ୍ରସଂଘ ଚୁନାଵ ରେ ସଭାପତି ପଦ ପାଇଁ ଲଢେଇ କରୁଅଛି। ଯେମିତି ହିଁ ଜଣାପଡିଲା ଯେ ଜିତୁ ସଭାପତି ପାଇଁ ଲଢେଇକରୁଅଛନ୍ତି ସେମିତି ସେ ଗୋଟେ ଦିନ ରେ ପୁରା ଓଡିଶା ସାରା ର ସମାଚାର ରେ ଜିତୁ ଙ୍କ ନା ହିଁ ଥିଲା। ତା ୫ ର ରାତ୍ରି ରେ ପୁରା ଯେ.ଏନ.ୟୁ ଏହି ଇତିହାସ କ୍ଷଣ କୁ ସାକ୍ଷୀ ରହିଛି । ରାତିର ର ଭାଷଣ ରେ ପୁରା ଯେ.ଏନ.ୟୁ କେବଳ ଜିତୁଙ୍କ ନାରା ରେ ହିଁ ସାମିଲ ହେଇଯାଇଥିଲା ଆଉ ତାଙ୍କର ଧୁଆଧାର ଭାଷଣ ରେ ଏବିଭିପି ଓ ଲେଫ୍ଟ ସଂଗଠନ ପୁରା ନିସ୍ତବ୍ଦ ହେଇ ଯାଇଥିଲେ, ଯେମିତି କି ତାଙ୍କର ପାଖେ କିଛି କାଉଣ୍ଟର କରିବା ପାଇଁ କିଛି ନାହିଁ ।


ଜିତୁ ନିଜର ଭାଷଣ ଆରମ୍ଭ କଲେ ସମସ୍ତଙ୍କ ଲଢେଇ କୁ ସଲାମ କରିକି ଯେଉଁମାନେ କାଶ୍ମୀର ରେ ନିଜର ଅସ୍ତିତ୍ୟ ପାଇଁ ଲଢେଇକରୁଅଛନ୍ତି ଆଉ ଯେଉମାନେ ନିଜର ସିଟୀଜ଼ନସିପ ପାଇଁ ଆସାମ ରେ ସରକାର ବିରୋଧରେ ହାର ମାନୁ ନାହାନ୍ତି। ଜିତୁ ଓଡିଶା ରେ ହେଇଥିବା କନ୍ଧମାଳ ଦଙ୍ଗା କୁ ନେଇ ଆରଏସଏସ, ବିଜେପି ଓ ଏବିଭିପି ଉପରେ ଖୁବ ଗର୍ଜି ଥିଲେ । ଏହା ସହିତ ଢୋଂଗି ଲେଫ୍ଟ ଏକତା କୁ ମଧ୍ୟ ତୀବ୍ର ଆଲୋଚନା କରିଥିଲେ ସେ କହିଥିଲେ; ଯଦି ମାର୍କ୍ସ ରହିଥାନ୍ତେ ଭାରତରେ ତାହେଲେ ସେ ମଜଦୁର ଙ୍କ ସହିତ ଦେଶରେ ସ୍ଥାପିତ କରିଥିବା ପୁଂଜିବାଦ ସଂସ୍ଥା ସିପିଏମ କୁ ଶେଷ କରିବା ପାଇଁ କହିଥାନ୍ତେ । ଏହା ସହିତ ସେ କହିଥିଲେ ଯେ ଯଦି ଲେଫ୍ଟ ମାର୍କ୍ସ କୁ ଖାଲି ଚା ଗପସବ ବା ରାତ୍ରି ମନୋରଞ୍ଜନ ରେ ରଖନ୍ତି କିନ୍ତୁ ମାର୍କ୍ସ ଜିତୁ ବା ତାଙ୍କର ଭଳିଆ ମଜଦୂର ମାନେ ମାର୍କ୍ସ କୁ ନିଜର ସଂଘର୍ଷର ଗୋଟେ ଲିଡ଼ର ମାନନ୍ତି ଯେମିତିକି ବାବାସାହେବ ଙ୍କୁ ମାନନ୍ତି ।

ଯେ.ଏନ.ୟୁ ର ସଭାପତି ପାଇଁ ଭୋଟିଂ ୬ ତାରିଖରେ ହେବ ଆଉ ୮ ତାରିଖ ରେ ନିର୍ବାଚନ ଫଳାଫଳ ଜଣାପଡିବା । ଦେଖିବାକୁ ହେବ ଯେ କ’ଣ ଓଡିଶା ର ରହୁଥିବା ପାଖାପାଖି ୪୦୦ ଛାତ୍ର ଛାତ୍ରୀ ଜିତୁ ଙ୍କୁ ଓଡ଼ିଆ ପୁଅ ଆଉ ତାଙ୍କର ବେଷ୍ଟ ସଭାପତି କ୍ୟାଣ୍ଡିଡେଟ ହିସାବରେ ଭୋଟ କରିବେ ବା ସବୁଥର ପାଇଁ ଏବେ ବି ସେମାନେ ଜିତୁ ଙ୍କୁ ଖାଲି ଗୋଟେ ଜାତି ବା ଶୋଷିତ ହିସାବରେ ଖାଲି ସମାଚାର ରେ ହିଁ ସୀମିତ କରିଦେବେ । ଏହା ସହିତ ଯେ.ଏନ.ୟୁ ର ଛାତ୍ରଛାତ୍ରୀ ପାଖରେ ମଧ୍ୟ ଗୋଟେ ସୁଯୋଗ ଅଛି ଯେ ସେମାନେ ମଧ୍ୟ ଏହି ଇତିହାସ ର କ୍ଷଣ ରେ ସାକ୍ଷୀ ହେବାର ଜିତୁ କୁ ଭୋଟ ଦେଇ ଗୋଟେ ମଜଦୁର ଓ ଭଲ ଲିଡର କୁ ନିଜର ସଭାପତି ବାଛିବାର ।

ଆପଣ ଜିତୁଙ୍କ ପୁରା ଭିଡିଓ ଏଠାରୁ ଦେଖିପାରିବେ :

Jitu’s fiery speech at Jnu Presidential debate 2019