ଚିର ନମସ୍ଯ ହେ ମହାମାନବ
ଚରଣାର ବିନ୍ଦେ ତୁମ ,
ଭାବନେତ୍ର ନୀରେ ପ୍ରଖ୍ଯାଳନ କରି
ଅରପେ ଶ୍ରଦ୍ଧା ସୁମନ ।
ଶିକ୍ଷା ଆକାଶରେ ଧୃବତାରା ତୁମେ
ନାହିଁ କେହି ତୁମ ସମ,
ଏପ୍ରିଲ ମାସ ଏଗାର ତାରିଖେ
ଲଭିଲ ତୁମେ ଜନମ ।
ଅତିଶୁଦ୍ର, ନିଷ୍ପୀଡିତ ସମାଜର
ସାମାଜିକ ଅଧିକାର ପାଇଁ,
ତୁମ କ୍ରାନ୍ତି, ତ୍ଯାଗ ଓ ସାଧନାର
ଫଟାନ୍ତର ନାହିଁ ଆଉ କେହି ।
ପଛୁଆ ଜାତିର କର୍ଣ୍ଣଧାର ହୋଇ
ସତ୍ୟଶୋଧକ ସମାଜ ଗଢ଼ିଲ ।
ମନୁବାଦ,କର୍ମକାଣ୍ଡ, ବିସମତା
ବିରୁଦ୍ଧରେ ସ୍ବର ତୁମେ ଉଠାଇଲ ।।
ଘୃଣ୍ୟ ଅମାନବୀୟ ଜାତିବ୍ଯବସ୍ଥା,
ଅସ୍ପୃଶ୍ଯତା ନିବାରଣ ପାଇଁ,
ଗୋଲମଗିରି ପୁସ୍ତକ ରଚିଲ
କ୍ରାନ୍ତିର ଅଗ୍ରଦୂତ ହୋଇ ।।
କର୍ମଯୋଗୀ ହେ ! ଗ୍ଯାନର ପୂଜାରୀ
ଜାତିର ପ୍ରାଣ ମହକ ।
ନାରୀଜାତି ପାଇଁ ତୁମେ ଗଢ଼ିଥିଲ
ଶିକ୍ଷାର ନୂଆ କୋଣାର୍କ ।।
ପ୍ରଥମେ ବାଳିକା ବିଦ୍ୟାଳୟ
ଭାରତେ କଲ ପ୍ରତିଷ୍ଠା ।
ନାରୀ ସଶକ୍ତିକରଣର ପାଇଁ
କରିଲ ବିବିଧ ବ୍ଯବସ୍ଥା ।।
ଆଜି ଶୁଭଦିନେ ସ୍ମୃତି ପଖାଳୁଛି
ତୁମରି ମହିମା ଯଶ ।
କର୍ମର ମନ୍ତ୍ର ଶିଖାଇ ଦିଅ ହେ
ସଂଗ୍ରାମ ନହେଉ ଶେଷ ।।
କବି: ବେଣୁଧର ସୁରୁଜାଳ
ସହକାରୀ ଶିକ୍ଷକ, ଉଳୁଣ୍ଡା, ସୁବର୍ଣ୍ଣପୁର
ଦୂରଭାଷ-9778881774