କେତେ ଦିନ୍ ଆର୍ ଖେଲା ବୁଲା ସାଂଗ୍ ସାଥୀ ଧରି ,
ଆସରେ ଆମେ ପାଠ୍ପଢି ଯିମା ଗୁଟେ ହେଇ କରି ।୧।
ପାଠ୍ ପଢ୍ମା ବଡ୍ ଲୋକ୍ ହେମା ନାଇଁ ରହୁ ଆର୍ ତଲେ ,
ସାନ୍ ବଡ୍ ଯେନ୍ ଭାବ୍ନା ଅଛେ ଭାଁଗ୍ମା ଆସ ସଭେ ।୨।
ପାଠ୍ପଢି କରି ନାଆଁ ଲେଖ୍ମା ଶିକ୍ଷିତ୍ ହେମା ଆମେ ,
ଭୁଲ୍ ଠିକ୍କେ ବିଚାର୍ କରି ନିଏ କର୍ମା ଆମେ ।୩।
ପୁରନ୍ କର୍ମା ମାଆଁ ବୁଆର୍ ଇଚ୍ଛା ଅଛେ ମନେ ଜାଣା ,
ମିଲିମିଶି କରି ଜୀବନ୍ ଗଢ୍ମା ମନେ ଭାବ୍ସ କାଣା ?।୪।
ଆମର୍ ଦେଶ୍ ପୁଇନର୍ ମାଏଟ୍ ଅତୀତ୍ ଅଛେ ସିଖୀ ,
ପାଠ୍ପଢି କରି ମହାନ୍ ଗୈାରବ୍କେ ଜନାମା ଗୁଟେ ହେଇ ।୫।
ଦେଇଛନ୍ ଗିଆନ୍ ଇ ଭାରତେ କେତେ କେତେ ମୁନୀ ଋଷି ,
ଗିଆନ୍ ପାଇଁ କରି ରଜା ମହାରଜା ବଦ୍ଲାଲେ ତାକର୍ ଗତି ।୬।
ତପ୍ସିଆ କଲେ ଭଗବାନ୍ ବୁଦ୍ଧ ପାଏଲେ ସେ ଗିଆନ୍ ,
ଭାରତ୍ ବର୍ଷେ ପର୍ଭୁ ବୁଦ୍ଧ ବଢାଲେ ଗିଆନ୍ ଧିଆନ୍ ।୭।
ନାଇଁ କରି ସେ ସାନ୍ ବଡ୍ ଭାବ୍ ଗିଆନ୍ ଦେଲେ ସମ୍କୁ ,
ସମ୍କୁ ଗିଆନ୍ ଦେବାର୍ ଧାରା ଦେଖାଇ ଦେଲେ ଆମ୍କୁ ।୮।
ମୌର୍ଯ୍ୟ ରାଜା ସମ୍ରାଟ ଅଶୋକ ବନାଲେ ସେ ପଢାଘର୍ ,
ଦେଶ୍ ବିଦେଶର୍ ଲୋକ୍ ପଢ୍ଲେ ବଡ୍ଲା ମନ୍ବଲ୍ ତାକର୍ ।୯।
ଆଇଛେ ପାଠ୍ ଆମର୍ ଦେଶେ ପିଢ଼ି ପିଢ଼ି ହେଇ କରି ,
ଗୁଟେ ଗୁଟେ କରି କେତେ ମହାପୁରୁଷ୍ ଗିଆନ୍ ଦେଇଛନ୍ ଭରି ।୧୦।
ଖୁଲ୍ଲେ ଇସ୍କୁଲ୍ ପହେଲା ସେ ଟୁକେଲ୍ ମାନ୍କର୍ ଲାଗି ,
ନାରୀ ଭିତ୍ରେ ପହେଲା ହେଇ ପଢ୍ଲେ ଫୁଲେ ବାଇ ।୧୧।
ଫୁଲେ ମହାତ୍ମା ସାବିତିରୀ ବାଇ ଗଢ୍ଲେ ପହେଲା ଇସ୍କୁଲ୍ ,
ଭାରତ୍ ଭିତ୍ରେ ପହେଲା ହେଇ ପୁହୁଁଚିଲେ ଟୁକେଲ୍ ଇସ୍କୁଲ୍ ।୧୨।
ଭାରତେ ନାଇଁ ନ ମାର୍ ଗାଲି ଗିଆନର୍ ସବୁ ମାଡ୍ ,
କାହାର୍ ଗିଆନ୍ଟା ଉପ୍କାରୀଆଏ ସେଥିର୍ ଲାଗି ସବୁ ମାଡ୍ ।୧୩।
ଭାରତେ ସଭେ ଗିଆନ୍ ପାଏଲେ ଯେନ୍ ଦିନୁ ଭାରତ୍ ସୁଆଧୀନ୍ ,
ସୁଆଧୀନ୍ ଭାରତେ ସମ୍ବିଧାନ ହେଲା ନାଇଁ ରହୁ କାହାର୍ ଅଧିନ୍ ।୧୪।
ବଡ୍ନି ବଡ୍ନି ଭାରତ୍ ଭୂଇଁର୍ ନିୟମ୍ କାନୁନ୍ ଲେଖି ,
ବାବା ସାହେବ୍ଙ୍କର୍ କଲମର୍ ଗାରେ ନାଇଁ ନ କିହେ ବାଁକି ।୧୫।
କେତେ ଦୁଖ୍ ସୁଖ୍ ପୁଓ ଝିଇ ସବୁଦେଲେ ସେ ହରାଇ ,
ଆସରେ ଆମେ ପାଠ୍ପଢି ଯିମା ଜାନ୍ମା ତାକର୍ ଲଢାଇ ।୧୬।
ନାଇଁ ମିଲେ କେନ୍ ପୂଜାବିଧିଥି ମନ୍ଦିର୍ ମସ୍ଜିତ୍ ଗିର୍ଜା ,
ପାଠ୍ପଢ୍ଲେ ସିନା ଆମେ ଜାନ୍ମା ତାକର୍ ସଂଘର୍ଷ ଦୁନିଆଁ ।୧୭।
ଆସରେ ସଭେ ପଢ୍ମା ପାଠ୍ ଜାନ୍ମା ଆମର୍ ଇତିହାସ୍ ,
ଇତିହାସ୍ ନାଇଁ ଜାନ୍ଲେ ଆମେ ଗଢି ନାଇଁ ପାରୁ ଇତିହାସ୍ ।୧୮।
କବି: ଦେବାଶିଷ୍ ସାଗର
ବଡ଼ନୂଆଁପାଲି , ଚେରୁପାଲି
ସୁବର୍ଣ୍ଣପୁର
ମୋ.ନଂ – ୯୯୩୮୮୪୪୯୫୭